ଖୋର୍ଦ୍ଧା: ବୋଲଗଡ଼ ସେକ୍ସନ ଅନ୍ତର୍ଗତ ବେଲପଦର ଗାଁରେ ବନବିଭାଗ ଚଢାଉ କରି ଶନିବାର ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଚୋରା କାଠ ଜବତ କରିଛି । ବିଶେଷ ସୂତ୍ରରୁ ଖବରପାଇ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ରେଞ୍ଜର ଉତ୍ତମ ଗଡନାୟକ ଏସସିଏଫ ଗୌଡଗୋପାଳ ସିଂ ଓ ବୋଲଗଡ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକ ଚଢାଉ କରିଥିଲେ ।


ଚଢାଉ ଫଳରେ ଗାଁରେ ଗଚ୍ଛିତ ଥିବା ୧୦ଟି ଶାଗୁଆନ ଲକ ଓ ୩ଟି ଫାଶୀ ଲକ କାଠ ଜବତ ହୋଇଛି । ଜବତ କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହି କାଠ ବେଲପଦର ଗାଁକୁ କିପରି ଆସିଲା ଓ ଏହା ପଛରେ କାହାର ହାତ ଅଛି ତାକୁ ନେଇ ବନବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ