ETV Bharat / state

୧୦ ଜିଲ୍ଲାରେ ପ୍ରବଳ ବର୍ଷିବ, ପାଣିପାଗ ବିଭାଗର ସୂଚନା ୧୬ରୁ ପୁଣି ଏକ ଲଘୁଚାପ ଦାନା ବାନ୍ଧିବ

author img

By

Published : Sep 11, 2022, 5:25 PM IST

ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । ଉପାନ୍ତରୁ ଉପକୂଳ ସବୁଠି ବର୍ଷା ଜାରି ରହିଥିବା ବେଳେ ପାଣିପାଗ ସୂଚନା ଅନୁଯାୟୀ ଆହୁରି ୨୪ ଘଣ୍ଟା ଏହାର ପ୍ରଭାବ ରହିବ । ଅନ୍ୟପଟେ ୧୬ରୁ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଅଧିକ ପଢନ୍ତୁ

୧୬ ରୁ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି
୧୬ ରୁ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି

ଭୁବନେଶ୍ବର: ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବର୍ଷା ଜାରି ରହିଥିବା ବେଳେ ପାଣିପାଗ ସୂଚନା ଅନୁଯାୟୀ ଆହୁରି ୨୪ ଘଣ୍ଟା ଏହାର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଅନ୍ୟପଟେ ୧୬ରୁ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି ।

୧୬ ରୁ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି

ଆହୁରି ୨୪ ଘଣ୍ଟା ଅବପାତର ପ୍ରଭାବ ରହିବାରୁ ରାଜ୍ୟରେ ବର୍ଷା ଜାରି ରହିବ । ଦକ୍ଷିଣ ଓଡିଶାରେ ସକ୍ରିୟ ଥିବା ଅବପାତ ଘଣ୍ଟା ପ୍ରତି ୨୫କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଯାହା ଭବାନୀପାଟଣା ଠାରୁ ଦକ୍ଷିଣ ପୂର୍ବ ଦିଗର ୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଦିଗ ବଜାୟ ରଖିବା ସହ ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତି କରିବ । ପରବର୍ତ୍ତୀ ସମୟରେ ଅବପାତ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ମୌସୁମୀ ନିମ୍ନ-ଚାପ ରେଖା ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବ । ଫଳରେ ଆଜି ଗୁଜୁରାଟର ନଲିଆରୁ ବାହାରି ଅହମ୍ମଦାବାଦ, ବ୍ରହ୍ମପୁରୀ, ଜଗଦଲପୁର ସହିତ ଦକ୍ଷିଣ ଓଡିଶା ଉପରେ ଅବପାତର କେନ୍ଦ୍ର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଯାହାର ପ୍ରଭାବରେ ଆଗକୁ ରାଜ୍ୟରେ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ୧୦ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ସେଗୁଡିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁରରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ୧୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ।

ସେହିପରି ଅବପାତ ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ରହିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ସେହିପରି ସମସ୍ତ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି । ସଦୃଶ ଲଘୁଚାପ କାରଣରୁ ରାଜ୍ୟରେ ୩୭ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ବେଳେ ତିନୋଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । ଢେଙ୍କାନାଳରେ ସର୍ବଧିକ ୧୫୪ ମିଲି ଲିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ।

ସେପଟେ ଆଉ ଏକ ଲଘୁଚାପ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୧୬ରୁ ପୁଣି ଏକ ଲଘୁଚାପ ଦାନା ବାନ୍ଧିବ । ଆସନ୍ତା ୧୬ ରୁ ୨୨ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.