ETV Bharat / state

ପାରଦର୍ଶୀ ପୋର୍ଟାଲରେ ନାମ ଲେଖାକୁ ନେଇ ରହିଛି ସଚେତନତାର ଅଭାବ: ଅଭିଭାବକ ମହାସଂଘ - ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ

ପାରଦର୍ଶୀ ପୋର୍ଟାଲରେ ନାମ ଲେଖାକୁ ନେଇ ସଚେତନତାର ଅଭାବ । ପାରଦର୍ଶୀ ପୋର୍ଟାଲରେ ନାମ ଲେଖାଇବାକୁ ହେଲେ ରାଜ୍ୟ ସରକାର ବ୍ୟାପକ ଭାବରେ ସଚେତନତା କରାନ୍ତୁ । ଯାହା ଦ୍ଵାରା ଘରୋଇ ସ୍କୁଲ ଗୁଡିକରେ 25 ପ୍ରତିଶତ ସିଟ୍‌ରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ପାଇପାରିବେ । ଅଧିକ ପଢ଼ନ୍ତୁ

ପାରଦର୍ଶୀ ପୋର୍ଟାଲରେ,ମାଗଣାରେ ପାଠ ପଢିବେ ଛାତ୍ରଛାତ୍ରୀ

author img

By

Published : Jan 20, 2023, 9:09 PM IST

ପାରଦର୍ଶୀ ପୋର୍ଟାଲରେ,ମାଗଣାରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଖୋଲିଲା ପାରଦର୍ଶୀ ପୋର୍ଟାଲ । ଆସନ୍ତା ଫେବୃଆରୀ 13 ତାରିଖରୁ ମାର୍ଚ୍ଚ 16 ତାରିଖ ପର୍ଯ୍ୟନ୍ତ ପିଲାମାନେ ନାମ ପଞ୍ଜିକରଣ କରିପାରିବେ । ଏହାର ଫାଇଦା ସବୁ ଅଭିଭାବକ ନେବାପାଇଁ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଆହ୍ୱାନ ଦେଇଛନ୍ତି । ଏହି ଆଇନ ଅନୁଯାୟୀ ଘରୋଇ ସ୍କୁଲ ଗୁଡିକରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ମାଗଣାରେ ପାଠ ପଢିବେ । ଯାହାଦ୍ଵାରା ରାଜ୍ୟରେ ପ୍ରାୟ 42 ହଜାର ପିଲା ମାଗଣାରେ ପଢ଼ିପାରିବେ । ଯେଉଁ ଅଭିଭାବକମାନଙ୍କ ବାର୍ଷିକ ଆୟ 1 ଲକ୍ଷ 80 ହଜାର ଟଙ୍କାରୁ କମ ହୋଇଥିବ ସେମାନେ ଏହାର ସୁବିଧା ନେଇ ପାରିବେ । ରାଜ୍ୟରେ ଏହି ଆଇନ ବଳରେ 2020-21ରେ ପ୍ରଥମ କରି ଲାଗୁ ହୋଇଥିଲା ।

ରିପୋର୍ଟ ଅନୁଯାୟୀ 2020-21 ପ୍ରାୟ 5 ହଜାର ପିଲା ଏହାର ସୁଯୋଗ ପାଇଥିଲେ । ଏବଂ ଗତବର୍ଷ 14 ହଜାର 500ରୁ ଊର୍ଦ୍ଧ୍ବ ପିଲାମାନେ ଘରୋଇ ସ୍କୁଲରେ ମାଗଣାରେ ପାଠ ପଢ଼ୁଛନ୍ତି । ଏନେଇ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ସବୁ ବସ୍ତି, ଗଳି, ସାହି ଆଦିରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉ । ଯାହାଦ୍ଵାରା ଲୋକମାନଙ୍କ ପାଖରେ ପହଞ୍ଚିବା ସମ୍ଭବ ହେବ ।

ସେମାନେ ସେମନଙ୍କର ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ାଇପାରିବେ । ଏହା ବ୍ୟତୀତ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ତ୍ରୁଟି ସୁଧାର ତଥା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ନେଇ ମହାସଂଘ ସବୁବେଳେ ଲଢେଇ କରି ଆସିଛି । ଗତ 12 ତାରିଖ ଦିନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ବାସଭବନ ଆଗରେ 7 ଦଫା ଦାବିରେ ମହାସଂଘ ଆମରଣ ଅନଶନରେ ବସିଥିବା ବେଳେ ସେମାନଙ୍କୁ ଜୋର ଜବରଦସ୍ତ ସେଠାରୁ ଉଠାଇ ଆଣିଥିଲା ପୋଲିସ।

ସୂଚନା ଅନୁଯାୟୀ, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ 2023-24 ପାଇଁ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍‌ ଏବଂ ତଥ୍ୟ ସଂଶୋଧନ ପାଇଁ ସମୟସୀମା 2023 ଜାନୁଆରୀ 20 ତାରିଖରୁ ଫେବୃଆରୀ 5 ତାରିଖକୁ ଧାର୍ଯ୍ୟ କରାଯାଇଛି । ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ରେଜିଷ୍ଟ୍ରେସନ୍‌ ହୋଇଥିବା ସ୍କୁଲଗୁଡ଼ିକୁ ଫେବୃଆରୀ 10 ତାରିଖ ସୁଦ୍ଧା ଯାଞ୍ଚ କରିବେ । 13 ଫେବୃଆରୀରୁ 16 ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ରେଜିଷ୍ଟ୍ରେସନ୍‌ କରାଯିବ। ଏହା ସହିତ ବ୍ଲକ୍‌ ଶିକ୍ଷା ଅଧିକାରୀ ମାର୍ଚ୍ଚ 20 ତାରିଖ ମଧ୍ୟରେ ଦରଖାସ୍ତ ଯାଞ୍ଚ କରିବେ । ମାର୍ଚ୍ଚ 23 ଓ 24 ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ ।

ଛାତ୍ରମାନଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ମାର୍ଚ୍ଚ 27 ତାରିଖରୁ ଅପ୍ରେଲ 24 ତାରିଖ ପର୍ଯ୍ୟନ୍ତ ସମ୍ପନ୍ନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ୍‌ ଅପ୍ରେଲ 10 ତାରିଖରୁ 24 ତାରିଖ ମଧ୍ୟରେ ସମ୍ପନ୍ନ ହେବ । ଦ୍ୱିତୀୟ ପର୍ଯ୍ୟାୟର ଦରଖାସ୍ତ ଗୁଡ଼ିକ ଅପ୍ରେଲ 26 ତାରିଖ ସୁଦ୍ଧା ଯାଞ୍ଚ କରାଯିବ । ଅପ୍ରେଲ 28 ତାରିଖ ଦିନ ଅନ୍‌ଲାଇନ୍‌ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଅପ୍ରେଲ 29ରୁ ମଇ 6 ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସମ୍ପନ୍ନ ହେବ । ପାରଦର୍ଶୀ ପୋର୍ଟାଲରେ 41 ହଜାର ସିଟ ରହିଥିବା ବେଳେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସଚେତନତା ଅଭାବ ରହିଛି ବୋଲି କହିଛି ଅଭିଭାବକ ମହାସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.