ETV Bharat / state

ମରଣଜନ୍ତା ପାଲଟିଛି ଖୋର୍ଦ୍ଧା-ବାଙ୍କୀ ମୁଖ୍ୟ ରାସ୍ତା - ditches and water

ଖାଲ ସହ ପାଣିରେ ଭର୍ତ୍ତି ହୋଇ ରହିଛି ଖୋର୍ଦ୍ଧା ବାଙ୍କୀ ପୂର୍ତ୍ତ ବିଭାଗ ରାସ୍ତା । ଅଭିଯୋଗ ପରେ ବି ଦୃଷ୍ଟି ଦେଉନାହିଁ ସମ୍ପୃକ୍ତ ବିଭାଗ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତା ପାଲଟିଛି ମରଣଜନ୍ତା

author img

By

Published : Sep 7, 2021, 2:50 PM IST

ଖୋର୍ଦ୍ଧା: ପ୍ରତି ଗାଁକୁ ପକ୍କା ରାସ୍ତା ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ହେଲେ ଏହି ଯୋଜନା କେତେ ସଫଳ ହୋଇଛି ତାହା ଖୋର୍ଦ୍ଧା ବାଙ୍କୀ ପୂର୍ତ୍ତ ବିଭାଗ ରାସ୍ତାକୁ ଦେଖିଲେ ବେସ ବାରି ହୋଇପଡୁଛି । ଜିଲ୍ଲାର ସିମୋର ଠାରୁ ବାଙ୍କୀ ଯାଇଥିବା ଏହି ମୁଖ୍ୟ ରାସ୍ତା ଖାଲ ଓ ପାଣିରେ ଭର୍ତ୍ତି ହୋଇଛି । ଏହା ଆଜିର ଦୃଶ୍ୟ ନୁହଁ ବରଂ ବର୍ଷ ବର୍ଷର ।

ଖୋର୍ଦ୍ଧା ବାଙ୍କୀ ମୁଖ୍ୟ ରାସ୍ତା ପାଲଟିଛି ମରଣଜନ୍ତା

ଖାଲି ସେତିକି ନୁହଁ ରାସ୍ତା ଉପରେ ପାଣି ଜମି ରହିବାରୁ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ଯାତ୍ରୀ । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହି ରାସ୍ତାର ମରାମତି ପାଇଁ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ରାସ୍ତା ମରାମତି ପ୍ରତି ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ ଅଧିକାରୀ । ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ଦାବି କରିଛନ୍ତି ସିମୋର ଗ୍ରାମବାସୀ । ସେପଟେ ତୁରନ୍ତ ସିମୋର ବାଙ୍କୀ ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.