ETV Bharat / state

ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବରୋଧ - ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁ

ଖୋର୍ଦ୍ଧା ବିଜେଡି ଛାତ୍ର ନେତା ଅବକାଶ ପାଇକରାୟ ମୃତ୍ୟୁ ଘଟଣାକୁ ନେଇ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି ।

ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବରୋଧ
author img

By

Published : Oct 14, 2019, 3:34 AM IST

ଖୋର୍ଦ୍ଧା: ବିଜେଡି ଛାତ୍ର ନେତା ଅବକାଶ ପାଇକରାୟ ମୃତ୍ୟୁ ଘଟଣାକୁ ନେଇ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ବିନୋଦପଡା କଲେଜ ଛକ ଠାରେ ଶହଶହ ଛାତ୍ର, ଯୁବ ବିଜେଡି କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ରାସ୍ତାରୋକ କରିଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଅବକାଶଙ୍କୁ ଭୁବନେଶ୍ବର ଭିଏସଏସନଗର ଠାରେ ହତ୍ୟା କରାଯାଇଥିଲା । ଏନେଇ ତାଙ୍କ ପରିବାର ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଥିବା ବେଳେ ତାଙ୍କ ସହଯୋଗୀ ତଥା ରଣପୁର ବିଜେଡି ଯୁବ କର୍ମୀମାନେ ରାସ୍ତାରୋକ କରି ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ।

ବିଜେଡି ଛାତ୍ର ନେତାଙ୍କ ମୃତ୍ୟୁକୁ ନେଇ ଜାତୀୟ ରାଜପଥ ଅବରୋଧ

ଏଠାରେ ସୂଚନାଯୋଗ୍ୟ, ମୃତ ଅବକାଶ ଭିଏସଏସ ନଗରର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମର ଶରୀର ବିନୋଦପଡାଠାରେ ପହଁଚିବା ପରେ ରାସ୍ତାରୋକ ହୋଇଥିଲା । ମୃତ ଅବକାଶଙ୍କ ଘର ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗାଁରେ ବୋଲି ଜଣାପଡ଼ିଛି । ସେ ନରେନ୍ଦ୍ରପୁର ପଞ୍ଚାୟତ ବିଜୁ ଯୁବବାହିନୀ ସଭାପତି ଏବଂ ରଣପୁର ନିର୍ବାଚନ ମଣ୍ଡଳୀର ଜଣେ ସକ୍ରିୟ ଯୁବ ନେତା ଥିଲେ । ସେ ରାଜ ସୁନାଖଳା କଲେଜର ଛାତ୍ର ସଂସଦ ସଭାପତି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଜାତୀୟ ରାଜପଥ ଅବରୋଧ

Body:ଖୋର୍ଦ୍ଧା : ବିଜେଡି ଛାତ୍ର ନେତା ଅବକାଶ ପାଇକରାୟ ମୃତ୍ୟୁ ଘଟଣାକୁ ନେଇ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ ।ବିନୋଦପଡା କଲେଜ ଛକ ଠାରେ ରାସ୍ତାରୋକ କଲେ ଶହଶହ ଛାତ୍ର,ଯୁବ ବିଜେଡି କର୍ମୀ ଏବଂ ସ୍ଥାନୀୟ ବାସିନ୍ଧା ।ଗତ କାଲି ବିଳମ୍ବିତ ରାତିରେ ଅବକାଶଙ୍କୁ ଭୁବନେଶ୍ୱର ଭି ଏସ ଏସ ନଗର ଠାରେ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା ।ତେବେ ପୋଲିସ ଶବ ଜବତ କରି ତଦନ୍ତ ଚଳାଇଥିବା ବେଳେ ତାଙ୍କ ସହଯୋଗୀ ତଥା ରଣପୁର ବିଜେଡି ଯୁବ କର୍ମୀ ମାନେ ରାସ୍ତାରୋକ କରି ଅଭିଯୁକ୍ତ ମାନଙ୍କୁ ଗିରଫ ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ।ମୃତ ଅବକାଶ ଭି ଏସ ଏସ ନଗର ର ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ ।ତେବେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।ମର ଶରୀର ବିନୋଦପଡା ଠାରେ ପହଁଚିବା ପରେ ରାସ୍ତାରୋକ ହୋଇଥିଲା ।ମୃତ ଅବକାଶ ଙ୍କ ଘର ରଣପୁର ଥାନା ଅଧିନ ନରେନ୍ଦ୍ରପୁର ଗାଁ ରେ ବୋଲି ଜଣା ପଡ଼ିଛି ।ସେ ନରେନ୍ଦ୍ରପୁର ପଞ୍ଚାୟତ ବିଜୁ ଯୁବ ବାହିନୀ ସଭାପତି ଏବଂ ରଣପୁର ନିର୍ବାଚନ ମଣ୍ଡଳୀ ର ଜଣେ ସକ୍ରିୟ ଯୁବ ନେତା ଥିଲେ ।ସେ ରାଜ ସୁନାଖଳା କଲେଜର ଛାତ୍ର ସଂସଦ ସଭାପତି ମଧ୍ୟ ଥିଲେ ।ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି ।Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.