ETV Bharat / state

ଆସନ୍ତା 12ରେ ଓକିଲ ସଂଘର କାର୍ଯ୍ୟ ବନ୍ଦ ଡାକରା

ଆସନ୍ତା 12 ତାରିଖରେ ପ୍ରତିବାଦ ଦିବସ ଭାବେ ସାରା ରାଜ୍ୟରେ ଓକିଲ ସଂଘର କାର୍ଯ୍ୟ ବନ୍ଦ ଡାକରା । ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲା ବାର ଆସୋସିଏସନ । ଅଧିକ ପଢନ୍ତୁ

author img

By

Published : Dec 4, 2022, 8:49 PM IST

ଆସନ୍ତା 12ରେ ଓକିଲ ସଂଘର କାର୍ଯ୍ୟ ବନ୍ଦ ଡାକରା
ଆସନ୍ତା 12ରେ ଓକିଲ ସଂଘର କାର୍ଯ୍ୟ ବନ୍ଦ ଡାକରା

ଭୁବନେଶ୍ବର : ଆସନ୍ତା 12 ତାରିଖରେ ପ୍ରତିବାଦ ଦିବସ ଭାବେ ସାରା ରାଜ୍ୟରେ ଓକିଲ ସଂଘର କାର୍ଯ୍ୟ ବନ୍ଦ ଡାକରା । ଏନେଇ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲା ବାର ଆସୋସିଏସନ । ତେଣୁ ଏକାଠି ହେଲେ ୧୭୨ ବାର ଆସୋସିଏସନ କର୍ମକର୍ତ୍ତା । ଏହା ସହିତ ଗଠିତ ହୋଇଛି ଆଇନଜୀବୀ କ୍ରିୟାନୁଷ୍ଠାନ କମିଟି ।

ଓଡିଶାରେ କୋର୍ଟ କାର୍ଯ୍ୟ ବର୍ଜନ କରୁଥିବା ଆଇନଜୀବୀ ଲାଇସେନ୍ସ ରଦ୍ଦ ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ସୁପ୍ରିମୋକୋର୍ଟ ଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଓକିଲ ସଂଘ । ଏନେଇ ଆଜି ଭୁବନେଶ୍ୱର ବାର ପରିସରରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଚରମ ନିଷ୍ପତ୍ତି ନିଆଯାଇଛି ।

ପଶ୍ଚିମ ଓଡିଶାରେ ଓଡିଶା ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ମାନେ କରୁଥିବା ଆନ୍ଦୋଳନକୁ ଭର୍ତ୍ସନା କରିବା ସହ ସମ୍ପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏଭଳି ଓକିଲ ମାରଣ ନୀତିକୁ ବିରୋଧ କରି ଆଜି ଭୁବନେଶ୍ୱର ବାର ଆସୋସିଏସନ ଠାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ୧୭୨ ବାରର ସଭାପତି ଓ ସମ୍ପାଦକ ଯୋଗ ଦେବା ସହ ଆସନ୍ତା ୧୨ ତାରିଖରେ ପ୍ରତିବାଦ ଦିବସ ସ୍ୱରୂପ କାର୍ଯ୍ୟବନ୍ଦ ଡାକରା ଦେଇଛି ସଂଘ । ଏନେଇ ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର, ଓକିଲଙ୍କ ସୁରକ୍ଷା ପ୍ରସଙ୍ଗରେ ଖୁବଶୀଘ୍ର ମହାମହିମ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଦାବି ପତ୍ର ଦେବ ସଂଘ ।

ଆଇନଜୀବୀଙ୍କ ସଠିକ ଭାବେ ଉପସ୍ଥାପନ ପାଇଁ ଆଜି ଗଠିତ ହୋଇଛି କ୍ରିୟାନୁଷ୍ଠାନ କମିଟି । ଏନେଇ ଶିବାନନ୍ଦ ରାୟଙ୍କୁ ଏହାର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ଖଣ୍ଡପୀଠ, ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ପେସାର ଗରିମା ରକ୍ଷା ପାଇଁ ଯଦି ଆଇନଜୀବୀ ଉପଯୁକ୍ତ ଆଚରଣ ନ କରନ୍ତି , ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇବା ସହ ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲା ଖଣ୍ଡପୀଠ । ଏହାକୁ ନେଇ ସାରା ଓଡ଼ିଶାର ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।

ସେହିପରି ସାରା ରାଜ୍ୟରେ ବିଚାର ଅପେକ୍ଷାରେ 17 ଲକ୍ଷ ମାମଲା ପଡିରହିଛି । ତେବେ ଏଭଳି ପରିସ୍ଥିତିର ଆଇନଜୀବୀଙ୍କ ଆନ୍ଦୋଳନ ଡାକରା ବିଚାର ପ୍ରକ୍ରିୟାରେ ବାଧକ ସାଜିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.