ETV Bharat / state

ଶୁଭାରମ୍ଭ ହେଲା ଓଡିଶା ଓ୍ବିମେନ ଇନ ମିଡିଆ - ଓଡିଶା ଓ୍ବିମେନ ଇନ ମିଡିଆ

ଶୁକ୍ରବାର ଓଡିଶା ଓ୍ବିମେନ ଇନ ମିଡିଆର ଶୁଭାରମ୍ଭ ହେବା ସହ ଏହାର ଲୋଗୋ ଉନ୍ମୋଚିତ ହୋଇଯାଇଛି । ବିଭିନ୍ନ ଗଣମାଧ୍ୟମ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଓ ଗଣମାଧ୍ୟମ ସହ ଜଡିତ କାର୍ଯ୍ୟରତ ମହିଳାମାନଙ୍କ ଅଧିକାରକୁ ସୁରକ୍ଷା ଦେବା ଏହି ଟ୍ରଷ୍ଟର ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

odisha women in media
odisha women in media
author img

By

Published : Mar 5, 2023, 2:07 PM IST

ଭୁବନେଶ୍ବର: ଏକାଠି ହେଲେ ମହିଳା ସମ୍ବାଦିକ। ଗୋଟିଏ ମଞ୍ଚରେ ବସିଲେ ଓଡିଶା ଗଣମାଧ୍ୟମ ସହ ଜଡିତ ଥିବା ସମସ୍ତ ମହିଳା । ଗଠନ ହେଲା ଓଡିଶା ମହିଳା ମିଡିଆ ଟ୍ରଷ୍ଟ, ଓବ୍ଲୁଏମ୍ (OWM) । ଦୀର୍ଘ ୩ ଦଶନ୍ଧୀ ଧରି ଓଡିଶା ଗଣମାଧ୍ୟମ ସହ ଯଡିତ ଥିବା ସମସ୍ତ ବର୍ଗର ମହିଳାଙ୍କୁ ନେଇ ଗଠନ ହୋଇଛି ଏହି ଟ୍ରଷ୍ଟ । ଏହାକୁ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଉଦଘାଟନ କରିଛନ୍ତି । ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସମସ୍ୟା ଉପରେ ଆଲୋଚନା ଓ ଏହାର ସାମାଧାନ ଦିଗରେ ଏହି ଟ୍ରଷ୍ଟ କାମ କରିବ ।

ତେବେ ସମୟ ବଦଳିବା ସହ ଗଣମାଧ୍ୟମରେ ମହିଳାଙ୍କ ସଂଖ୍ୟା କ୍ରମଶଃ ବଢିବାର ଲାଗିଛି । ଫିଲ୍ଡ ରିପୋର୍ଟିଂ ଠାରୁ ନେଇ ମହିଳା ଉପସ୍ଥାପିକା ପ୍ରତିଟି ପ୍ରସଙ୍ଗରେ ସମ୍ମାନ ଓ ସହଭାଗିତା ସହ କାର୍ଯ୍ୟ ତୁଲାଉଛନ୍ତି ମହିଳା ସାମ୍ବାଦିକା । କେବେ ପରଦା ଉପରେ ତ ଆଉ କେବେ ପରଦା ପଛରେ ରହି ନିଷ୍ଠାର ସହ ନିଜ କାମ ସମ୍ପାଦନା କରୁଛନ୍ତି । ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ଅସ୍ତିତ୍ବ ବଞ୍ଚାିବା ପାଇଁ ସଂଘର୍ଷ ଜାରି ରହିଛି । ଆଉ ଏହି ସଂଘର୍ଷକୁ ସୁଗମ କରିବା ପଥରେ Odisha women in media Trust ଗଠନ ହୋଇଛି । ଗଣମାଧ୍ୟମ ପ୍ରତି ମହିଳାଙ୍କ ଆଗ୍ରହ ବଢାଇବା ସହ ସେମାନଙ୍କୁ ସଂଗଠିତ କରି ରଖିବାରେ ଏହି ଟ୍ରଷ୍ଟ ବେସ ସହାୟକ ହୋଇ ପାରିବ ।

ଏହା ମଧ୍ୟ ପଢନ୍ତୁ: Biju Patnaik's iconic Dakota aircraft: ଡାକୋଟା ବିମାନକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବିଶେଷ ଭାବେ ସୂଚନାର ଆଦାନ ପ୍ରଦାନ, ଗଣମାଧ୍ୟମର ସଚେତନତା ସୃ୍‌ଷ୍ଟି କରିବା, ସାମ୍ବାଦିକତାର ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ତଥା ଲିଙ୍ଗଗତ ସମାନତାରେ କାର୍ଯ୍ୟ କରିବା ସହିତ ଗୋଟିଏ ଛାତ ତଳେ ମହିଳାମାନଙ୍କ ଉନ୍ନତି, ସଶକ୍ତିକରଣ ପ୍ରଦାନ କରାଯିବା ଏହି ଓଡ଼ିଶା ୱିମେନ୍ ଇନ୍ ମିଡିଆ ଟ୍ରଷ୍ଟ କାର୍ଯ୍ୟ କରିବ । ଗତକାଲି(ଶନିବାର) ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସମ୍ପାଦିକାଙ୍କ ସହିତ ଟ୍ରଷ୍ଟର ସଦସ୍ୟ ଏବଂ ୧୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ମହିଳା ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସୁଲୋଚନା ଦାସ କହିଛନ୍ତି, " ମୁଁ ସାମ୍ବାଦିକତା କ୍ଷେତ୍ରରୁ ଆସିଛି । ଏଭଳି ଫୋରମ ଗଠନ ଏବଂ ଟ୍ରଷ୍ଟ ଦ୍ବାରା ବହୁ ଦିନର ସ୍ବପ୍ନର ସାକାର ହେଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.