ETV Bharat / state

ଏ ରାସ୍ତା ନା ମରଣଯନ୍ତା ?

author img

By

Published : Oct 3, 2021, 1:57 PM IST

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଟିକାତାଳ -କୋଦବେରଣୀ ରାସ୍ତା ପାଲଟିଛି ମରଣଯନ୍ତା । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ରାସ୍ତା ଅତି ନିମ୍ନମାନର ନିର୍ମାଣ କରି ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ରାସ୍ତା ପାଲଟିଛି ମରଣଯନ୍ତା, ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଲୋକ

ଖୋର୍ଦ୍ଧା: ଜନସାଧାରଣଙ୍କ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପକ୍କା ସଡକ ନିର୍ମାଣ କରୁଛନ୍ତି । କିନ୍ତୁ କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ରାସ୍ତା ଅତି ନିମ୍ନମାନର ନିର୍ମାଣ କରି ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ଦେଖିବାକୁ ମିଳିଛି । ଏପରି ଏକ ମହାଦୁର୍ନୀତି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଟିକାତାଳ - କୋଦବେରଣୀ ରାସ୍ତାରେ ।

ଏହି ରାସ୍ତା ହେଉଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନରେ ଯାଉଥିବା ଟିକାତଳଠାରୁ କୋଦୁଅବେରଣୀ ରାସ୍ତା। ପ୍ରାୟ 10 କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ନ କହିବା ଭଲ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ଚାରିକୋଟି ଟଙ୍କା ବ୍ୟୟରେ ଠିକାଦାର ରାସ୍ତାକୁ କିଛି ବର୍ଷ ତଳେ ନିର୍ମାଣ କରିଥିଲେ । ହେଲେ ଏହି ରାସ୍ତାକୁ ଏବେ ପୂର୍ତ୍ତ ବିଭାଗ ଦାୟିତ୍ବ ନେଇଛି। କିନ୍ତୁ ଏହି ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ଭାରିଜାନ ହେଉ କିମ୍ବା ଚାରିଚକିଆ ଯାନ , ଏହି ରାସ୍ତାରେ ଯିବା ଏବେ ସମ୍ପୂର୍ଣ୍ଣରୂପେ ଠପ ହୋଇ ପଡିଛି l ସାଧାରଣ ମୋଟର ସାଇକେଲରେ ଏହି ରାସ୍ତାଦେଇ ଯିବାକୁ ଲୋକେ ଭୟ କରୁଛନ୍ତି l

ରାସ୍ତା ନିର୍ମାଣ ପରେ ପାଞ୍ଚ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ଠିକାଦାର ନେଇଛି। ହେଲେ ସେହି କାର୍ଯ୍ୟକୁ ମଧ୍ୟ ଠିକ ଭାବରେ ଠିକାଦାର କରୁ ନ ଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ। ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ତଦାରଖ ପାଇଁ କେବେ ଆସୁନଥିବା ବେଳେ ଠିକାଦାରଙ୍କ ସାଙ୍ଗରେ ସାଲିସ ହୋଇ କାର୍ଯ୍ୟକରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ସେହିପରି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୁର୍ନୀତିଖୋର କର୍ମଚାରୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ l ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.