ଖୋର୍ଦ୍ଧା: ଘରକୁ ଫେରିବା ପାଇଁ ବ୍ୟାକୁଳ ଶ୍ରମିକ ଜିଲ୍ଲାର 16 ନଂ ଜାତୀୟ ରାଜପଥ ଦେଇ ଚାଲି ଚାଲି ଆସୁଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା ଖୋର୍ଦ୍ଧା ପୋଲିସ । ସୂଚନା ଅନୁଯାୟୀ ବିଶାଖାପାଟଣାରୁ ମୁର୍ସିଦାବାଦ ଏବଂ ପଶ୍ଚିମବଙ୍ଗ ଅଭିମୁଖେ 52 ଜଣ ଶ୍ରମିକ 16 ନଂ ଜାତୀୟ ରାଜପଥରେ ଚାଲି ଚାଲି ଆସି ଖୋର୍ଦ୍ଧା ପୋଲିସ ମୁଖ୍ୟାଳୟ ନିକଟରେ ପହଞ୍ଚିଥିଲେ ।
ଏ ବିଷୟରେ ଜାଣିବା ପରେ ଖୋର୍ଦ୍ଧା ଏସପି ପଥଚାରୀ ପ୍ରବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଯୋଗାଇ ଦେଇଥିଲେ । ଏଥିସହ ନିଜ ରାଜ୍ୟକୁ ଫେରିବା ପାଇଁ ଏକ ବସର ବ୍ୟବସ୍ଥା କରି ସେମାନଙ୍କ ରାଜ୍ୟକୁ ପଠାଇଛନ୍ତି ଖୋର୍ଦ୍ଧା ପୋଲିସ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ