ଖୋର୍ଦ୍ଧା: ସମ୍ବଲପୁର ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଭିତରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧୁକ ଦେଖାଇ ରେଳ ଯାତ୍ରୀମାନଙ୍କୁ ଭୟଭୀତ କରିବା ଅଭିଯୋଗରେ ଖୋର୍ଦ୍ଧା ରୋଡ଼ ଜିଆରପି ଜଣେ ଯୁବକକୁ ଗିରଫ କରିଛି ।
ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳର ସୋମନାଥ ପାଢ଼ୀ ବୋଲି ଜଣାପଡିଛି । ତେବେ ଜିଆରପି ପୋଲିସ ଅଭିଯୁକ୍ତ ଠାରୁ ବନ୍ଧୁକ, ତିନୋଟି ଜୀବନ୍ତ ଗୁଳି ସହ ଦୁଇଟି ମୋବାଇଲ ଫୋନ ଜବତ କରି କୋର୍ଟ ଚାଲାଣ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ