ETV Bharat / state

ନିୟମ ଉଲ୍ଲଙ୍ଘନ କରି ଚାଲିଥିଲା ଯାତ୍ରା, ବନ୍ଦ କଲା ପ୍ରଶାସନ

କୋରୋନା ସମ୍ପୂର୍ଣ୍ଣ ଯାଇ ନଥିବାରୁ ଯାତ୍ରା କରିବାକୁ ଆଜି ପର୍ଯ୍ୟନ୍ତ ଅନୁମତି ଦିଆଯାଇନାହିଁ । ହେଲେ ନିୟମକୁ ବେଖାତିର କରି ଯାତ୍ରାର ମଜା ନେଉଥିଲେ ଦର୍ଶକ । ଆଉ ତାପରେ କଣ ହେଲେ ସେନେଇ ଅଧିକ ପଢନ୍ତୁ...

author img

By

Published : Feb 21, 2021, 9:57 AM IST

ନିୟମ ଉଲ୍ଲଙ୍ଘନ କରି ଚାଲିଥିଲା ଯାତ୍ରା
ନିୟମ ଉଲ୍ଲଙ୍ଘନ କରି ଚାଲିଥିଲା ଯାତ୍ରା

ଖୋର୍ଦ୍ଧା: କୋଭିଡ ନିୟମ ଉଲ୍ଲଙ୍ଘନ କରି ହେଉଥିଲା ଯାତ୍ରା । ଅଧାରୁ ଆସି ବନ୍ଦ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ବେଗୁନିଆ ବଜାରରେ ବିନା ମାସ୍କ ଓ ସାମାଜିକ ଦୂରତାରେ ଏକାଠି ହୋଇଥିଲା ଶତାଧିକ ଦର୍ଶକଙ୍କୁ ନେଇ ଚାଲିଥିଲା ଯାତ୍ରାପାର୍ଟି ।

କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଇଛି । ହେଲେ ସଂକ୍ରମଣ ସମ୍ପୂର୍ଣ୍ଣ ଲୋପ ପାଇନି । ଯାହାକୁ ନେଇ ସରକାର ଆଜି ପର୍ଯ୍ୟନ୍ତ ଯାତ୍ରା କରିବାକୁ ଅନୁମତି ଦେଇ ନାହାଁନ୍ତି । ସେପଟେ ନିୟମ ଉଲ୍ଲଙ୍ଘନ କରି ଶନିବାର ବେଗୁନିଆ ବଜାରରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଥିବାର ଦେଖିବାକୁ ମିଳିଥିଲା । କୌଣସି ଦର୍ଶକଙ୍କ ମୁହଁରେ ମାସ୍କ ପିନ୍ଧି ନଥିବାବେଳେ କେହି ସାମାଜିକ ଦୂରତା ରକ୍ଷା କରିନଥିଲେ ।

ଏନେଇ ଖୋର୍ଦ୍ଧା ପ୍ରଶାସନ ଜାଣିବାକୁ ପାଇବା ପରେ ଉପଜିଲ୍ଲାପାଳଙ୍କ ସହିତ ବେଗୁନିଆ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ, ପ୍ରଶାସନର ଅଜଣାତ ଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ କିଏ ଏମାନଙ୍କୁ ଅନୁମତି ଦେଲେ ସେନେଇ ଉଠିଛି ପ୍ରଶ୍ନ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.