ETV Bharat / state

କାରରେ ଆସିଲେ, LED ବୋଝେଇ ପିକଅପ୍‌ ଭ୍ୟାନ ନେଇ ଛୁ ମାରିଲେ

ଜାତୀୟ ରାଜପଥରେ LED ବୋଝେଇ ପିକଅପ୍ ଭ୍ୟାନରୁ ଲୁଟ ଅଭିଯୋଗ । 12ଟି ଏଲଇଡି, ମିକ୍ସର ମେସିନ, ପ୍ରୋସେସର, ଲାପଟପ, ମୋବାଇଲ ଲୁଟ ହୋଇଛି । ଅଧିକ ପଢ଼ନ୍ତୁ

ଏଲଇଡି ବୋଝେଇ ଟାଟା ଏସଇ ଲୁଟ
ଏଲଇଡି ବୋଝେଇ ଟାଟା ଏସଇ ଲୁଟ
author img

By

Published : Apr 3, 2022, 12:19 PM IST

ଖୋର୍ଦ୍ଧା: ଜାତୀୟ ରାଜପଥରେ ଏଲଇଡି ବୋଝେଇ ପିକଅପ୍‌ ଭ୍ୟାନରୁ ଲୁଟ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରୁ । ସୂଚନାନୁସାରେ ଜି.ଉଦୟଗିରିରୁ ଏକ କାର୍ଯ୍ୟକ୍ରମ ସାରି ୪ଜଣ ଟାଟା ଏସି ଗାଡ଼ିରେ ଏଲଇଡି ବୋଝେଇ କରି ଭୁବନେଶ୍ବର ଅଭିମୁଖେ ଯାଉଥିଲେ ।

ଏଲଇଡି ବୋଝେଇ ଟାଟା ଏସଇ ଲୁଟ

ସେହି ସମୟରେ ହଠାତ ଏକ କାରରେ 5ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ଆସି ସେମାନଙ୍କୁ ମାଡ଼ ମାରି ଗାଡ଼ି ସହ ପ୍ରାୟ 30ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଥିଲେ । ତେବେ ଗାଡ଼ିରେ 12ଟି ଏଲଇଡି, ମିକ୍ସର ମେସିନ, ପ୍ରୋସେସର, ଲାପଟପ, ମୋବାଇଲ ଥିବା ଅଭିଯୋଗ । ଏନେଇ ଆହତ ୪ଜଣ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.