ETV Bharat / state

BJP Press Meet: ‘ମୁଖିଆ ଧୃତରାଷ୍ଟ୍ର ପାଲଟି ଯାଇଥିବାରୁ ଅରାଜକତା ବଢିଛି’

author img

By ETV Bharat Odisha Team

Published : Nov 9, 2023, 6:14 PM IST

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ‘‘ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଗୃହ ବିଭାଗ ଦାୟିତ୍ଵରେ ମୁଖ୍ୟମନ୍ତ୍ରୀ ଅଛନ୍ତି ହେଲେ ସେ ନିଦାବିଷ୍ଣୁ ପାଲଟିଛନ୍ତି । ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ରାଜ୍ୟ ସରକାରଙ୍କୁ ସତର୍କ ଏବଂ ଦାବି କରିଛନ୍ତି । ଅଧିକ ପଢନ୍ତୁ

BJP Press Meet:ମୁଖିଆ ଧୃତରାଷ୍ଟ୍ର ପାଲଟି ଯାଇଥିବାରୁ ଅରାଜକତା ବଢିଛି: ବିଜେପି

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଗୃହ ବିଭାଗ ଦାୟିତ୍ଵରେ ମୁଖ୍ୟମନ୍ତ୍ରୀ ଅଛନ୍ତି ହେଲେ ସେ ନିଦାବିଷ୍ଣୁ ପାଲଟିଛନ୍ତି । ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ରାଜ୍ୟ ସରକାରଙ୍କୁ ସତର୍କ ଏବଂ ଦାବି କରିଛନ୍ତି । ରାଜ୍ୟରେ ଲ ଲେସନେସ ବଢିଛି । କିନ୍ତୁ ସରକାର କର୍ଣ୍ଣପାତ କରୁନାହାଁନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗ କରି ଆଜି ପ୍ରେସମିଟ କରି ଏଭଳି ବର୍ଷିଛି ବିଜେପି ।

ଅଧିକ ପଢନ୍ତୁ- Ambabhona PS Vandalism Case: ବିଧାୟକ ସୁଶାନ୍ତ ସିଂଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ

ବିଜେପି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ‘‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଗୃହ ବିଭାଗ ଦାୟିତ୍ଵରେ ମୁଖ୍ୟମନ୍ତ୍ରୀ ଅଛନ୍ତି ହେଲେ ସେ ନିଦାବିଷ୍ଣୁ ପାଲଟିଛନ୍ତି । ଆଇନ ଶୃଙ୍ଖଳା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ରାଜ୍ୟ ସରକାରଙ୍କୁ ସତର୍କ ଏବଂ ଦାବି କରିଛନ୍ତି । ରାଜ୍ୟରେ ଲ ଲେସନେସ ବଢିଛି । କିନ୍ତୁ ସରକାର କର୍ଣ୍ଣପାତ କରୁନାହାଁନ୍ତି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ଅରାଜକତା ଦେଖା ଦେଇଛି । ରାବଣ, ଦୁର୍ଯ୍ୟୋଧନ ମାନସିକତା ଯୋଗୁଁ ବଢିଛି ଅରାଜକତା ଓ ନାରୀ ନିର୍ଯାତନା । ମୁଖିଆ ଧୃତରାଷ୍ଟ୍ର ପାଲଟି ଯାଇଥିବାରୁ ଅରାଜକତା ବଢିଛି । ମୁଖ୍ୟମନ୍ତ୍ରୀ ଏଣ୍ଡୁଅ ଭଳି ରଙ୍ଗ ବଦଳାଉଛନ୍ତି । ଅପରାଧରେ ସଂପୃକ୍ତ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ।’’

ସେହିପରି ବିଜେପି ମୁଖପାତ୍ର କହିଛନ୍ତି ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ ଅଫିସର ମାନଙ୍କୁ ଆକ୍ରମଣ, ଥାନା ଭାଙ୍ଗିବା, ଥାନା ସମ୍ପତ୍ତି ଲୁଟ ହୋଇଛି । 300ରୁ ଊର୍ଦ୍ଧ୍ବ ବିଜେଡ଼ି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜ୍ଜୁ କରିଛି ପୋଲିସ । 102 ଜଣଙ୍କ ନାମ ଚିହ୍ନଟ କରିଛି ପୋଲିସ । ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ସମସ୍ତଙ୍କର ସମ୍ପର୍କ ରହିଛି । ସବୁ ନେତାଙ୍କ ଫଟୋ ଦେଖାଇ ଟାର୍ଗେଟ କରିଛି ବିଜେପି । ପୋଲିସ ନାମକୁ ମାତ୍ର 6 ଜଣଙ୍କୁ ଗିରଫ କରିଛି । ଆଉ କାହାକୁ ଗିରଫ କରିବା ପାଇଁ ପୋଲିସର ସାହସ ନାହିଁ । ଏପର୍ଯ୍ୟନ୍ତ ମୁଖ୍ୟ ଆସାମୀ ବିଧାୟକ ସୁଶାନ୍ତ ସିଂହକୁ ପୋଲିସ ଗିରଫ କରିବାକୁ ସାହାସ ନାହିଁ ।

ଅଧିକ ପଢନ୍ତୁ- ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ: କଂଗ୍ରେସ

ବିଜେପି ଅଭିଯୋଗ କରିଥିଲା ସେହିଦିନ ଗଞ୍ଜେଇ ଚୋରା ଚାଲାଣ ଖବର ପାଇଥିଲା ପୋଲିସ । ଦୁଇ ଘଣ୍ଟା ପରେ ସଂଘବଦ୍ଧ ଭାବରେ ଥାନା ଉପରେ ଆକ୍ରମଣ କଲେ । ମାଓବାଦୀ ମାନଙ୍କ ପରି ଥାନା ଉପରେ ଆକ୍ରମଣ କରିଛନ୍ତି । ଘଟଣା ସ୍ଥଳକୁ ଯାଇଥିବା ଅଫିସର ଜଣେ ଆଦିବାସୀ ବର୍ଗରଲୋକ । ତାଙ୍କୁ ସେଥିପାଇଁ ପୋଲିସ ବୋଲି ଭାବୁନି କି ବିଜେଡ଼ି ସରକାର ? ଏହି ଅଫିସର ପୋଲିସ ସଂଘ ଭିତରେ ଆସୁଛନ୍ତି କି ନାହିଁ ? ଯଦି ଆସୁଛନ୍ତି, ତେବେ ପୋଲିସ ସଂଘ କାହିଁକି ଘଟଣାର ନିନ୍ଦା କରୁନାହିଁ ? ଥାନା ଆକ୍ରମଣ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରନ୍ତୁ ସରକାର । ମୁଖ୍ୟମନ୍ତ୍ରୀ ଗୃହ ବିଭାର ମୁଖ୍ୟ ଭାବେ ଭଟଲି ବିଧାୟକଙ୍କୁ ଗିରଫ କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଯଦି ଅଯୋଗ୍ୟ ତାହେଲେ ଗୃହ ବିଭାଗ ଛାଡ଼ି ଦିଅନ୍ତୁ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.