ETV Bharat / state

ବୋଲଗଡ଼ ବ୍ଲକରେ ମନରେଗା ଦୁର୍ନୀତି: ଜେଇ ଓ ଜିଆରଏସଙ୍କୁ ଲୋକପାଳଙ୍କ ଅର୍ଥ ଦଣ୍ଡ

author img

By

Published : Feb 10, 2023, 9:47 AM IST

Updated : Feb 10, 2023, 2:30 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ମନରେଗା କାର୍ଯ୍ୟରେ ଦୁର୍ନୀତି । ଜେଇ ଓ ଜିଆରଏସଙ୍କୁ ଏକ ହଜାର ଟଙ୍କା ଜରିମାନା କଲେ ଲୋକପାଳ । ଅଧିକ ପଢନ୍ତୁ

ବୋଲଗଡ଼ ବ୍ଲକରେ ମନରେଗା ଦୁର୍ନୀତି
ବୋଲଗଡ଼ ବ୍ଲକରେ ମନରେଗା ଦୁର୍ନୀତି
ବୋଲଗଡ଼ ବ୍ଲକରେ ମନରେଗା ଦୁର୍ନୀତି

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ପିଚୁକୁଳି ପଞ୍ଚାୟତରେ ମନରେଗା କାର୍ଯ୍ୟରେ ଲୋକ ବଦଳରେ ମେସିନ ବ୍ୟବହାର ହେଉଥିବା ଅଭିଯୋଗ ଆସିଛି । ପିଚୁକୁଳିର ଶିଉଳା ମୌଜା ଅନ୍ତର୍ଗତ କାଜୁ ଜଙ୍ଗଲ ନିକଟସ୍ଥ ଗୋଚର ଜମିରେ ମନରେଗାରେ ଚାଲିଥିବା ଏକ ପ୍ରକଳ୍ପ କାମରେ ଅନିୟମିତତା ନେଇ ସ୍ଥାନୀୟ ଗ୍ରାମବାସୀ ଖୋର୍ଦ୍ଧା ଲୋକପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଲୋକପାଳ 3/23ରେ ମାମଲା ରୁଜୁ କରି ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ଅଭିଯୋଗକାରୀ, ଜିଆରଏସ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯାଞ୍ଚ କରିଛନ୍ତି । ପ୍ରକଳ୍ପ ନିର୍ମାଣ ସମୟରେ ମନରେଗା ଧାରା ୨୦୦୫ ଗାଇଡଲାଇନ ପାଳନରେ ଅବହେଳା, କାର୍ଯ୍ୟ ତ୍ରୁଟି ଲାଗି ସେ ପଞ୍ଚାୟତ ଜିଆରଏସ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି ।

ଏଥିସହିତ ନିୟୋଜିତ ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳିବା ପରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି କାର୍ଯ୍ୟରେ ବରିଷ୍ଠ ନାଗରିକମାନେ କିପରି କାର୍ଯ୍ୟ କଲେ ବୋଲି ଅଭିଯୋଗ ହୋଇଥିବା ବେଳେ ମନରେଗା କାର୍ଯ୍ୟ ପାଇଁ ବୟସ ସୀମା ଏକ କାରଣ ନୁହଁ ବୋଲି ଲୋକପାଳ ଦର୍ଶାଇଛନ୍ତି । ସ୍ବାସ୍ଥ୍ୟଗତ କୌଣସି ସମସ୍ୟା ନଥିଲେ ଏବଂ ଗୋଷ୍ଠିଗତ ଭାବେ ଅନ୍ୟ ଶ୍ରମିକମାନଙ୍କ ଆପତ୍ତି ନଥିଲେ ସେ କାମ କରି ପାରିବେ ବୋଲି କହିଛନ୍ତି । ଜଣେ ବରିଷ୍ଠ ନାଗରିକ ପେନସନ ପାଉଥିଲେ ବି ସେ ଏହି ଯୋଜନାରେ କାମ କରିପାରିବେ ।

ପଞ୍ଚାୟତରାଜ ବିଭାଗ ପକ୍ଷରୁ ଗୋଚର ଜମିରେ ପ୍ରକଳ୍ପ କାର୍ଯ୍ୟ ଲାଗି ଅନୁମତି ଦିଆଯାଇଛି । ଏଣୁ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ନେଇ ଅଭିଯୋଗକାରୀ ଆଣିଥିବା ଅଭିଯୋଗକୁ ଲୋକପାଳ ରଦ୍ଦ କରିଛନ୍ତି । ପିଚୁକୁଳି ପଞ୍ଚାୟତ ଶିଉଳା ଗ୍ରାମରେ ମାନରେଗାରେ ସବୁ ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇ ଲୋକ ବଦଳରେ ମେସିନ ଲଗାଇ କାମ ହୋଇଥିବା ଗ୍ରାମବାସୀ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ MNREGA (ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା) ପ୍ରଣୟନ କରାଯାଇଛି । ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗାଁରେ ଥିବା ଶ୍ରମିକମାନଙ୍କୁ କାମ ଯୋଗାଇ ଦେଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ହେଲେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବାର ଅନେକ ସମୟରେ ଖବର ଆସୁଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Feb 10, 2023, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.