ETV Bharat / state

କେତେ ସଫଳ ଖୋର୍ଦ୍ଧା ପୋଲିସ, କହିଲେ ଏସପି

author img

By

Published : Jul 25, 2019, 8:17 PM IST

ସପ୍ତାହକ ମଧ୍ୟରେ ଅପରାଧ ଓ ଅପରାଧୀଙ୍କୁ କାବୁ କରିବାରେ କେତେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍

ଖୋର୍ଦ୍ଧା: ଗତ କିଛିଦିନ ହେବ ଖୋର୍ଦ୍ଧା ଅଞ୍ଚଳରେ ନିଶା ମାଫିଆ ଏବଂ ବେଆଇନ ଖଣି କାରବାର ଉପରେ ଏସ୍‌ଟିଏଫ ଚଢ଼ାଉ ପରେ ଜିଲ୍ଲା ପୋଲିସ ଉପରକୁ ସାଧାରଣରେ ଆଙ୍ଗୁଳି ଉଠିଥିଲା । ତେବେ ପୋଲିସ ଗତ ସପ୍ତାହକ ମଧ୍ୟରେ ଅପରାଧ ଏବଂ ଅପରାଧୀଙ୍କୁ ଧରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍

ଗତ ସପ୍ତାହକ ମଧ୍ୟରେ ସମୁଦାୟ 22ଟି ବେଆଇନ ଗ୍ରେନେଡ ଓ ମାଙ୍କଡ଼ା ପଥର ଗାଡି ଜବତ କରିଥିବା ବେଳେ, 650ଲିଟର ଦେଶୀ ମଦ ଜବତ କରିଛି ପୋଲିସ । 5ଟି ବ୍ରାଉନସୁଗାର ମାମଲାରେ 6ଜଣ ଗିରଫ ହୋଇଥିବା ବେଳେ 52.410 ଗ୍ରାମ ବ୍ରାଉନସୁଗାର ଓ 4ଲକ୍ଷ 57ହଜାର 840 ଟଙ୍କା ଜବତ ହୋଇଛି । ସେହିପରି ମୋବାଇଲ ଚୋରି ଘଟଣାରେ 19ଟି ମୋବାଇଲ ଫୋନ ଜବତ ହେବା ସହ 2ଜଣଙ୍କୁ ଗିରଫ କରାଯାଇଛି । ଜାତୀୟ ରାଜପଥରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ଚଢ଼ାଉ କରି 3ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 3ଟି ବୋମା, ଲୁହା ରଡ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି ।

ସେହିପରି ଡକାୟତି ଘଟଣାରେ 22ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 62 ହଜାର ଟଙ୍କା, 3ଟି ମୋବାଇଲ ଫୋନ, ଗୋଟିଏ ଅଟୋ ଓ ଏକ ଆକ୍ଟିଭା ସ୍କୁଟି ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅମୁଲ୍ୟ କୁମାର ଦାସ ।

ଖୋର୍ଦ୍ଧା ସହରକୁ ଅପରାଧ ଓ ନିଶା ମୁକ୍ତ କରିବାପାଇଁ ଏସ୍‌ପିଙ୍କ ନେତୃତ୍ବରେ ପୋଲିସ ଟିମ ଗଠନ କରାଯାଇ ଗୁରୁବାର ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro: ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପୋଲିସର ସଫଳତା ବଖାଣିଲେ ଏସ୍ପି

ଖୋର୍ଦ୍ଧା : ଗତ କିଛିଦିନ ହେବ ଖୋର୍ଦ୍ଧା ଅଂଚଳରେ ନିଶା ମାଫିଆ ଏବଂ ବେଆଇନ ଖଣି କାରବାର ଉପରେ ଏସ୍ଟିଏଫ ଚଢ଼ାଉ ପରେ ଜିଲା ପୋଲିସ ଉପରକୁ ସାଧାରଣରେ ଆଙ୍ଗୁଳି ନିର୍ଦେଶ ହେଉଥିଲା । ତେବେ ପୋଲିସ ଆଜି ଗତ ସପ୍ତାହକ ମଧ୍ୟରେ ଅପରାଧ ଏବଂ ଅପରାଧୀଙ୍କୁ ଧରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି ।

Body:ଗତ ସପ୍ତାହକ ମଧ୍ୟରେ ସମୁଦାୟ 22ଟି ବେଆଇନ ଗ୍ରାନାଇଟ ଓ ମଙ୍କଡ଼ା ପଥର ଗାଡି ଜବତ କରିଥିବା ବେଳେ, 650ଲିଟର ଦେଶୀ ମଦ । 5ଟି ବ୍ରାଉନସୁଗାର ମାମଲାରେ 6ଜଣ ଗିରଫ ହିଇଥିବା ବେଳେ 52.410ଗ୍ରାମ ବ୍ରାଉନସୁଗାର ଓ 4ଲକ୍ଷ 57ହଜାର 840 ଟଙ୍କା ଜବତ କରିଛି ପୋଲିସ । ସେହିପରି ମୋବାଇଲ ଚୋରି ଘଟଣାରେ 19ଟି ମୋବାଇଲ ଫୋନ ଜବତ ହେବା ସହ 2ଜଣଙ୍କୁ ଗିରଫ କରାଯାଇଛି । ଜାତୀୟ ରାଜପଥରେ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ଚଢ଼ାଉ କରି 3ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ 3ଟି ବୋମା ଲୁହା ରଡ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି । ସେହିପରି ଡକାୟତି ଘଟଣାରେ 22ଜଣଙ୍କୁ ଗିରଫ କରିବାସହ ସେମାନଙ୍କ ଠାରୁ 62 ହଜାର ଟଙ୍କା,3ଟି ମୋବାଇଲ ଫୋନ ,ଗୋଟିଏ ଅଟୋ ଓ ଏକ ଆକ୍ଟିଭା ସ୍କୁଟର ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ଅମୁଲ୍ୟ କୁମାର ଦାସ ସୂଚନା ଦେଇଛନ୍ତି ।

Conclusion:ଖୋର୍ଦ୍ଧା ସହରକୁ ଅପରାଧ ମୁକ୍ତ ଓ ନିଶା ମୁକ୍ତ କରିବାପାଇଁ ଏସ୍ପିଙ୍କ ନେତୃତ୍ୱରେ ପୋଲିସ ଟିମ ଗଠନ କରାଯାଇ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ।

ବାଇଟ- ଅମୁଲ୍ୟ କୁମାର ଦାସ,ଏସ୍ପି ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.