ETV Bharat / state

ଡାକ ଅଫିସରୁ ଟଙ୍କା ଲୁଟ, କର୍ମଚାରୀ ସାମିଲ ଥିବା ଅଭିଯୋଗ - ଖୋର୍ଦ୍ଧା ପୋଷ୍ଟ ଅଫିସରୁ ଟଙ୍କା ଲୁଟ

ଖୋର୍ଦ୍ଧା ପୋଷ୍ଟ ଅଫିସରୁ ଟଙ୍କା ଲୁଟ । ଏହି ଠକେଇ କାର୍ଯ୍ୟରେ ପୋଷ୍ଟ ଅଫିସର କର୍ମଚାରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଦାଦନ ଶ୍ରମିକ ବେଳେ ଶିଖିଲେ କୌଶଳ, ଗାଁକୁ ଫେରି ହେଲେ ସଫଳ ଚାଷୀ

author img

By

Published : Sep 17, 2022, 10:33 AM IST

ଭୁବନେଶ୍ବର: ଚାକିରି କରିଥିଲେ ପୋଷ୍ଟ ଅଫିସରେ । ହେଲେ ଟଙ୍କା ଲୁଟୁଥିଲେ ଲୋକଙ୍କ ନାଁରେ। ଡିପୋଜିଟରଙ୍କ ଆକାଉଣ୍ଟରୁ ପ୍ରାୟ ୫୩ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରି ଶେଷରେ ପୋଲିସ ହାତରେ ଧରାପଡିଛନ୍ତି । ଖୋର୍ଦ୍ଧା ପୋଷ୍ଟ ଅଫିସରୁ ଏଭଳି ଜଣେ ଅଭିଯୁକ୍ତ ଠକ କର୍ମଚାରୀଙ୍କୁ ଖୁଲାସା କରିଛି ପୋଲିସ ।

ଅଭିଯୁକ୍ତ ହେଉଛନ୍ତି ଜାକିର ହୁସେନ ଖାନ ଘର ଅଭୟମୁଖୀ ବାଲିପାଟଣା । ଯିଏକି ଓଲ୍ଡଟାଉନ ପୋଷ୍ଟ ଅଫିସରେ କାମ କରୁଥିଲେ। ସୂଚନା ମୁତାବକ ଚଳିତ ମାସ ୧୪ ତାରିଖରେ ଭୁବନେଶ୍ବର ଦକ୍ଷିଣ ସବଡିଭିଜନ ପୋଷ୍ଟ ଅଫିସର ଇନ୍ସପେକ୍ଟର ତଥା ଅଭିଯୋଗକାରୀ ରଞ୍ଜନ କୁମାର ସାହୁ ଲିଙ୍ଗରାଜ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଥିଲା ଯେ ହିତାଧିକାରୀଙ୍କ ଆକାଉଣ୍ଟରୁ ଗାଏବ କରାଯାଇଛି ୫୩ ହଜାର ଟଙ୍କା ।

ଏହା ବି ପଢନ୍ତୁ- ସାଇବର ଠକେଇର ଶିକାର ହେଲେ ଯୁବତୀ, ଦାମୀ ଗିଫ୍ଟ ଆଶାରେ ଦେଲେ ୮ଲକ୍ଷ

ଏନେଇ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଏହି ଅଭିଯୁକ୍ତ କର୍ମଚାରୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତ ଜଣକ ଓଲ୍ଡଟାଉନ ପୋଷ୍ଟ ଅଫିସରେ ଡାକ ସହାୟକ ଭାବରେ କାର୍ଯ୍ୟ କରୁଥିଲେ । ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ କ୍ଷତିଗ୍ରସ୍ତ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଆକାଉଣ୍ଟରୁ ୫୩, ୫୧୬.୮୦ ଟଙ୍କା ଜାଲ୍ ଡକ୍ୟୁମେଣ୍ଟକୁ ଅସଲି ଭାବରେ ବ୍ୟବହାର କରି ଟଙ୍କା ଉଠାଇ ଆତ୍ମସାତ କରିଥିଲେ । କୃଷ୍ଣଚନ୍ଦ୍ର ଏନେଇ ଅବଗତ ହେବାପରେ ପ୍ରଥମେ ସେ ମୁଖ୍ୟ ପୋଷ୍ଟ ମାଷ୍ଟରଙ୍କୁ କୌଣସି ଟଙ୍କା ଉଠାଇନଥିବା ନେଇ ଜଣାଇଥିଲେ ।

ଡାକ କର୍ତ୍ତୃପକ୍ଷ ଅଭିଯୋଗକାରୀଙ୍କର ଜାଲ୍ ଦଲିଲ ସଂଗ୍ରହ କରି ସେଗୁଡିକୁ କୋଲକାତା CFSL ପଠାଇଥିଲେ ଏବଂ ଉଭୟ ସମାନ ନଥିବା ଜଣାପଡିଥିଲା । ଅଭିଯୋଗକାରୀଙ୍କର ଅଭିଯୋଗକୁ ଆଧାର କରି ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା । ଲିଙ୍ଗରାଜ ଥାନା ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ପୋଷ୍ଟ ଅଫିସରୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ପରେ ଠକେଇ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.