ETV Bharat / state

ଶାଗୁଆନ ଜଙ୍ଗଲକୁ ଭରପୂର ଉପଭୋଗ କରିବେ ପର୍ଯ୍ୟଟକ, ଗାଡିରେ ବୁଲିବେ ବରବରା

author img

By

Published : Apr 5, 2023, 1:03 PM IST

ବରବରା ଫରେଷ୍ଟରେ ଭରପୂର ଉପଭୋଗ କରିବେ ପର୍ଯ୍ୟଟକ । ଇଟିଭି ଭାରତରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଖବର ପ୍ରକାଶ ପରେ ପର୍ଯ୍ୟଟକଙ୍କ ଭ୍ରମଣ ନିମନ୍ତେ ବରାବରା ଇକୋ-ଟୁରିଜିମକୁ ୨୧ ଲକ୍ଷ ଟଙ୍କାର ଗାଡ଼ି ପ୍ରଦାନ କଲା ବନ୍ୟପ୍ରାଣୀ ବିଭାଗ । ଅଧିକ ପଢନ୍ତୁ

largest teak forest
largest teak forest
largest teak forest

ଖୋର୍ଦ୍ଧା: ବାଲୁଗାଁ ରେଞ୍ଜରେ ଅବସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତ ଶାଗୁଆନ ଜଙ୍ଗଲ ଦାମିଆ ବରବରା ଫରେଷ୍ଟ । ରାଜଧାନୀ ଠାରୁ ପ୍ରାୟ ଏକ ଶହ କିଲୋମିଟର ଦୂରତା ମଧ୍ୟରେ ଏହି ଜଙ୍ଗଲ ଅବସ୍ଥିତ । ସେହିପରି ବାଣପୁର ବ୍ଳକ ନିଳାଦ୍ରୀପ୍ରସାଦ ପଞ୍ଚାୟତରେ ପ୍ରାୟ ୧୦ କିଲୋମିଟର ଘଞ୍ଚ ଜଙ୍ଗଲରେ ଏହି ବରବାର ଇକୋ-ଟୁରିଜିମ୍ ରହିଛି । ୨୦୧୯ ମସିହାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ବିଭାଗ ଶାସନ ସଚିବ ସୁରେଶ ମହାପାତ୍ର ଏହାକୁ ଇକୋ-ଟୁରିଜିମ ମାନ୍ୟତା ପ୍ରଦାନ କରିଥିଲେ । ଏଠାରେ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରକୃତି ନିବାସ ରହିଛି । ପର୍ଯ୍ୟଟକମାନେ ଏଠାକାର ପ୍ରାକୃତିକ ପରିବେଶ ଓ ବନ୍ୟଜନ୍ତୁ ଅତି ନିକଟରୁ ଦେଖିବା ସହ ଭରପୂର ମଜା ନେଇଥାନ୍ତି ।

ପ୍ରକୃତି ନିବାସରେ ପର୍ଯ୍ୟଟକଙ୍କ ନିମନ୍ତେ ଅତ୍ୟାଧୁନିକ ଶୌଚାଳୟ ଠାରୁ ଆରମ୍ଭ କରି ନାନା ଅନୁସାଙ୍ଗିକ ବ୍ୟବସ୍ଥା ରହିଛି । ମାତ୍ର ବରବରା ଜଙ୍ଗଲରେ ସୌନ୍ଦର୍ଯ୍ୟମୟ ପରିବେଶ ଉପଭୋଗ କରିବାକୁ ଇକୋ-ଟୁରିଜିମ ପକ୍ଷରୁ ଭ୍ରମଣ ନିମନ୍ତେ କୌଣସି ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇ ନଥିଲା । ଏ ସମ୍ପର୍କରେ ଇଟିଭି ଭାରତରେ ଗତ ଫେବୃଆରୀ 23 ତାରିଖରେ ଖବର ପ୍ରକାଶ ପାଇଥିଲା । ଏହାସହିତ ଏଠାରେ ଥିବା ନେଟଓ୍ବାର୍କ ସମସ୍ୟା ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ମଧ୍ୟ ଖବର ପ୍ରକାଶ ହୋଇଥିଲା । ଏହି ଖବର ପ୍ରକାଶ ପରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୧ ଲକ୍ଷ ଟଙ୍କାରେ ଗୋଟିଏ ଗାଡ଼ି ବରାବରା ଇକୋ-ଟୁରିଜିମକୁ ପ୍ରଦାନ କରାଯାଇଛି ।

ଏହି ଗାଡ଼ିରେ ଅତିକମ୍‌ରେ ୧୨ରୁ ଅଧିକ ପର୍ଯ୍ୟଟକ ବରାବରା ଜଙ୍ଗଲରେ ଭ୍ରମଣ କରି ପ୍ରାକୃତିକ ପରିବେଶର ମଜା ଉଠାଇ ପାରିବେ । ଫଳରେ ଅତୀତରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ବରବରା ଜଙ୍ଗଲ ଭ୍ରମଣ କରିବା ନେଇ ଭୋଗୁଥିବା ଅସୁବିଧା ଦୂର ହେବ । ଖୋର୍ଦ୍ଧା ବନଖଣ୍ଡ କାର୍ଯ୍ୟାଳୟ ଠାରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା କେ. ପାଣ୍ଡିଆନ କେକ୍ କାଟି ଉକ୍ତ ଇକୋ-ଟୁରିଜିମ ଗାଡ଼ିର ଶୁଭାରମ୍ଭ କରିଛନ୍ତି । ଏହି ଗାଡ଼ି ଚଳାଇବା ନିମନ୍ତେ ଇକୋ - ଟୁରିଜିମ୍ ପକ୍ଷରୁ ଡ୍ରାଇଭର ନିଯୁକ୍ତି ହୋଇଥିବା ବନଖଣ୍ଡ ଅଧିକାରୀ ପାଣ୍ଡିଆନ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ପ୍ରକୃତିର ଅପରୂପ ସମାହାର ଦାମିଆ ବରବରାକୁ ଉପଭୋଗ କରିବା ପାଇଁ ବନ ବିଭାଗ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛି । ଏସିଆ ମହାଦେଶର ଏହି ସର୍ବବୃହତ ଶାଗୁଆନ ଜଙ୍ଗଲ ଦାମିଆ ବରବରାରେ ରହିଛି ଜଙ୍ଗଲ ବିଭାଗର ପ୍ରକୃତି ନିବାସ । ଜଙ୍ଗଲ ଭିତରେ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ରହିଛି 7ଟି କଟେଜ । ଅନଲାଇନରେ ବୁକିଂ କରି ପର୍ଯ୍ୟଟକ ଏହି ବିଶାଳ ଜଙ୍ଗଲର ମଜା ନେଇପାରିବେ । ପ୍ରକୃତିର ଅପରୂପ ସମହାରରେ ଭରପୁର ବରବରା ଜଙ୍ଗଲକୁ ଉପଭୋଗ କରିବା ପାଇଁ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଦିନ ସମୟରେ ରାସ୍ତାର ଦୁଇ କଡରେ ବନ୍ୟଜନ୍ତୁଙ୍କ ନିର୍ଭୟ ବିଚରଣ ସମସ୍ତଙ୍କୁ ଆନନ୍ଦିତ କରେ । ସେହିଭଳି କଟେଜରେ କୁନି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିବା ଦେଖିବାକୁ ମିଳେ । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.