ETV Bharat / state

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ଆଇଜି

ଶିଶୁରୋଗ ବିଶେଷଜ୍ଞ ମାନସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର ଜୋରଦାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଆଇଜି ପହଞ୍ଚି 4ଟି ଟିମ ଗଠନ କରିଛି ।

Khurda gun shot incident
ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିକାଣ୍ଡ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଦୋକାନୀ ମୃତ
author img

By

Published : Dec 16, 2019, 3:10 PM IST

ଖୋର୍ଦ୍ଧା: ଶିଶୁରୋଗ ବିଶେଷଜ୍ଞ ମାନସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାଟି ଏବେ ବି ରହସ୍ୟମୟ । ପୋଲିସକୁ ଏବେବି ମିଳୁନି ସୁରାଗ । କିଏ ଏବଂ କାହିଁକି, କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା, ଏନେଇ ଲଗାତାର ତଦନ୍ତ ଜାରି ରଖିଛି ଖୋର୍ଦ୍ଧା ପୋଲିସ । ଘଟଣାସ୍ଥଳରେ ଆଇଜି ପହଞ୍ଚି 4ଟି ଟିମ ଗଠନ କରିଛନ୍ତି ।

ଖୋର୍ଦ୍ଧା ଡାକ୍ତରଙ୍କୁ ଗୁଳିକାଣ୍ଡ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଦୋକାନୀ ମୃତ

ଗୁଳିକାଣ୍ଡ ସମୟରେ କ୍ଲିନିକ କର୍ମଚାରୀମାନେ ଉପସ୍ଥିତ ଥିଲେ । ସେମାନେ ଘଟଣା ସମ୍ପର୍କରେ ପୋଲିସକୁ ସବିଶେଷ ତଥ୍ୟ ଦେଇଛନ୍ତି । ଜିଲା ପୋଲିସ ଘଟଣାକୁ ଗୁରୁତର ସହ ନେଇ 4ଟି ଟିମ ଗଠନ କରି ଭୁବନେଶ୍ବର, ବ୍ରହ୍ମପୁର, ନୟାଗଡ଼ ଏବଂ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେପଟେ ଘଟଣାସ୍ଥଳରେ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ଅପରାଧୀକୁ ଖୁବଶୀଘ୍ର ଧରାଯିବ ବୋଲି ଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନା ଥାଉକି ରବିବାର ସନ୍ଧ୍ୟାରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସଙ୍କୁ ଗୁଳି କରାଯାଇଥିଲା । ଏହି ଗୁଳିକାଣ୍ଡରେ ମେଡ଼ିସିନ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଡାକ୍ତରଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଦେହରେ ଗୁଳି ବାଜିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ତେବେ ଦୋକାନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଏବେବି ଡାକ୍ତର ମାନସ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା : ତିନୋଟି ଟିମ କରି ପୋଲିସର ତଦାନ୍ତଜାରୀ

Body:ଖୋର୍ଦ୍ଧା : ଗତକାଲି ସନ୍ଧ୍ୟାରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସଙ୍କୁ ଗୁଳି ଘଟଣାରେ ଏବେବି ପୋଲିସର ହାତ ଖାଲି ରହିଛି । ଏହି ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ମେଡ଼ିସିନ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ଚିକିତ୍ସିତ ହେଉଛନ୍ତି । ସେହିପରି ଗୁଳିକାଣ୍ଡ ସମୟରେ ଥିବା କ୍ଲିନିକ କର୍ମଚାରୀ ମାନେ ଘଟଣା ସମ୍ପର୍କରେ ପୋଲିସକୁ ସବିଶେଷ ତଥ୍ୟ ଦେଇଛନ୍ତି । ଜିଲା ପୋଲିସ ଘଟଣାକୁ ଗୁରୁତର ସହ ନେଇ ତିନୋଟି ଟିମ ଗଠନ କରାଯାଇ ତଦନ୍ତ ଜାରୀ ରଖିଥିବା ସୂଚନା ମିଳିଛି ।

Conclusion:ବାଇଟ1-କିଶନ କୁମାର ବେହେରା,ପ୍ରତ୍ୟକ୍ଷଦର୍ଶୀ
2-ଦୁଖୀଶ୍ୟାମ ବାରିକ,କ୍ଲିନିକ କର୍ମଚାରୀ
3-ପ୍ରଭାତ କୁମାର ବେହେରା,ସ୍ଥାନୀୟ ଲୋକ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.