ETV Bharat / state

ମାନିଲେନି କଟକଣା, 51 ଦୋକାନ ସିଲ କଲା ପ୍ରଶାସନ - corona

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ମାର୍କେଟରେ ଲୋକଙ୍କର ଜମୁଛି ନାହିଁ ନଥିବା ଭିଡ । ଏହା ସହିତ କୋରୋନା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରଯାଇଛି । ଅଧିକ ପଢନ୍ତୁ...

ମାର୍କେଟ ସିଲ କଲା ପ୍ରଶାସନ
ମାର୍କେଟ ସିଲ କଲା ପ୍ରଶାସନ
author img

By

Published : May 4, 2021, 10:56 AM IST

ଖୋର୍ଦ୍ଧା: କଥାରେ ଅଛି ଯେତେ ମାଠିବୁ ମାଠେ ସେଇ ଦରପୋଡା କାଟେ । ଏ ଲୋକକଥାକୁ ସତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାବାସୀ । ଆସନ୍ତାକାଲିଠୁ ରାଜ୍ୟରେ ଲକଡାଉନ ଲାଗୁ ହେବ । ଏହା ପୂର୍ବରୁ ବିଭିନ୍ନ ସାମଗ୍ରୀ କିଣିବାକୁ ଦୋକାନ ବଜାରରେ ଲୋକଙ୍କର ଲାଗିଛି ନାହିଁ ନ ଥିବା ଭିଡ । ମାସ୍କ ଲାଗାଇବା, ସାମାଜିକ ଦୂରତା ରଖିବା ଆଦି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଏନେଇ 51ଟି ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।

ମାନିଲେନି କଟକଣା, 51 ଦୋକାନ ସିଲ କଲା ପ୍ରଶାସନ

ଦୋକାନ ଖୋଲିବା କ୍ଷଣି ଲାଗି ଯାଉଛି ଅସମ୍ଭାଳ ଭିଡ । କେହି ବି କୋରୋନା ନିୟମକୁ ପାଳନ କରୁ ନଥିଲେ । ଖବର ପାଇ ବଜାରରେ ପୋଲିସ ପହଞ୍ଚି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ବଜାରରେ ଥିବା ମାର୍କେଟ କମ୍ପ୍ଲେକ୍ସ ସହିତ 51ଟି ଦୋକାନକୁ ସିଲ କରିବାକୁ ବାଧ୍ୟ ହୋଇଛି ।

କମ୍ପ୍ଲେକ୍ସର ପ୍ରବେଶ ପଥକୁ ବାଉଁଶ ବାଡ ଦେଇ ବନ୍ଦ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତଥାପି ଲୋକ ସୁଧୁରିବାକୁ ନାରାଜ । ଆଜି ଖୋର୍ଦ୍ଧାରୁ 1271ପଜିଟିଭି ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.