ଖୋର୍ଦ୍ଧା: ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କଲେ ରାଜକିଶୋର ଦୋରା । ସେ ପୂର୍ବରୁ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ଥିଲେ । ଦାୟିତ୍ବ ଗ୍ରହଣ ପରେ ଜିଲ୍ଲାକୁ କିଭଳି ଅପରାଧ ମୁକ୍ତ କରାଯିବା ତା ଉପରେ ଗୁରୁତ୍ବ ଦେଇଛନ୍ତି ।
ସେହିପରି ଖୋର୍ଦ୍ଧା ଏବେ ବ୍ରାଉନସୁଗାରର ହବ ପଲଟିଥିବା ବେଳେ ଏହାକୁ ରୋକ ଲଗାଯିବ ବୋଲି ଏସପି ଗଣମାଧ୍ୟମକୁ କହିଛନ୍ତି । ଜାତୀୟ ରାଜପଥ ଉପରେ ଘଟୁଥିବା ଲୁଟ ଓ ରାହାଜାନି ଉପରେ ରୋକ ଲଗାଇବା ପାଇଁ ପେଟ୍ରୋଲିଂ କଡାକଡି କରାଯିବ । ସେହିପରି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ,ମହିଳାଙ୍କୁ ନ୍ୟାୟ ଦେବା ଉପରେ ଗୁରୁତ୍ବ ଦେବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ