ETV Bharat / state

Manoj Mishra Ban: ଫିଲ୍ମ ଇଣ୍ତଷ୍ଟ୍ରୀ ବିରୋଧରେ ଗର୍ଜିଲା କୋଶଳ ମୁକ୍ତି ମୋର୍ଚ୍ଚା

author img

By ETV Bharat Odisha Team

Published : Oct 26, 2023, 8:25 PM IST

ଓଡ଼ିଶା ସିନେମା ଇଣ୍ଡଷ୍ଟ୍ରିରେ ବିବାଦ । ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ୍ ପରେ କୋଶଳ ମୁକ୍ତି ମୋର୍ଚ୍ଚାର ପ୍ରତିବାଦ। ଅଧିକ ପଢନ୍ତୁ

ମନୋଜ ମିଶ୍ରଙ୍କୁ ବ୍ୟାନ ନେଇ ଗର୍ଜିଲା କୋଶଳ ମୁକ୍ତି ମୋର୍ଚ୍ଚା

ବଲାଙ୍ଗୀର: ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀରେ ମନୋଜ ମିଶ୍ରଙ୍କୁ ବ୍ୟାନ ନେଇ ଗର୍ଜିଲା କୋଶଳ ମୁକ୍ତି ମୋର୍ଚ୍ଚା । ଓଡିଆ ଫିଲ୍ମକୁ ବଲାଙ୍ଗୀର କୌଣିସ ବି ଫିଲ୍ମ ହଲରେ ଚାଲିବାକୁ ଦେବା ନାହିଁ ବୋଲି ମୋର୍ଚ୍ଚା ପକ୍ଷରୁ ଧମକ ଦିଆଯାଇଛି । ଓଡ଼ିଆ ସିନେମାର ପୋଷ୍ଟର ଫାଡିବା ସହ ଆଗକୁ ଏଠି ଓଡ଼ିଆ ସିନେମା ଚଳାଇ ନଦେବ ନେଇ ପ୍ରତିବାଦ କରିଛି କୋଶଳ ମୁକ୍ତି ମୋର୍ଚ୍ଚା । ମନୋଜଙ୍କ ଉପରୁ ବ୍ୟାନ ହଟାଇବା ପାଇଁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ।

ପ୍ରଯୋଜକ ମନୋଜ ମିଶ୍ର ଓ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀ ମଧ୍ୟ ଦେଖା ଦେଇ ଥିବା ବିବାଦ ଏବେ ଏବେ ବଢିବାରେ ଲାଗିଛି । ବଲାଙ୍ଗୀର କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଓଡ଼ିଆ ରାମ ସିନେମା ଲାଗିଥିଲା । କୋଶଳ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ସେଠି ପୋଷ୍ଟର ଚିରିବା ସହ ପୋଷ୍ଟର ଓ ବ୍ୟାନର ଜଳାଇଥିଲେ । ସେହିପରି ସିନେମା ହଲ କର୍ତ୍ତୃପକ୍ଷଙ୍କୁ କୌଣସି ଓଡ଼ିଆ ସିନେମା ନଲଗାଇବା ପାଇଁ ଲିଖିତ ଦାବି ଜଣାଇଛନ୍ତି । ଆମ ଅଞ୍ଚଳର ଜଣେ ସିନେ ପ୍ରଯୋଜକଙ୍କୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀ ଲୋକେ ଅବହେଳା କରୁଥିବା ଅଭିଯୋଗ କରିଛି କୋଶଳ ମୋର୍ଚ୍ଚା ।

ଏହା ମଧ୍ୟ ପଢନ୍ତୁ...Manoj Mishra Ban: ୨ ବର୍ଷ ବ୍ୟାନ ଉପରେ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର

ଅନ୍ଦୋଳନକାରୀ କହିଛନ୍ତି, ‘‘ସିନେମା ଇଣ୍ତଷ୍ଟ୍ରୀରେ ଦୀର୍ଘ ବର୍ଷଧରୀ ପାତର ଅନ୍ତର ଚାଲି ଆସିଛି । ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ତାଙ୍କୁ ଉପରୁ ବ୍ୟାନ ନହଟାଇଲେ ଆଗରୁ ଏହି ଆନ୍ଦୋଳନ ରାଜ୍ୟ ବ୍ୟାପୀ କରାଯିବ । ରାଜ୍ୟର କୌଣସି ସିନେମା ହଲରେ ଓଡିଆ ଫିଲ୍ମ ପଡି ପାରିବ ନାହିଁ ।’’

ତେବେ ସୂଚନା ଅନୁଯାୟୀ, ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ନ ଚଳାଇଦେବା ନେଇ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ରାମ୍ ଫିଲ୍ମ ଗତ ୨୦ ତାରିଖରେ ରିଲିଜ ହୋଇଥିଲା । ସମ୍ବଲପୁରର ଆଇଲେକ୍ସ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏମାନେ ମନୋଜଙ୍କ ସମର୍ଥକ ହୋଇଥିବା ବେଳେ ଅଞ୍ଚଳରେ ଶୋ' ବନ୍ଦ କରିଦେଇଥିବା ନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏବଂ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.