ETV Bharat / state

Blackmailer Archana Nag case : ନବୀନଙ୍କୁ ଉତ୍ତର ମାଗିଲେ ନରସିଂହ, ବିଜେପିର ଚେତାବନୀ

author img

By

Published : Nov 14, 2022, 5:28 PM IST

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା (Lady Blackmailer Archana Nag case) ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ ଘଟଣାରେ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଆଜି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ( CLP Leader Narasingha Mishra) ଇଡି କାର୍ଯ୍ୟାନୁଷ୍ଠାନକୁ ନେଇ ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

Blackmailer Archana Nag case : ନବୀନଙ୍କ ଉତ୍ତର ମାଗିଲେ ନରସିଂହ, ବିଜେପିର ଚେତାବନୀ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା (Lady Blackmailer Archana Nag case) ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ ଘଟଣାରେ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଆଜି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ( CLP Leader Narasingha Mishra) ଇଡି କାର୍ଯ୍ୟାନୁଷ୍ଠାନକୁ ନେଇ ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଙ୍କୁ ଟାର୍ଗେଟ କରିଛନ୍ତି । ଖାଲି ଏତିକି ନୁହେଁ ପୋଲିସକୁ ମଧ୍ୟ ନିଶାନା କରିଛନ୍ତି ନରସିଂହ ।

ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ନରସିଂହ କହିଛନ୍ତି, ଏହି ପ୍ରସଙ୍ଗର ମୁଖ୍ୟମନ୍ତ୍ରୀ ନିଜେ ତଥ୍ୟ ରଖନ୍ତୁ । ତାଙ୍କର ଓଡିଶା ପୋଲିସ ଦୋଷୀକୁ ଧରି ଛାଡି ଦେଇଥିଲା କେମିତି ? ଏ ବିଷୟ ଯିଏ ବିଧାନସଭାରେ ଉପସ୍ଥାପିତ କରିବ ନାହିଁ, ତାର ସମ୍ପୃକ୍ତି ଅଛି ବୋଲି ଧରାଯିବ । ଚିଟଫଣ୍ଡ ତଦନ୍ତ ଯେମିତି ହେଲା ଏହି କେସ ସେମିତି ନହେଉ ବୋଲି ନରସିଂହ କହିଛନ୍ତି ।

ଏହାବି ପଢନ୍ତୁ- Gujarat Assembly Poll: ନାମାଙ୍କନ ଭରିଲେ ରିଭାବା, ପତ୍ନୀଙ୍କ ପାଇଁ ଭୋଟ ମାଗିଲେ ଜାଡେଜା

ନରସିଂହ ଆହୁରି କହିଛନ୍ତି ଯେଉଁ ମାନଙ୍କ ବିରୋଧରେ ଅଭିଯୋଗ ଆସୁଛି ଅଧିକାଂଶ ସରକାରୀ ଦଳର ସଦସ୍ୟ । ଓଡିଶାର ସରକାରୀ ଦଳ ଆଉ କେନ୍ଦ୍ରର ସରକାରୀ ଦଳ ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ । ତାହେଲେ ଚୋର ଧରିବ କିଏ ? ଗୋଟିଏ ସିଲଭର ଲାଇନିଂ । ଯେଉଁ ଏସଆଇଟି ଗଠନ ହୋଇଛି । ଜଷ୍ଟିସ ପଶାୟାତ ତାହାର ଭାଇସ ଚେୟାରମ୍ୟାନ ଅଛନ୍ତି । ସେ ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି । ଆୟକର ବିଭାଗକୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 20 କୋଟି ଟଙ୍କା କାରବାର ହୋଇଥିବା ଜଷ୍ଟିସ ପାଶାୟତ କହିଛନ୍ତି ।

ଏହାବି ପଢନ୍ତୁ- Skincare Tips: ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ପୁରୁଷମାନେ ଏହିପରି ନିଅନ୍ତୁ ଚର୍ମର ଯତ୍ନ

ସେହିଭଳି ପୋଲିସକୁ ସମାଲୋତନା କରି ନରସିଂହ କହିଛନ୍ତି ଅର୍ଚ୍ଚନା ନାଗ ମାମଲାରେ ଓଡିଶା ପୋଲିସ ଦୋଷୀକୁ ସୁରକ୍ଷା ଦେଇଛି । ପୋଲିସ ଦୋଷୀଙ୍କୁ ସୁରକ୍ଷା ଯୋଗାଇଛି । କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ରୂପେ ଚାପରେ କାମ କରୁଛି । ପୋଲିସ ମହାନିର୍ଦ୍ଦେଶ ଅପାରଗ । ଯେଉଁ ମାନଙ୍କୁ ପୋଲିସ ଛାଡି ଦେଇଥିଲା ତାଙ୍କୁ ଇଡି ଗିରଫ କରିଛି । କିଛି ତ ପ୍ରମାଣ ଅଛି ବୋଲି ଗିରଫଦାରୀ ହୋଇଛି ନା ? ତାହା ହେଲେ ପୋଲିସ କାହିଁକି ଗିରଫ କରିନଥିଲା । ଯେହେତୁ ମାମଲାରେ ଶାସକ ଦଳ ନେତାଙ୍କ ସଂପୃକ୍ତି ଅଛି, ପୋଲିସ ସରକାରଙ୍କ ଚାପରେ କାମ କରିଛି । ନିଜ ଦାୟିତ୍ବ ତୁଳାଇବାରେ ବିଫଳ ହୋଇଛି । ଏହି ପ୍ରସଙ୍ଗ ଆଗାମୀ ବିଧାନସଭା ଅଧିବେଶନରେ ଉଠାଇବା ବୋଲି ନରସିଂହ କହିଛନ୍ତି ।

ଏହାବି ପଢନ୍ତୁ- Padmapur ByPoll: ବିଜେଡି ପ୍ରାର୍ଥୀ ହେଲେ ବର୍ଷା ସିଂହ ବରିହା

ଅନ୍ୟପଟେ ବିଜେପି ମୁଖ୍ୟସଚେତକ ମୋହନ ମାଝୀ ମଧ୍ୟ ଏହି ପ୍ରସଙ୍ଗରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ମୋହନ କହିଛନ୍ତି, ଅର୍ଚ୍ଚନା ବ୍ଲାକମେଲର ପ୍ରସଙ୍ଗ ଆସନ୍ତା ଅଧିବେଶନରେ ବିଧାନସଭାରେ ଉଠାଇବ ଦଳ । କିଏ କିଏ ସମ୍ପୃକ୍ତ ଅଛନ୍ତି ଦଳ ଜବାବ ମାଗିବ ବୋଲି ମୋହନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.