ETV Bharat / state

ଚିଲିକା ମଝିରେ ବଜ୍ରାଘାତ, ଅକାଳରେ ଚାଲିଗଲା ବାପ ପୁଅଙ୍କ ଜୀବନ - ବଜ୍ରପାତ

ଚିଲିକା ମଝିରେ ହେଲା ବଜ୍ରପାତ । ଅକାଳରେ ଚାଲିଗଲା ଖୋର୍ଦ୍ଧା ବାଲୁଗାଁର ଅଞ୍ଚଳର ବାପପୁଅଙ୍କ ଜୀବନ । ଅଧିକ ପଢନ୍ତୁ

lightening in mid chilika
lightening in mid chilika
author img

By

Published : Jul 31, 2023, 5:09 PM IST

Updated : Jul 31, 2023, 5:27 PM IST

ଚିଲିକା ମଝିରେ ବଜ୍ରାଘାତ, ଅକାଳରେ ଚାଲିଗଲା ବାପ ପୁଅଙ୍କ ଜୀବନ

ଖୋର୍ଦ୍ଧା: ସତରେ ମୃତ୍ୟୁ କେତେବେଳେ ଓ କେଉଁ ସମୟରେ ଆସିବ ତାହା କହିବା ଅତ୍ୟନ୍ତ କଷ୍ଟକର । ଏଠାରେ ସବୁଦିନ ପରି ବାପପୁଅ ଡଙ୍ଗା ଧରି ମାଛ ମାରିବାକୁ ଚିଲିକା ମଝିକୁ ଯାଇଥିଲେ । ହେଲେ ସେମାନେ ଜାଣିନଥିଲେ ଯେ ଏହାପରେ ଆଉ କେବେ କୂଳକୁ ଫେରିବେ ନାହିଁ । ଚିଲିକା ମଝିରେ ଜଗି ବସିଥିଲା ଯମ । ବିଳମ୍ବିତ ରାତ୍ରିରେ ମାଛ ମାରିବା ସମୟରେ ଚିଲିକା ମଝିରେ ହୋଇଥିଲା ବଜ୍ରପାତ । ଏହି ବଜ୍ରାଘାତରେ ଏକାବେଳେ ଚାଲିଗଲା ବାପ ପୁଅଙ୍କ ଜୀବନ । ତେବେ ଆଜି ସକାଳୁ ବାପପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ସେପଟେ ଘରେ ଜନ୍ମ ନେଇଥିବା କୁନି ଅତିଥିର ମୁହଁ ଦେଖି ପାରିନାହାନ୍ତି ବାପ ପୁଅ ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ବାଲୁଗାଁ ସନ୍ୟାସୀ ନଗରର ବାପ ପୁଅ ଚିଲିକାକୁ ମାଛ ମାରିବାକୁ ଯାଇଥିଲେ । ବିଳମ୍ବିତ ରାତି ସମୟରେ ଚିଲିକା ଭିତରେ ହେଲା ବଜ୍ରାଘାତ । ଯାହା ଏମାନଙ୍କ ପାଇଁ କାଳ ସାଜିଲା । ବଜ୍ରାଘାତରେ ଉଭୟ ବାପ ପୁଅଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବାଲୁଗାଁ ସନ୍ୟାସୀ ନଗରର ବାପା ବିଧାନ ବିଶ୍ବାସ ଓ ପୁଅ ଉତ୍ତମ ବିଶ୍ବାସ ଚିଲିକା ଭିତରେ ଥିବା କଳିଯୁଗେଶ୍ଵର ଓ ରାହାଣବେଲି ମଝିରେ ଡଙ୍ଗାରେ ଥିବାବେଳେ ହଠାତ ବର୍ଷା ପବନ ଆସିଲା ଆଉ ବଜ୍ରାଘାତ ହୋଇଥିଲା ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- କାଠ ଆଣିବାକୁ ଯାଇଥିଲେ ଜଗିଥିଲା ଯମ, ଅନୁଗୋଳରେ ବଜ୍ରପାତ ନେଲା 2 ଜୀବନ

ତେବେ ଏଥିରେ ଉଭୟ ବାପ ପୁଅଙ୍କ ଜୀବନ ଚାଲି ଯାଇଥିଲା । ଆଜି ସକାଳୁ ଚିଲିକା ଭିତରକୁ ଯାଉଥିବା ଅନ୍ୟ ନାଉରୀ ଡଙ୍ଗାଟି ଭାସୁଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେବାପରେ ଘର ଲୋକେ ଜାଣିଥିଲେ ଓ ମୃତଦେହକୁ ଦୀର୍ଘ ସମୟ ପରେ କୂଳକୁ ଆଣିଥିଲେ । ମଝି ଚିଲିକାରେ ମାଛ ମାରିବାକୁ ଯାଇ ବାପା ପୁଅ ମୃତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି ।

ଦେଖିପାରିଲେନି ନବଜାତର ମୁହଁ :-ହେଲେ ସବୁଠୁ ଦୁଃଖର କଥା ହେଉଛି ଉତ୍ତମ ଏପଟେ ଚିଲିକା ମଝିରେ ମରଣ ଯନ୍ତାରେ ପଡ଼ିଥିବା ବେଳେ ସେପଟେ ଘରକୁ ଆସିଛି କୁନି ଅତିଥି । ଉତ୍ତମଙ୍କ ପତ୍ନୀ ରବିବାର ବିଳମ୍ବିତ ରାତିରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ତାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ସେ ଉତ୍ତମଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ଉତ୍ତର ମିଳିନଥିଲା । ସେପଟେ ଆଜି ସକାଳୁ ଉତ୍ତମ ଓ ପିତା ବିଧାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jul 31, 2023, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.