ETV Bharat / state

Khordha Student Murder Case: ଟ୍ୟୁସନ ଫି ଆଦାୟ ନେଇ ହତ୍ୟା ! ସିବିଆଇ ତଦନ୍ତ ଦାବି କଲେ ମୃତକଙ୍କ ବାପା - କମିଶନରେଟ ପୋଲିସର ତଦନ୍ତ

ଜଟଣୀର ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଟ୍ୟୁସନ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ପ୍ରତିକ୍ରିୟା ରଖିଛି । ସେପଟେ ଏହାକୁ ଅସ୍ବୀକାର କରିଛନ୍ତି ମୃତକଙ୍କ ବାପା ।

khurdha murder case
ଟ୍ୟୁସନ ଫି ଆଦାୟକୁ ନେଇ ହତ୍ୟା!
author img

By ETV Bharat Odisha Team

Published : Nov 2, 2023, 5:15 PM IST

Updated : Nov 2, 2023, 5:46 PM IST

ଟ୍ୟୁସନ ଫି ଆଦାୟକୁ ନେଇ ହତ୍ୟା!

ଖୋର୍ଦ୍ଧା: ଜଟଣୀର ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣା । ବେଣାପଞ୍ଜରୀ ଗ୍ରାମର ଆଦର୍ଶ ବିଦ୍ୟାଳୟରେ ପଢୁଥିବା ନବମ ଶ୍ରେଣୀର ଛାତ୍ର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତେବେ ଟ୍ୟୁସନ ଫି ଆଦାୟକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଅଭିଯୁକ୍ତ ବୟାନ ଦେଇଥିବା କଥା ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଡିସିପି । ସେପଟେ ଡିସିପିଙ୍କ ବିବୃତ୍ତିକୁ ବିରୋଧ କରିଛନ୍ତି ମୃତ ଛାତ୍ରଙ୍କ ବାପା ।

ଏନେଇ ଶୁଭମର ବାପା କହିଛନ୍ତି, "ହତ୍ୟାକାରୀ ସମ୍ପର୍କରେ ଯେଉଁ ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି ଡିସିପି, ତାହା ମିଛ । ମୁଁ କେବେ କାହାକୁ ଟ୍ୟୁସନ ଫି ମାଗେ ନାହିଁ । ଯିଏ ଯାହା ଖୁସିରେ ଦିଏ ଗ୍ରହଣ କରେ । ସାମାନ୍ୟ ଟଙ୍କା ପାଇଁ ମୁଁ କ'ଣ ଏତେ ଚାପ ପକାଇବି ଯେ ଜଣେ ମୋ ପୁଅକୁ ହତ୍ୟା କରିଦେବ?" ଏମିିତି କହିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ବାପା ।

ସେ ଆହୁରି ମଧ୍ୟ କହିଛନ୍ତି, "ପୋଲିସ ଯାହାକୁ ହତ୍ୟାକାରୀ କହୁଛି ସେ 2022 ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ଟ୍ୟୁସନ ହେଉଥିଲା ଏବଂ ସେ ମୋର ଦୂର ସମ୍ପର୍କୀୟ ଭଣଜା ହେବ। ତା'ର ବାପା ନଥିବାରୁ ବାକି ଥିବା 2700 ରୁ 3ହଜର ଟଙ୍କା ମୁଁ କେବେ ତାକୁ ମାଗିନି ।" ସେ ନିଜକୁ ବଞ୍ଚାଇବା ପାଇଁ ଏପରି କହୁଥିବା ମୃତକଙ୍କ ବାପା କହିଥିବାବେଳେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ସେହିପରି ପୁଅକୁ ସୁପାରୀ ଦେଇ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା ୧୨ ବର୍ଷର ନାବାଳକ

ବୁଧବାର ଘରେ ପଶି ଛାତ୍ରଙ୍କୁ ବୀଭତ୍ସ ହତ୍ୟା କରାଯାଇଥିଲା । ନବମ ଶ୍ରେଣୀର ଛାତ୍ର ଜଣକ ପାଠ ପଢୁଥିବାବେଳେ ସେହି ସମୟରେ ଜଣେ ଯୁବକ ଘରେ ପଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କର ବେକ କାଟି ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମରେ ଏପରି ହତ୍ୟାକାଣ୍ଡ ଘଟିଛି । ସେପଟେ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବାବେଳେ ଆଜି ସକାଳୁ କମିଶନରେଟ ପୋଲିସର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ଛାନଭିନ କରିଛି । ପୋଲିସ ମୃତ ଛାତ୍ରଙ୍କ ଘରେ ପହଞ୍ଚି କିଛି ସାମଗ୍ରୀ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Nov 2, 2023, 5:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.