ETV Bharat / state

ଖୋର୍ଦ୍ଧାରେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ - tangi

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କାଳୁପଡା ବିଲରେ କାମ କରୁଥିବା ବେଳେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 26, 2019, 7:58 PM IST

ଖୋର୍ଦ୍ଧା: ରାଜ୍ୟରେ ଅତ୍ୟଧିକ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଓ ଗରମରେ ଛଟପଟ ଜନଜୀବନ । ଦିନରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରି ପାର । ସେଥିପାଇଁ ଖରା ସମୟରେ ଶ୍ରମିକଙ୍କୁ କାମରେ ନଲଗେଇବା ପାଇଁ ସରକାର ନିର୍ଦ୍ଦେଶ ନାମା ଜାରି କରିଛନ୍ତି । କିନ୍ତୁ ଏହି ନିର୍ଦ୍ଦେଶନାମାକୁ ମାଲିକ ଓ ଠିକା ସଂସ୍ଥାମାନେ ଖାତିର ନକରି ଶ୍ରମିକମାନଙ୍କୁ ଖରାରେ କାମ କରାଉଛନ୍ତି । ଯାହାର ପ୍ରତିଫଳ ଦେଖିବାରୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଆଜି (ରବିବାର) ଦ୍ବିପ୍ରହର ସମୟରେ ଟାଙ୍ଗି ଥାନା ଅନ୍ତର୍ଗତ କାଳୁପଡା ବିଲରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ତେବେ ମୃତ ଶ୍ରମିକ ଜଣଙ୍କର ପରିଚୟ ମିଳିପାରିନଥିବାବେଳେ ତାଙ୍କ ନାକ ଓ ପାଟିରୁ ରକ୍ତ ବାହାରିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡିନାହିଁ ।

ଶ୍ରମିକଙ୍କ ମୃତଦେହ ନିକଟରେ ଏକ ସାଇକେଲ ଓ ଦୁଇଟି ମାଟି ବୁହା ଝୁଡି ମଧ୍ୟ ପଡିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଖବରପାଇ ଟାଙ୍ଗି ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug- ସନ୍ଦେହ ଜନକ ଭାବେ ଶ୍ରମିକଙ୍କ ମୃତ୍ୟୁ

Format - AVO

Place-khurda,26.5.19

Visual-whatsaap

ଆଙ୍କର : ରାଜ୍ୟରେ ଅତ୍ୟଧିକ ଖରା ସାଗଂକୁ ଅସହ୍ୟ ଗୁଳୁଗୁଳି ଓ ଗରମ ହେଉଥିବା ବେଳେ ତାପମାତ୍ରା ପ୍ରାୟ ୪୦ଡିଗ୍ରି ଉପରେ । ସେଥିପାଇଁ ସରକାର ଖରା ସମୟରେ ଶ୍ରମିକ ମାନେ କାମକରିବେ ନାହିଁ ବୋଲି  ନିର୍ଦ୍ଦେଶ ନାମା ଦେଇଛନ୍ତି । କିନ୍ତୁ  ତାହାକୁ ମାଲିକ ଓ କାମ କରାଉଥିବା ସଂସ୍ଥା ମାନୁନାହାନ୍ତି ।  ମାଲିକମାନେ ଏହାକୁ ପାଳନ ନକରି ଶ୍ରମିକ ମାନଙ୍କୁ ଖରାରେ କାମକରାଉଛନ୍ତି । ଜାହାର ପ୍ରତିଫଳ ଆଜି ଦ୍ୱିପ୍ରହର ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା ଅନ୍ତର୍ଗତ ଟାଗିଂ କାଳୁପଡା ଗହିର ମଝିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶ୍ରମିକ ଜଣଙ୍କର ପରିଚୟ ମିଳିନଥିବା ବେଳେ ମୃତକଙ୍କ ନାକ ଓ ପାଟିରୁ ରକ୍ତ ବାହାରିଛି ଏବଂ ମୃତ ଦେହ ନିକଟରେ ଏକ ସାଇକେଲ ଓ ଦୁଇଟି  ମାଟିବୁହା ଝୁଡି ମଧ୍ୟ ପଡିଛି ।ଶ୍ରମିକ ଜଣକ କାମକରିବାକୁ ଯାଇଥିବା ବେଳେ କିଭଳି ମୃତ୍ୟୁ ବରଣ କରିଛନ୍ତି ତାହା ସନ୍ଦେହ ଘେରରେ । ଖବର ପାଇ ଟାଗିଂ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.