ETV Bharat / state

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଚେଙ୍କ ଦେଲେ ଦିଦି, ଅସହ୍ୟ ଯନ୍ତ୍ରଣାରେ କୁନିଝିଅ - ଖୋର୍ଦ୍ଧାରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଚେଙ୍କ

ଖୋର୍ଦ୍ଧାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଚେଙ୍କ ଦେଲେ ଶିକ୍ଷୟିତ୍ରୀ । ବୋଲଗଡ଼ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Lady teacher brands student in Khordha
Lady teacher brands student in Khordha
author img

By ETV Bharat Odisha Team

Published : Dec 2, 2023, 5:24 PM IST

Updated : Dec 2, 2023, 6:17 PM IST

ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଚେଙ୍କ ଦେଲେ ଦିଦି, ଅସହ୍ୟ ଯନ୍ତ୍ରଣାରେ କୁନିଝିଅ

ଖୋର୍ଦ୍ଧା: ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡି କାମୁଡିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଛୁରୀ ତତାଇ ଚେଙ୍କ ଦେଲେ ଦିଦି । ଆଉ ଅବସ୍ଥା ଏବେ ପୁରା ସଙ୍ଗୀନ । ଏମିତି ଏକ ଘଟଣା ଜିଲ୍ଲାର ବୋଲଗଡ ବ୍ଲକ ଅସରଳା ପଞ୍ଚାୟତର ଅସରଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ତେବେ ଶିକ୍ଷୟିତ୍ରୀ ଜଣକ କୌଣସି ଉଦ୍ଦେଶ୍ୟ ରଖି ଏପରି କରିନଥିବା ଆଜି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଚତୁର୍ଥ ଶ୍ରେଣୀର ଛାତ୍ରୀ ସାଇନା ବିଶ୍ବାଳ ବିଦ୍ୟାଳୟରେ ସାଙ୍ଗ ପିଲାଙ୍କ ସହ ଖେଳୁଥିବା ବେଳେ ହଠାତ ଏକ ବିରୁଡି ତା କାନ୍ଧକୁ କାମୁଡି ଦେଇଥିଲା । ଯାହା ଫଳରେ ପ୍ରବଳ ବିନ୍ଧା ହୋଇଥିଲା । ସେ ଶିକ୍ଷୟିତ୍ରୀ ଜଣଙ୍କୁ କହିବାରୁ ଦିଦି ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗ୍ୟାସ ଚୁଲାରେ ଏକ ଛୁରୀକୁ ତତାଇ ସାଇନା ବେକରେ ଚେଙ୍କ ଦେଇଥିଲେ । ଆଉ ଚେଙ୍କ ଦେବା ପରେ ତାହା ଅତ୍ୟଧିକ ପୋଡାଜଳା ହେବା ସହ ଫୋଟକା ହୋଇଯାଉଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଅଭିଭାବକଙ୍କୁ ନଜଣା ଅପରାହ୍ନରେ ମେଡିକାଲକୁ ନେଇ ଚିକିତ୍ସା କରାଇ ଘରକୁ ଛାଡି ଦେଇଥିଲେ ।

ଏହା ବି ପଢନ୍ତୁ- କଲେଜ ଛାତ୍ରଙ୍କୁ ଅଣଛାତ୍ରଙ୍କ ନିର୍ଯାତନା, ଫିଲ୍ମ ଷ୍ଟାଇଲରେ ମାଡ଼ ସହ ସିଗାରେଟ୍ ଚେଙ୍କ

ଏମିତି କି ଛାତ୍ରୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଘରକୁ ଛାଡ଼ି ବାକୁ କେହି ଶିକ୍ଷକ ଶିକ୍ଷୟିତ୍ରୀ ନଆସି ବା ସହ ଅବିଭାବକଙ୍କୁ ମଧ୍ୟ ଜଣାଇ ନଥିଲେ । ସେହିପରି ଘଟଣା ସମ୍ପର୍କରେ ପିତାମାତାଙ୍କୁ ଛାତ୍ରୀ ଜଣଙ୍କ ଜଣାଇବା ସହ ରାତ୍ରୀରେ ଭିଷଣ ଯନ୍ତ୍ରଣା ଅନୁଭବ କରିବା କଥା ଆଜି ବାପା କହିଛନ୍ତି । ସରକାରୀ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀଙ୍କ ଏଭଳି ଅମାନବୀୟ ଆଚରଣକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରିବା ସହିତ ସମ୍ପୃକ୍ତ ଶିକ୍ଷୟତ୍ରୀ ବିରୁଦ୍ଧରେ ଦୁଢ କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ । ସେପଟେ ଘଟଣା ସମ୍ପର୍କ ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି ଏଭଳି ଘଟଣା ଘଟିବା ଦୁଃଖଦୟକ । ସେହିପରି ଚେଙ୍କ ଦେଇଥିବା ସମ୍ପୃକ୍ତ ଶିକ୍ଷୟତ୍ରୀ କହିଛନ୍ତି ମୁଁ କୌଣସି ଉଦ୍ଦେଶ୍ୟ ରଖି ଏପରି କରିନାହିଁ ।

ଏହା ବି ପଢନ୍ତୁ- ବୋହୂକୁ ଚେଙ୍କ ଦେବା ଅଭିଯୋଗ, ଅଧ୍ୟାପିକା ଶାଶୁଙ୍କୁ ବାନ୍ଧିଲା ପୋଲିସ

କିଛି ଦିନ ତଳେ ଜଗତସିଂହପୁର ଉଗ୍ରତାରା କଲୋନୀରେ ବୋହୂକୁ ଗରମ ତାୱାରେ ଚେଙ୍କ ଦେବା ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ଅଧ୍ୟାପିକା ଶାଶୁଙ୍କୁ ବାନ୍ଧିଥିଲା ପୋଲିସ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ତଲାବିଲ ଅଞ୍ଚଳର ରଶ୍ମିତା ବେହେରା ୨୦୨୨ ମସିହାରେ ଜଗତସିଂହପୁରର ସୁପ୍ରଭା ଜେନାଙ୍କ ପୁଅ ଖାରବେଳ ଦିଗବିଜୟ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ପକ୍ଷରୁ ବିଭିନ୍ନ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ସବୁ କିଛି ସ୍ବାଭାବିକ ଥିବାବେଳେ ହଠାତ ରଶ୍ମିତାଙ୍କୁ ସ୍ୱାମୀ ଦିଗ ବିଜୟ ପାତ୍ର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏଥିରେ ଅଧ୍ୟାପିକା ଶାଶୁଙ୍କୁ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ନିର୍ଯାତନା ପାଇଥିବା ମହିଳାଙ୍କ ଅଭିଯୋଗ ପରେ ଅଧ୍ୟାପିକା ଜଣଙ୍କୁ ଗିରଫ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Dec 2, 2023, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.