ETV Bharat / state

ସିଭିଲ ଡିଫେନ୍ସରେ କେମିତି ଦିଆଯାଏ ତାଲିମ, ଆସନ୍ତୁ ଜାଣିବା

author img

By

Published : Dec 6, 2019, 10:49 PM IST

କିପରି ଦିଆଯାଏ ସିଭିଲ ଡିଫେନ୍ସ ଟ୍ରେନିଂ । ଏହି ସମ୍ବନ୍ଧରେ ସିଧାସଳଖ ଭାବରେ ଆମ ସମ୍ବାଦଦାତା ଆଲୋଚନା କରିଛନ୍ତି ସିଭିଲ ଡିଫେନ୍ସ ଇନଷ୍ଟ୍ରକଟର କମାଣ୍ଡ ବିମଲ ପ୍ରସାଦଙ୍କ ସହ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ସିଭିଲ ଡିଫେନ୍ସ ଟ୍ରେନିଂ
ସିଭିଲ ଡିଫେନସରେ କେମିତି ଦିଆଯାଏ ତାଲିମ, ଆସନ୍ତୁ ଜାଣିବା

ଭୁବନେଶ୍ବର: ଘଡଘଡି ହେଉ ବା ଆକସ୍ମିକ ଦୁର୍ଘଟଣା । ଅଗ୍ନିକାଣ୍ଡ ବା ପ୍ରାକୃତିକ ବିପର୍ଯ୍ୟୟ ସବୁରି ମୁକାବିଲା ପାଇଁ ପ୍ରସ୍ତୁତ ଥାଏ ସିଭିଲ ଡିଫେନସ । ଭୁବନେଶ୍ବରରେ ଏହିଭଳି ଏକ ସ୍ବେଚ୍ଛାକୃତ ଅନୁଷ୍ଠାନ ରହିଛି ଯେଉଁଠି ସ୍ବେଚ୍ଛାକୃତ ଭାବରେ ଛାତ୍ରଛାତ୍ରୀମାନଙ୍କୁ ସିଭିଲ ଡିଫେନ୍ସର ତାଲିମ ଦିଆଯାଇଥାଏ । ସେହି ଅନୁଷ୍ଠାନର ସିଭିଲ ଡିଫେନ୍ସ ଇନଷ୍ଟ୍ରକଟର କମାଣ୍ଡ ବିମଲ ପ୍ରସାଦ ପାଣିଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

କମାଣ୍ଡ ବିମଲ ପ୍ରସାଦ ପାଣିଙ୍କ କହିବାନୁଯାୟୀ ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ସ୍ବେଚ୍ଛାକୃତ ଭାବରେ ତାଲିମ ନେବା ପାଇଁ ଏଠାକୁ ଆସିଥାନ୍ତି । ଘଡଘଡି ମାରିଲେ କ'ଣ କରିବେ, କିପରି ନିଜକୁ ସୁରକ୍ଷା ଦେବେ ଏବଂ ଲୋକଙ୍କୁ ରେସ୍କ୍ୟୁ କରିବେ । ବିନା ମେସିନ ବା ଗାଡି ସହାୟତାରେ କିପରି ଲୋକଙ୍କୁ ଗୋଟିଏ ସ୍ଥାନରୁ କାନ୍ଧରେ ଓ ଷ୍ଟ୍ରେଚରରେ ବୋହି ନେବେ । ସୁଉଚ୍ଚ ବିଲଡିଂରେ ଫସିଥିଲେ କପରି ଦଉଡି ମାଧ୍ୟମରେ ବା ସିଡି ସାହାଯ୍ୟରେ ରେସ୍କ୍ୟୁ ଅପରେସନ କରିବେ । ଏହି ସମସ୍ତ ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇଥାଏ ।

କେବଳ ଏତିକି ନୁହେଁ ଏହାସହ କୌଣସି ସ୍ଥାନରେ ନିଆଁ ଲାଗିଥିଲେ ଫାୟାର ଏକ୍ସଟିନଗ୍ୟୁସର ବା ନିଆଁଲିଭା ଗାଡି ମାଧ୍ୟମରେ କିପରି ନିଆଁକୁ ଆୟତ୍ତ କରିବେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ଖାଦ୍ୟ ବଣ୍ଟନ ଠୁ ଆରମ୍ଭ କରି ଉଦ୍ଧାର କାର୍ଯ୍ୟ ଏହି ସମସ୍ତ ବିଷୟରେ ବିଭିନ୍ନ ସ୍କୁଲ ଓ କଲେଜ ଠୁ ବଛା ହୋଇଆସିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଥାଏ । ତେବେ ସେହି ବିଷୟରେ କମାଣ୍ଡ ବିମଲ ପ୍ରସାଦ ଇଟିଭି ଭାରତ ସମ୍ବାଦଦାତାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ରାଷ୍ଟ୍ରପତି ପଦକରେ ବହୁବାର ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସିଭିଲ ଡିଫେନସରେ କେମିତି ଦିଆଯାଏ ତାଲିମ।ଆସନ୍ତୁ ଜାଣିବାBody:

ଘଡି ଘଡି ହେଉ ବା ଆକସ୍ମିକ ଦୁର୍ଘଟଣା।ତତକ୍ଷଣାତ ପହଂଚି ଆଶୁ ଚିକିତ୍ସା ଯୋଗାଇବା।ଆତଙ୍କବାଦି ଆକ୍ରମଣ ହେଉ ବା ବୋମା ବିସ୍ଫୋରଣ,ଅଗ୍ନିକାଣ୍ଡ ବା ପ୍ରକୃତିକ ବିପର୍ଯୟ ସବୁରି ମୁକାବିଲ ପାଇଁ ପ୍ରସ୍ତୁତ ସିଭିଲ ଡିଫେନସ।ଏକ ସ୍ବେଛାକୃତ ଅନୁଷ୍ଠାନ ଯାହା ସ୍ବଛାକୃତ ଭାବେ ଛାତ୍ର ଛାତ୍ରୀ ଓ ସଚେତନ ନାଗରିକ ଦିଅନ୍ତି ଯୋଗ।ଘଡଘଡି ମାରିଲେ କଣ କରିବେ କିପରି ନିଜକୁ ସୁରକ୍ଷା ଦେବେ ଏବଂ ଲୋକଙ୍କୁ ରେସ୍କୁ କରିବେ ବିନା ମେସିନ ବା ଗାଡି ସହାୟତାରେ କିପରି ଲୋକକୁ ଗୋଟିଏ ସ୍ଥାନରୁ କାନ୍ଧରେ ଓ ଷ୍ଟ୍ରେଚରେ ବୋହି ନେବେ।ସୁଉଚ ବିଲଡିଂରେ ଫସିଥିଲେ କପରି ରେସ୍କ୍ଯୁ କରିବେ ଦୌଡି ମାଧ୍ଯମରେ ବା ଷ୍ଟୟାର ସାହାର୍ଯରେ ରେସ୍କ୍ ଅପରେସନ କରିବେ।ନିଆଁଲାଗିଥିଲେ ଫାୟାର ଏକସଟୁନସର ବା ନିଆଁଲିଭା ଗାଡି ମାଧ୍ଯମରେ କିପରି ଲିଭାଇପାରିବେ।ପ୍ରାକୃତିକ ବିପର୍ଯୟ ସମୟରେ କିପରି ଖାଦ୍ଯବଣ୍ଟନ ଠୁ ଆରମ୍ଭ କରି ଉଦ୍ଧାର କାର୍ଯ କିପରି ଜାରି ରଖିବେ ସେନେଇ ବିଭିନ୍ନ ସ୍କୁଲ ଓ କଲେଜରୁୁ ବଛା ହୋଇଆସିଥିବା ଛାତ୍ର ଛାତ୍ରୀଙ୍କୁ ସିଭିଲ ଡିଫେନସର ଦିଆଯାଇଥାଏ ଏପରି ୧୨ ପ୍ରକାରର ତାଲିମ ସେ ସମ୍ପର୍କରେ ଆଲୋଚନା କରିବା ସିଭଲ ଡିଫେନସ ଇନଷ୍ଟ୍ରକଟର କମାଣ୍ଡ ବିମଲ ପ୍ରସାଦ ପାଣି। ଯେକି ନିଜର କାର୍ଯ ପାଇଁ ରାଷ୍ଟ୍ରପତି ପଦକରେ ପ୍ରଶଂସିତ ହୋଇଛନ୍ତି।
Conclusion:ବାଇଟ-ବିମଲ ପ୍ରସାଦ ପାଣି ,ସିଭଲ ଡିଫେନସ ଇନଷ୍ଟ୍ରକ୍ଟର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.