ETV Bharat / state

ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା, ଉତ୍ସବ ମୁଖର ପୁରପଲ୍ଲୀ - ବିଶ୍ବକର୍ମା ପୂଜା

ଆଜି ବିଶ୍ବକର୍ମା ପୂଜା । ଶିଳ୍ପାନୁଷ୍ଠାନରେ ପୂଜା ପାଇବେ ସୃଷ୍ଟି କର୍ତ୍ତା ପ୍ରଭୁ ବିଶ୍ବକର୍ମା । ଅଧିକ ପଢନ୍ତୁ

vishwakarma puja
vishwakarma puja
author img

By ETV Bharat Odisha Team

Published : Sep 17, 2023, 7:44 AM IST

Updated : Sep 17, 2023, 7:50 AM IST

ହାଇଦ୍ରାବାଦ: ଆଜି ଧରାବତରଣ କରିବେ ଦେବଶିଳ୍ପୀ ତଥା ବିଶ୍ବର ସୃଷ୍ଟି କର୍ତ୍ତା ପ୍ରଭୁ ବିଶ୍ବକର୍ମା । ଶିଳ୍ପାନୁଷ୍ଠାନ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂଜା ପାଇବେ ବିଶ୍ବ ବିନ୍ଧାଣୀ । କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ସେ ଦେବତା । ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୂରାଣରେ ବର୍ଣ୍ଣିତ ରହିଛି । ଋଗବେଦ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ବିଶ୍ବର ଦୈବୀଯନ୍ତ୍ରୀ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତା ମାନଙ୍କ ବିମାନ ରଥ, ଆୟୁଧ ଓ ଅସ୍ତ୍ର ଏହାଙ୍କ ଦ୍ବାରା ନିର୍ମିତ। ମର୍ତ୍ତ୍ୟଲୋକରେ ମଧ୍ୟ ନିର୍ମାଣ ହୋଇଥିବା ବଢେଇଙ୍କ ଯନ୍ତ୍ରପାତି, କଳକାରଖାନା ମେସିନ୍ ଆଦି ବିଶ୍ବକର୍ମାଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ବାସ ରହିଛି । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ବୋଲି କୁହାଯାଏ ।

ବିଶ୍ବକର୍ମା ପୂଜା ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ଗାଁ ଠୁ ସହର । ବର୍ଷବର୍ଷ ଧରି ଯେଉଁ କାରଖାନା ରୋଜଗାର ଦେଇଛି ଓ ଯେଉଁ ମେସିନ୍ ଆମ ଶ୍ରମକୁ ଲାଘବ କରି କାର୍ଯ୍ୟକୁ ସହଜ କରାଇଛି ଆଜି ସେହି ଯନ୍ତ୍ରପାତିକୁ କୃତଜ୍ଞତା ଜଣାଇବାର ଦିନ । ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ପୂଜା ପାଇବେ ବିଶ୍ବକର୍ମା । ଭୁବନେଶ୍ବର, ରାଉରକେଲା, ତାଳଚେର, ପାରାଦ୍ବୀପ ଓ ଅନୁଗୋଳ ସମେତ ବିଭିନ୍ନ ସହରରେ ବିଶ୍ବକର୍ମା ପୂଜା ଆରମ୍ଭ ହୋଇଯାଇଛି । ଭଳିକି ଭଳିକି ତ୍ୱରଣ ସାଙ୍ଗକୁ ମୂର୍ତ୍ତି ସାଜସଜ୍ଜା କରାଯାଇଛି । ଦେବଶିଳ୍ପୀ ବିଶ୍ବକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ବିଭିନ୍ନ ସ୍ଥାନରେ ସୃଷ୍ଟିକର୍ତ୍ତାଙ୍କୁ ପୂଜା କରାଯିବା ସହ ଶିଳ୍ପର ବିକାଶ ପ୍ରାର୍ଥନା କରାଯିବ ।

ଏହା ମଧ୍ୟ ପଢନ୍ତୁ-Pm Vishwakarma Scheme: ‘ଦେଶରେ ଗ୍ରହଣୀୟ ହେବନି ବିଶ୍ବକର୍ମା ଯୋଜନା’

କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ବିଶ୍ବକର୍ମା । ଲୋକେ ତାଙ୍କୁ ସ୍ରଷ୍ଟା ନାମରେ ମଧ୍ୟ ଜାଣନ୍ତି । ଚତୁର୍ଭୂଜ ବିଶ୍ୱକର୍ମାଙ୍କ ବାମ ଉପର ହସ୍ତରେ ବଟାଳି ଓ ବାମ ତଳ ହସ୍ତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହସ୍ତରେ ଚକ୍ର ଓ ତଳ ହସ୍ତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି ।

Last Updated : Sep 17, 2023, 7:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.