ETV Bharat / state

ସରକାରୀ ପ୍ରାପ୍ୟରୁ ବଞ୍ଚିତ; ଭିକ୍ଷାବୃତ୍ତି କରି ଚଳୁଛନ୍ତି ଶିକ୍ଷକ - administration

ଦିନେ ଥିଲେ ସମାଜ ପାଇଁ ସଫଳ ମଣିଷ ଗଢ଼ା ମେସିନ, ଜଣେ ଆଦର୍ଶ ଶିକ୍ଷକ ଭାବରେ ଥିଲା ପ୍ରସିଦ୍ଧି । ତାଙ୍କ ହାତରେ ତିଆରି ହୋଇଛନ୍ତି ଅନେକ କୃତି ଛାତ୍ରଛାତ୍ରୀ । ହେଲେ ଆଜି ସେ ଦାଣ୍ଡର ଭିକ୍ଷୁକ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଜଣେ ଶିକ୍ଷକ । ପଢନ୍ତୁ ଅଧିକ ଖବର...

ସରକାରୀ ପ୍ରାପ୍ୟରୁ ବଞ୍ଚିତ; ଭିକ୍ଷାବୃତ୍ତି କରି ଚଳୁଛନ୍ତି ଶିକ୍ଷକ

author img

By

Published : Jul 29, 2020, 2:24 PM IST

ଖୋର୍ଦ୍ଧା: ପ୍ରଫୁଲ ସାର । ଦିନେ ଥିଲେ ସମାଜ ପାଇଁ ସଫଳ ମଣିଷ ଗଢ଼ା ମେସିନ, ଜଣେ ଆଦର୍ଶ ଶିକ୍ଷକ ଭାବରେ ଥିଲା ପ୍ରସିଦ୍ଧି । ତାଙ୍କ ହାତରେ ତିଆରି ହୋଇଛନ୍ତି ଅନେକ କୃତି ଛାତ୍ରଛାତ୍ରୀ । ଆଉ ସମାଜକୁ ଦେଇ ଆସିଛନ୍ତି ଅନେକ ବିଦ୍ବାନ । ଏହି ବିଦ୍ବାନୀ ଶିକ୍ଷକ ଏବେ ପାଲଟିଛନ୍ତି ଦାଣ୍ଡର ଭିକ୍ଷୁକ।

ସରକାରୀ ପ୍ରାପ୍ୟରୁ ବଞ୍ଚିତ; ଭିକ୍ଷାବୃତ୍ତି କରି ଚଳୁଛନ୍ତି ଶିକ୍ଷକ

ଆଉ ତାଙ୍କର ଏମିତି ଅବସ୍ଥା କରିଛି ପ୍ରଶାସନିକ ବିଧି ବ୍ୟବସ୍ଥା । ନିଜର ଜୀବନ କାଳ ମଧ୍ୟରେ ଅନେକ ପ୍ରଶାସକ ଆଉ ପ୍ରଶାସିକା ହୁଏତ ଗଢିଥିବେ ଏହି ଶିକ୍ଷକ । ଶିକ୍ଷକତା କରି କରି ଜୀବନର ଅପରାହ୍ନରେ ପହଞ୍ଚିଛନ୍ତି ସେ । ସରକାରୀ ନୀତି ନିୟମରେ କିନ୍ତୁ ଯୋଗ୍ୟ ହେଲାନାହିଁ, ଫଳରେ ସରକାରୀ ପ୍ରାପ୍ୟରୁ ବଞ୍ଚିତ ହେଲେ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ।

ଗ୍ରାଜୁଏସନ ସମାପ୍ତ କରି ବାଳକାଟି ୟୁଜିଏମଇ ସ୍କୁଲରେ ମ୍ୟାନେଜିଂ କମିଟି ଚୟନ ଆଧାରରେ ଶିକ୍ଷକତା କରୁଥିଲେ ପ୍ରଫୁଲ ସାର । କିନ୍ତୁ ଉକ୍ତ ସ୍କୁଲକୁ ସରକାର ତାଙ୍କ ଅଧୀନକୁ ନେବାରୁ ପ୍ରଫୁଲ ସାର ତାଙ୍କ ଚାକିରୀ ହରାଇଲେ । ଆଉ ସେବେଠାରୁ ସେ ଖୋର୍ଦ୍ଧାରେ ରହିଲେ । ଚଳିବା ପାଇଁ ପିଲାଙ୍କୁ ଟ୍ୟୁସନ କଲେ । କିନ୍ତୁ ଏବେ ବୟସର ଅପରାହ୍ନରେ ତାଙ୍କ ବଞ୍ଚିବାର ରାହା ପାଲଟିଛି ଭିକ୍ଷାବୃତ୍ତି ।

ଚାଳିଶ ବର୍ଷ ତଳେ ବାଳକାଟି ହାଇସ୍କୁଲରେ ଶିକ୍ଷକ ଥିବା ପ୍ରଫୁଲ ଅନେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି। ସରକାରଙ୍କ ନୀତି ନିୟମରେ ବଞ୍ଚିତ ହୋଇ ଶିକ୍ଷକ କାର୍ଯ୍ୟରୁ ଅବସର ନେଲେ। ନିଜ ହକ୍ ପାଇଁ ଅନେକ ବାର ଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗୁହାରି ଜଣାଇବାକୁ ଯାଇଛନ୍ତି। କେହି ଶୁଣିଲେନି। ଶେଷରେ ଖୋର୍ଦ୍ଧାରେ ଆସି ମାଗିଯାଚି ଚଳୁଛନ୍ତି।

ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ଯେଉଁ ଦିନ ମିଳିଲା ଗଣ୍ଡେ ଖାଇଲେ, ନ ମିଳିଲେ ଉପାସ। ସରକାରଙ୍କ କୌଣସି ଯୋଜନା ସିଏ ପାଇନାହାଁନ୍ତି। କେହି ଯଦି ଗରିବ ବୃଦ୍ଧ ବ୍ରାହ୍ମଣ ଶିକ୍ଷକଙ୍କୁ ଖାଇବାକୁ ଏବଂ ଚାଳିଆ ଖଣ୍ଡେ ରହିବାକୁ ବ୍ୟବସ୍ଥା କରି ଦିଅନ୍ତେ, ତେବେ ଖୁସିରେ ଗ୍ରହଣ କରନ୍ତେ ବୋଲି କୋହଭରା କଣ୍ଠରେ କହିଥିଲେ ପ୍ରଫୁଲ୍ଲ ସାର ।

ଶେଷରେ ଅର୍ଥାଭାବ ତାଙ୍କୁ ପରିବାର ପ୍ରତିପୋଷଣ ପାଇଁ ଭିକ୍ଷାବୃତ୍ତିକୁ ଆପଣେଇଥିବା କହିଛନ୍ତି । ନ୍ୟାୟିକ ଅବସ୍ଥାକୁ ଅପେକ୍ଷା କରି ଭିକ୍ଷାବୃତ୍ତିରେ 20 ବର୍ଷ ଅତିବାହିତ କରୁଥିବା ପ୍ରଫୁଲ ସାର ଏବେ ନ୍ୟାୟକୁ ଅପେକ୍ଷା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.