ETV Bharat / state

ବେଗୁନିଆରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ - ବେଗୁନିଆ ନିର୍ବାଚନ ମଣ୍ଡଳୀ

ଖୋର୍ଦ୍ଧା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସମୀକ୍ଷା ବୈଠକ । ଅଧିକ ପଢନ୍ତୁ

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

author img

By

Published : Aug 30, 2022, 9:04 AM IST

ଖୋର୍ଦ୍ଧା: ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ଵାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା ବୈଠକ(Khurdha District Planning Board Chairman Rajendra Kumar Sahoo) ଅନୁଷ୍ଠିତ ହୋଇଯାଇଛି । ବେଗୁନିଆ ବିଧାୟକ ତଥା ଖୋର୍ଦ୍ଧା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ଏହାର ଅଧ୍ୟକ୍ଷତା କରିଥିଲେ । ତୃତୀୟ ପର୍ଯ୍ୟାୟରେ ଦୁଇଟି ବ୍ଲକର ୨୨ଟି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତକରଣ କାର୍ଯ୍ୟ ଏବଂ ସରକାରଙ୍କ ୫ଟି ଅଧୀନରେ ସ୍ମାର୍ଟ ସ୍କୁଲ କଳ୍ପନାକୁ ପ୍ରଶଂସା କରାଯାଇଥିବାବେଳେ, ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଯୋଜନା ବୋର୍ଡ ଅଧ୍ୟକ୍ଷ ବୈଠକରେ ମତ ରଖିଥିଲେ ।

ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ସେହିପରି ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶେଷ ହୋଇ ନଥିବା ବେଳେ ଶୀଘ୍ର କାମ ଶେଷ କରି ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ ଦାବି ହୋଇଥିଲା । ଏଥିସହ ବୈଠକରେ ଅଙ୍ଗନବାଡି ଗୃହ ନିର୍ମାଣ, ଗ୍ରାମ୍ୟ ରାସ୍ତା ମରାମତି, ପର୍ଯ୍ୟଟନସ୍ଥଳୀ ଅଟ୍ରି ଉଷ୍ମପ୍ରସବଣ, ଗଡ଼ମାଣତୀର ମା' ରାମଚଣ୍ଡୀ ପୀଠ, କୋଶାଶୁଣି ପୀଠ, ମଣ୍ଡନଗିରିର ବିକାଶ, କଲ୍ୟାଣ ମଣ୍ଡପ, ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପସ୍ୱାସ୍ଥ୍ୟ କେନ୍ଦ୍ର, ମିଶନଶକ୍ତି ଗୃହ ଆଦି ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପଦକ୍ଷେପ ନିଆଯିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଜଳଯୋଗାଣ ଓ ପରିମଳ ନେଇ ବୈଠକରେ ଆଲୋଚନା ହୋଇଥିଲା । ସମୀକ୍ଷା ବୈଠକରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ନିଜସ୍ୱ ମତ ଦେବାପରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅପରାଜିତାଙ୍କୁ ବିରୋଧ କରି ପଦରୁ ବହିଷ୍କୃତ ହେଲେ BJP ମଣ୍ଡଳ ସଭାପତି

ଏହି ବୈଠକରେ ବେଗୁନିଆ ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁ, ବୋଲଗଡ ବ୍ଲକ ଉନ୍ନୟନ ଅଧିକାରୀ ଧୋବେଇ ନାୟକ, ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ହୁଳାସ ପ୍ରଧାନ, ବେଗୁନିଆ ବ୍ଲକ ଆତ୍ମା ଅଧ୍ୟକ୍ଷ ଦିପ୍ତୀରଞ୍ଜନ ସାହୁ, ଜିଲ୍ଲାପରିଷଦ ସଭ୍ୟା ତନୁଜା ପାଟଶାଣୀ, ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପ୍ତ କୁମାର ଛୋଟରାୟ, ସୁବାସ ଚନ୍ଦ୍ର ରାୟଗୁରୁ ଯୋଗଦେଇଥିଲେ । ସେହିପରି ପୂର୍ବତନ ବୋଲଗଡ଼ ବ୍ଲକ ଅଧ୍ୟକ୍ଷ ବାନାମ୍ବର ମାଝୀ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ସାହୁ, ସ୍ୱାସ୍ଥ୍ୟମିଶନ ସହକାରୀ ଯନ୍ତ୍ରୀ ମାନସ ମହାପାତ୍ର, ବୋଲଗଡ଼ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ମହାନ୍ତିଙ୍କ ସମେତ ଦୁଇ ବ୍ଲକର ବିଭାଗୀୟ ଅଧିକାରୀ, କନିଷ୍ଠଯନ୍ତ୍ରୀ, ସମସ୍ତ ସରପଞ୍ଚ ଓ ସମିତିସଭ୍ୟ, ସମସ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ, ପରିଚାଳନା କମିଟି ସଭାପତି ଓ ମୋ ସ୍କୁଲ ସଭାପତିଙ୍କ ମିଶନ ଶକ୍ତିର ସଦସ୍ୟମାନେ ଯୋଗ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.