ETV Bharat / state

Weather Update: ଆସୁଛି ଆଉ ଏକ ଲଘୁଚାପ, 48 ଘଣ୍ଟାରେ ସୃଷ୍ଟି ହେବା ସମ୍ଭାବନା

author img

By ETV Bharat Odisha Team

Published : Sep 18, 2023, 7:10 PM IST

ଆଗାମୀ 48 ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଅଧିକ ପଢନ୍ତୁ

low pressure area to formed over bay of Bengal

ଭୁବନେଶ୍ବର: ଗୋଟିଏ ଲଘୁଚାପ ଯିବା ପରେ ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୫.୮ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ଏକ୍ସରେ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Rain Fury In Balangir: ନାଳରେ ଭାସିଗଲେ ୩ ଭାଇ, ଜଣଙ୍କ ମୃତଦେହ ଉଦ୍ଧାର

ଗତ ସେପ୍ଟେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଥିଲା ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିଲା । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତା ଘାଟ ଜମି ଓ ଘରେ ପାଣି ପଶିଯାଇଥିଲା । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରରେ ଅତି ପ୍ରବଳ ବର୍ଷା ହୋଇଥିଲା । ଅନ୍ୟ ଜିଲ୍ଲାଗୁଡ଼ିକରେ ସାମାନ୍ୟ ବର୍ଷା ହୋଇଥିଲା । ସେପ୍ଟେମ୍ବର ୧୫ ସନ୍ଧ୍ୟାରେ ବର୍ଷାର ପରିମାଣ ହ୍ରାସ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଆଜିଠୁ କମିବ ବର୍ଷା, 24 ଘଣ୍ଟା ପାଇଁ 5 ଜିଲ୍ଲାକୁ ୟେଲୋ ଆଲର୍ଟ

ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବେହାଲ ହୋଇପଡ଼ିଛି ଜନଜୀବନ । କେଉଁଠି ଘରର କାନ୍ଥ ଭୁଶୁଡ଼ି ପଡ଼ି କାହାର ଜୀବନ ଯାଇଛି ତ ଆଉ କେଉଁଠି ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି ଲୋକେ । ଲଘୁଚାପ ଜନିତ ବର୍ଷାରେ ଗାଁ ଗଣ୍ଡା ଜଳାର୍ଣ୍ଣବ ହୋଇଥିବା ବେଳେ ପୁଣି ଆଉ ଏକ ଲଘୁଚାପ ଆସୁଥିବାକୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗତ ୪ ଦିନରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ହାରାହାରି ବର୍ଷା ୧୧୦.୫ ମିଲିମିଟର ରେକର୍ଡ କରାଯାଇଥିଲା । ଯାହା ସ୍ୱାଭାବିକ ବର୍ଷା ୩୩.୪ ମିଲିମିଟର ତୁଳନାରେ ୨୩୧ ପ୍ରତିଶତ ଅଧିକ ରହିଥିଲା । ଏହି ୪ ଦିନରେ ରାଜ୍ୟରେ ୨୮ ଜିଲ୍ଲାରେ ସ୍ୱାଭାବିକଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ମୟୂରଭଞ୍ଜ ଏବଂ ବାଲେଶ୍ୱର ଆଦି ୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.