ଖୋର୍ଦ୍ଧା: ବଜ୍ରପାତରେ ପୁଅ ମୃତ,ବାପା ଗୁରୁତର । ଏ ଭଳି ଅଭାବନୀୟ ତଥା ଦୁଃଖଦ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଘଟିଯାଇଛି । ଶନିବାର ଅପରାହ୍ନରେ ବଜ୍ରାଘାତ ଘଟି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ପଞ୍ଚାୟତ ଅନ୍ତର୍ଗତ ଗଭଣୀପଡାର ସୁବନ୍ଧ ପାଇକରାୟ ଓ ତାଙ୍କ ପୁଅ ଧରଣୀ ପାଇକରାୟ ନିଜ ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପୁଅ ଧରଣୀ ପାଇକରାୟଙ୍କ ମୃତ୍ୟୁ ହୋଇଥିବାବେଳେ ବାପାକୁ ଗୁରୁତର ଅବସ୍ଥାରେ ବାଙ୍କୋଇ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି । ସେପଟେ ମୃତ ଧରଣୀଙ୍କ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ