ETV Bharat / state

Pushkara: ଫିଲ୍ମରେ ନଜର ଆସିବେ ସ୍ବର୍ଗତ ପିଣ୍ଟୁ ନନ୍ଦ, ପ୍ରଥମ ଲୁକ୍ ଆଉଟ୍ - ପିଣ୍ଟୁ ନନ୍ଦ ପ୍ରଥମ ଲୁକ୍ ଆଉଟ୍

ଗଣେଶପୂଜାରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ପୁଷ୍କରା'। ଏହି ଫିଲ୍ମରେ ଓଲିଉଡର ଅନେକ ଲୋକପ୍ରିୟ କଳାକାର ନଜର ଆସିବାକୁ ଥିବା ବେଳେ ସ୍ବର୍ଗତ ଅଭିନେତା ଫିଣ୍ଟୁ ନନ୍ଦ ମଧ୍ୟ ଦମଦାର ଭୂମିକାରେ ନଜର ଆସିବେ । ତେବେ ବର୍ତ୍ତମାନ ଏହା ତାଙ୍କର ଶେଷ ଫିଲ୍ମ ହୋଇଥିବାବେଳେ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ ରିଲିଜ ହୋଇଛି । ଅଧିକ ପଢନ୍ତୁ

ପୁଷ୍କରାରେ ନଜର ଆସିବେ ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ପ୍ରଥମ ଲୁକ୍ ଆଉଟ୍

author img

By ETV Bharat Odisha Team

Published : Aug 27, 2023, 12:44 PM IST

ଭୁବନେଶ୍ବର: ଓଲିଉଡ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦ ଆଜି ଆମ ଗହଣରେ ନାହାନ୍ତି ହେଲେ ତାଙ୍କ ଅଭିନୟର ଛାପ ଆଜି ବି ଲୋକଙ୍କ ମନରେ ଚିର ହୋଇ ରହିଛି । ଫିଲ୍ମରେ ତାଙ୍କ ଡାଇଲଗ ଆଜି ବି ଲୋକଙ୍କ ମୁହଁରେ ରହିଛି । ଏହାରି ମଧ୍ୟରେ ଅଭିନେତାଙ୍କ ଶେଷ ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମ 'ପୁଷ୍କରା'ରେ ଶେଷ ଥର ପାଇଁ ନଜର ଆସିବେ ସ୍ବର୍ଗତ ଅଭିନେତା ଫିଣ୍ଟୁ ନନ୍ଦ । ବର୍ତ୍ତମାନ ଫିଲ୍ମରୁ ପ୍ରଥମ ଲୁକ ରିଲିଜ ହୋଇଛି ।

ଏହି ଫିଲ୍ମରେ ସ୍ବର୍ଗତ ପିଣ୍ଟୁ ନନ୍ଦଙ୍କ ସମେତ ସବ୍ୟସାଚୀ ମିଶ୍ର, ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ତ୍ରିଭୁବନ ପଣ୍ଡା, ଅଶ୍ରୁମୋଚନ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ପୂର୍ବରୁ ଫିଲ୍ମର ମୋସନ ପୋଷ୍ଟର ଏବଂ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରଥମ ଲୁକ୍ ରିଲିଜ ହୋଇସାରିଛି । ବର୍ତ୍ତମାନ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କ ପ୍ରଥମ ପୋଷ୍ଟର ଲୁକ ରିଲିଜ ହୋଇଛି । ସବ୍ୟସାଚୀ ମିଶ୍ର ନିଜ ଇନଷ୍ଟାଗ୍ରାମରେ ଅଭିନେତା ପିଣ୍ଟୁଙ୍କ ଲୁକ ରିଲିଜ କରିଛନ୍ତି । ଏହି ଫିଲ୍ମରେ ପିଣ୍ଟୁ ସୁର ଭୂମିକାରେ ନଜର ଆସିବେ ।

ସେ ଏହି ପୋଷ୍ଟର ସେୟର କରି କ୍ୟାପସନରେ ଲେଖିଛନ୍ତି, ଆମେ ବହୁତ ମନେ ପକାଉଛୁ ପିଣ୍ଟୁ ଭାଇ । ଯାହା ଡାଇଲଗ କହିଛ ତାହା ସତ୍ୟ। ''ଏଠି ଯୋଉଟା ଗଲା ଗଲା, ଆମର ଏଠି ଆଉ ଲେଉଟାଣି ନାହିଁ।'' ତୁମର ଏହି ଶେଷ ଚଳଚ୍ଚିତ୍ର ତୁମର ଶୁଭେଚ୍ଛୁମାନଙ୍କ ପାଇଁ ଏକ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ହୋଇପାରେ । ଓଲିଉଡରେ କେବେ ବି ଆପଣଙ୍କ ପରି ଅଭିନେତା ପାଇପାରିବ ନାହିଁ । ଏଥିସହ ଟ୍ରେଲର ସେପ୍ଟମ୍ବେର 1 ରିଲିଜ ହେବ ବୋଲି ସବ୍ୟସାଚୀ କହିଛନ୍ତି ।

ତେବେ ଏହି ପୋଷ୍ଟର ରିଲିଜ ହେବା ମାତ୍ରେ ଏନେକ ଓଲିଉଡ କଳାକାର ଏବଂ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ଆପଣଙ୍କୁ ବହୁତ ମିସ୍ କରୁଛୁ ପିଣ୍ଟୁ ଭାଇ । ତୁମେ ଯେଉଁଠି ଅଛ ଭଲରେ ଥାଅ । ଆଉ ଜଣେ ଲେଖିଛନ୍ତି, ପିଣ୍ଟୁ ସାରଙ୍କୁ ଓଡିଶା ଲୋକେ ମନେ ପକାଉଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ଅଛି । ଆଉ ଜଣେ ଲେଖିଛନ୍ତି, ପିଣ୍ଟୁ ଭାଇଙ୍କ ଓଲିଉଡ ଜଗତକୁ ଅବଦାନ ଉତ୍ସାହଜନକ ଥିଲା । ମିସ୍ ୟୁ ପିଣ୍ଟୁ ଭାଇ ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ଫିଲ୍ମ ତରଙ୍ଗ ପ୍ରଡକ୍ସନ ଦ୍ବାରା ନିର୍ମିତ ହୋଇଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ହଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଛି । ତେବେ ଏହି ପିଲ୍ମ ଚଳିତ ବର୍ଷ ଗଣେଶ ପୂଜାରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ଆଉ ଫେରିବେନି ଅଭିନେତା ପିଣ୍ଟୁ ନନ୍ଦ, ଝୁରୁଛି ଜନ୍ମମାଟି

ସୂଚନା ଥାଉ କି, ପିଣ୍ଟୁ ନନ୍ଦ ଚଳିତବର୍ଷ ମୃତ୍ୟୁବରଣ କରିଥିଲେ । ମାର୍ଚ୍ଚ 1 ତାରିଖରେ ବିଳମ୍ବିତ ରାତି ପ୍ରାୟ ୧୧ଟା ୨୫ ମିନିଟ ସମୟରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନରୁ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଲିଭର ପ୍ରତିରୋପଣ ପାଇଁ ତାଙ୍କୁ ହାଇଦ୍ରାବାଦର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ଅଭିନେତା ଆଖି ବୁଜିଥିଲେ । ତାଙ୍କ ମୃତ୍ୟୁରେ ଓଲିଉଡ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.