ETV Bharat / state

ଓଡିଶାର ଲଦାଖକୁ ପର୍ଯ୍ୟଟକ ମନା, କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ - ଖୋର୍ଦ୍ଧାର ଲଦାଖ ତାପଙ୍ଗ ହତିଆ ପାହାଡ

ଓଡିଶାର ଲଦାଖ କୁହାଯାଉଥିବା ଖୋର୍ଦ୍ଧା ତାପଙ୍ଗ ହତିଆ ପାହାଡରେ ପର୍ଯ୍ୟଟକଙ୍କ ଉପରେ ଲାଗିଛି କଟକଣା । ଏହି ସ୍ଥାନକୁ ପର୍ଯ୍ୟଟକ ନ ଆସିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଓଡିଶା ପର୍ଯ୍ୟଟନ ବିଭାଗ
ଫଟୋ ସୌଜନ୍ୟ: ଓଡିଶା ପର୍ଯ୍ୟଟନ ବିଭାଗ
author img

By

Published : Sep 28, 2020, 9:39 AM IST

ଖୋର୍ଦ୍ଧା: ଏଣିକି ଓଡିଶାର ଲଦାଖରେ ଲାଗିଲା ପର୍ଯ୍ୟଟକଙ୍କ ଉପରେ କଟକଣା । ଜିଲ୍ଲାର ତାପଙ୍ଗ ହତିଆ ପାହାଡ ଲଦାଖର ଭ୍ରମ ସୃଷ୍ଟି କରୁଥିବା ବେଳେ ଏଠାକାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଲାଗେ ପର୍ଯ୍ୟଟକଙ୍କ ଭିଡ । ଯାହା ଉପରେ ରୋକ ଲଗାଇବା ପରେ ରବିବାର ଏନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଓଡିଶାର ଲଦାଖରେ ପର୍ଯ୍ୟଟକଙ୍କୁ ବାରଣ

ସୂଚନା ଅନୁଯାୟୀ ରାଜ୍ୟ ତଥା ରାଜ୍ୟ ବାହାରେ ଏହି ସ୍ଥାନର ରହିଥିଲା ସ୍ବତନ୍ତ୍ର ଖ୍ୟାତି । ହେଲେ ବେଆଇନ ପଥର ଖଣିକୁ ପର୍ଯ୍ୟଟନର ମାନ୍ୟତା ଦେଇ ଲୋକେ ଏଠାରେ ଭିଡ ଲଗାଉଥିବା ଦେଖିବାକୁ ମିଳୁଥିଲା । ଏବେ ଏହି ସ୍ଥାନକୁ ଆସିବା ପାଇଁ ପର୍ଯ୍ୟଟଙ୍କ ଉପରେ ପ୍ରଶାସନ ଲଗାଇଥିବା କଟକଣା ଲୋକଙ୍କୁ ନିରାଶ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.