ETV Bharat / state

ପୂରଣ ହେବ ସରକାରୀ ଆୟୁର୍ବେଦିକ ମେଡିକାଲ୍ କଲେଜର ଅଧ୍ୟାପକ ପଦବୀ - ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜରେ ଖାଲିଥିବା ୨୯ ପଦବୀ ପୂରଣ ହେବ । ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗଙ୍କୁ ପତ୍ର ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ଅଧିକ ପଢନ୍ତୁ

ayurvedic medical college of odisha
ayurvedic medical college of odisha
author img

By

Published : Jan 16, 2023, 8:07 PM IST

ଭୁବନେଶ୍ବର: ରାଜ୍ୟରେ ଆୟୁର୍ବେଦିକ ମେଡିକାଲ୍ କଲେଜର ଅଧ୍ୟାପକଙ୍କ ପଦବୀ ପୂରଣ ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଆଉ ପାଦେ ଆଗେଇଛି । ସ୍ୱାସ୍ଥ୍ୟସେବାକୁ ଯେଉଁଭଳି ଭାବରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଆୟୁର୍ବେଦିକ ମେଡିକାଲ କଲେଜରେ ମଧ୍ୟ ଖାଲି ପଡ଼ିଥିବା ପଦବୀ ପୁରଣ ହେବାକୁ ଯାଉଛି । ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ପତ୍ର ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

ରାଜ୍ୟରେ ଥିବା ଆୟୁର୍ବେଦ ମେଡିକାଲ କଲେଜରେ ପାଖାପାଖି 29ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ଏହି ପଦବୀ ପୁରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ମାସ 10 ତାରିଖ ସୁଦ୍ଧା ରାଜ୍ୟର ଆୟୁର୍ବେଦିକ ମେଡିକାଲ କଲେଜଗୁଡିକର ଗ୍ରୁପ୍ ବି ପଦବୀରେ ମୂଲ୍ୟାଙ୍କନ କରାଯାଇଛି । ଏନେଇ ଓଡିଶା ଲୋକସେବା ଆୟୋଗଙ୍କୁ ପତ୍ର ଲେଖିଛି ସ୍ୱାସ୍ଥ୍ୟ ବିଭାଗ।

ଅଗଡାତନ୍ତ୍ରରେ 3ଟି ପଦବୀ ରହିଥିବା ବେଳେ 2ଟି ଜେନେରାଲ ଓ 1 ଏସ୍‌ଟି। ସେହିଭଳି ଭାବରେ କାୟାଚିକିତ୍ସା, ପଞ୍ଚକର୍ମ, ପ୍ରସୂତିତନ୍ତ୍ର ଭଳି 14ଟି ବିଭାଗରେ 29ଟି ପଦବୀ ପୁରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ମୋଟ ପଦବୀ 29 ରହିଥିବା ବେଳେ 15ଟି ରହିଛି ଜେଲେରାଲ ବର୍ଗର, ଏସ୍‌ଟି ବର୍ଗ ରହିଛି 10ଟି ଏବଂ ଏସସି ବର୍ଗ ରହିଛି 4ଟି ପଦବୀ।

ସୂଚନା ଅନୁଯାୟୀ, ରାଜ୍ୟରେ ମାଳମାଳ ପଦବୀ ଖାଲି ରହିଛି । କିରାଣି ଠାରୁ ଆରମ୍ଭ କରି ଓଏଏସ୍‌ ଯାଏଁ ବହୁ ପଦବୀ ଫାଙ୍କା । ସ୍ବାସ୍ଥ୍ୟ ସେବାକୁ ଠିକ୍ କରିବା ପାଇଁ ସରକାର ଗୁଡ଼ାଏ ଯୋଜନା ଘୋଷଣା କରୁଛନ୍ତି । କିନ୍ତୁ ସରକାରୀ ତଥ୍ୟ ଭିନ୍ନ କିଛି ସୂଚାଉଛି । ପ୍ରତିଦିନ ଏକାଧିକ ଜାଗାରେ ସରକାରୀ ହସ୍ପିଟାଲ୍‌ରେ ସ୍ବାସ୍ଥ୍ୟସେବାକୁ ନେଇ ଅଭିଯୋଗ ତାଲିକା ଲମ୍ବି ଚାଲିଛି । ଏହାର ଏକ ପ୍ରମୁଖ କାରଣ ହୋଇଛି ଡାକ୍ତର ସଙ୍କଟ । ସରକାର ହସ୍ପିଟାଲ୍‌ କୋଠା, ଯନ୍ତ୍ରପାତି ସବୁ ପ୍ରସ୍ତୁତ କରୁଥିଲେ ବି ଡାକ୍ତର ଅଭାବରୁ ସ୍ବାସ୍ଥ୍ୟ ସେବା ବିଗିଡ଼ି ଯାଉଛି, ଏହାକୁ ସ୍ବୀକାର କରିବାକୁ ପଡ଼ିବ। ପୁଣି ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲାଯାଉଥିବା ବେଳେ ସେଠାରେ ମଧ୍ୟ ଆବଶ୍ୟକ ଡାକ୍ତରୀ ଶିକ୍ଷକ ଓ କର୍ମଚାରୀ ନାହାନ୍ତି। ଡାକ୍ତରୀ ଶିକ୍ଷକ ଯଥେଷ୍ଟ ନଥିବା ଏକ ଗୁରୁତର ସମସ୍ୟା । କେବଳ MBBS ଡାକ୍ତର ନୁହନ୍ତି, ହୋମିଓପାଥିକ୍ ଓ ଆୟୁର୍ବେଦିକ୍‌ରେ ମଧ୍ୟ ସମାନ ସ୍ଥିତି । ପଖାପାଖି 221 ଆୟୁର୍ବେଦିକ ଓ 150 ହୋମିଓପାଥିକ ମେଡିକାଲ୍‌ ଅଫିସର୍ ପଦବୀ ଖାଲି ପଡ଼ିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.