ଖୋର୍ଦ୍ଧା: ରାଜ୍ୟରେ ଚାଲିଛି ଦଲାଲ ଦମନ । ଆରଟିଓ ଏବଂ ସରକାରୀ ଡାକ୍ତରଖାନାରେ କିଛି ମଧ୍ୟସ୍ଥି ଲୋକମାନଙ୍କୁ ଲୁଟୁଥିବା ଜଣାପଡିଛି । ଏହାପରେ ସରକାର ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ମୁଖ୍ୟଚିକିତ୍ସାଳୟ ଏବଂ ସହକାରୀ ପରିବହନ କାର୍ଯ୍ୟାଳୟ ପରିସରରେ ଆଦର୍ଶ ଥାନା ପୋଲିସ ଚଢାଉ କରି 4ଜଣ ଦଲାଲଙ୍କୁ ଗିରଫ କରିଛି ।
ରାଜକିଶୋର ନାୟକ, ଏସକେ ଅନସାରି,ନୀଳକଣ୍ଠ ସାମନ୍ତରାୟ,ରାଜେଶ ମହମ୍ମଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ