ଖୋର୍ଦ୍ଧା: ଜମି କିସମ ପରିବର୍ତ୍ତନକୁ ନେଇ ପୁଣି ଆନ୍ଦୋଳନ ଡାକରା । ସମସ୍ତ ଜମିଜମା ରେକର୍ଡ ବର୍ତ୍ତମାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ନାମରେ ଭୁଲ କ୍ରମେ ରହିଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ଜଟଣୀ ତହସିଲ ଅଧୀନରେ ଥିବା ୧୩ ଟି ମୌଜାର ସ୍ଥିତିବାନ ଜମିକୁ ତୁରନ୍ତ ସ୍ଥାନୀୟ ବାସିନ୍ଦାକୁ ଫେରାଇବା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି। ସମସ୍ତ ଜମିଜମା ରେକର୍ଡ ବର୍ତ୍ତମାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଜେ ନାମରେ ଭୁଲ କ୍ରମେ ରହିଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦାବୀ କରିଛନ୍ତି। ଏହି ଅବସରରେ ଜଟଣୀ ଖଣ୍ଡୁଆଳ ମନ୍ଦିରରେ ବିଧାୟକ ସୁର ରାଉତରାୟ ଏକ ବୈଠକରେ ଏହି ସୂଚନା ଦେଇଛନ୍ତି।
ସମସ୍ୟାର ସମାଧାନ କରା ନଗଲେ ଆଗାମୀ ୧୯ ତାରିଖରୁ ଆନ୍ଦୋଳନକୁ ତିବତର କରାଯିବ ବୋଲି ଚେତାବନୀ ଦେବା ସହିତ ସମସ୍ତ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଘର ଏବଂ ସଚିବାଳୟକୁ ଧସେଇ ପଶିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ