ETV Bharat / state

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ବିକ୍ଷୋଭ - ହିନ୍ଦୁ ଜାଗରଣ ମଞ୍ଚ

ସଂପ୍ରତି ସାରା ବିଶ୍ବରେ ହିନ୍ଦୁଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ବିଶ୍ବବ୍ୟାପୀ ହିନ୍ଦୁଙ୍କ ମଧ୍ୟରେ ମଧ୍ୟ ତେଜିବାରେ ଲାଗିଛି ଆକ୍ରୋଶ । ହିନ୍ଦୁଙ୍କ ପ୍ରତି ହିଂସାକୁ ନେଇ ଏବେ ବିଶ୍ବ ହିନ୍ଦୁ ପରିଷଦର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Khordha VHP
Khordha VHP
author img

By

Published : Oct 25, 2021, 9:32 PM IST

ଖୋର୍ଦ୍ଧା: ସଂପ୍ରତି ସାରା ବିଶ୍ବରେ ହିନ୍ଦୁଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ବିଶ୍ବବ୍ୟାପୀ ହିନ୍ଦୁଙ୍କ ମଧ୍ୟରେ ମଧ୍ୟ ତେଜିବାରେ ଲାଗିଛି ଆକ୍ରୋଶ । ହିନ୍ଦୁଙ୍କ ପ୍ରତି ହିଂସାକୁ ନେଇ ଏବେ ବିଶ୍ବ ହିନ୍ଦୁ ପରିଷଦର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଆକ୍ରମଣକୁ ଖୋର୍ଦ୍ଧା ଭିଏଚପି ପକ୍ଷରୁ ନିନ୍ଦା

ଆଜି ବିଶ୍ବ ହିନ୍ଦୁ ପରିଷଦ ଓ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ଗୈରିକ ପତାକା, ବ୍ୟାନର ଓ ପ୍ଲାକାର୍ଡ ଆଦି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଭାପତି ତଥା ଖୋର୍ଦ୍ଧା ବାର ସଂଘର ସଭାପତି ଅଜିତ କୁମାର ପଟ୍ଟନାୟକ ଓ ବିଶ୍ବ ହିନ୍ଦୁ ପରିଷଦର ବସନ୍ତ କୁମାର ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ବାଂଲାଦେଶରେ ପୀଡିତ ହିନ୍ଦୁଙ୍କୁ ନ୍ୟାୟ ଓ ସୁରକ୍ଷା ନିଶ୍ଚିତ କରିବା, କ୍ଷତି ହୋଇଥିବା ଧନଜୀବନର ଉଚିତ କ୍ଷତିପୂରଣ, ଆକ୍ରମଣକାରୀଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯିବା ଓ ଏଭଳି ଘଟଣାର ପୁନରାବୃତ୍ତ ଯେଭଳି ନହେବ ସେନେଇ ପଦକ୍ଷେପ ଗ୍ରହଣ କରିବା ଓ ଦୁଇ ରାଷ୍ଟ୍ର ମଧ୍ୟରେ ଯେଉଁ ଦ୍ବିପାକ୍ଷିକ ସଂପର୍କ ରହିଛି ସେଥିରେ ଭାରତ ସରକାର ବାଂଲାଦେଶ ସରାକରଙ୍କ ଉପରେ ଚାପ ପକାଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.