ଖୋର୍ଦ୍ଧା : ଜାତୀୟ ରାଜପଥ 16ରେ ଲୁଟେରାଙ୍କ ଆତଙ୍କରାଜ । କିନ୍ତୁ ଏଥର ଲୁଟର ଶିକାର ହୋଇଛନ୍ତି ଟ୍ରକ ଡ୍ରାଇଭର ଆଉ ତାହା ପୁଣି ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ।
ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଜାତୀୟ ରାଜପଥରେ ବିଶ୍ରାମ ନେଇଥିବା ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଏବଂ ତାଙ୍କ ପାଖରେ ଥିବା ନଗଦ 30 ହଜାର ଟଙ୍କା ଓ ରୋଷେଇ ସରଞ୍ଜାମ ଲୁଟ କରିଥିବା ଅଭିଯୋଗ ହୋଇଛି ।
ଉଭୟ ଆହତଙ୍କୁ ସ୍ଥାନୀୟ ଲୋକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ