ETV Bharat / state

ଅସହାୟଙ୍କୁ ମାସ୍କ ସହ ଖାଦ୍ୟ ବାଣ୍ଟୁଛି ଖୋର୍ଦ୍ଧା ପୋଲିସ - ଖୋର୍ଦ୍ଧା ଏସପି

ଗରିବ ଦିନମଜୁରିଆଙ୍କୁ ମହାମାରୀ ସମ୍ପର୍କରେ ସଚେତନତା କରିବା ସହ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ । ଏହି କାର୍ଯ୍ୟକ୍ରମରେ ସାମିଲଥିଲେ ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ...

ଅସହାୟଙ୍କୁ ମାସ୍କ ସହ ଖାଦ୍ୟ ବାଣ୍ଟୁଛି ଖୋର୍ଦ୍ଧା ପୋଲିସ

author img

By

Published : Apr 27, 2020, 2:19 PM IST

ଖୋର୍ଦ୍ଧା: କୋରୋନା ମୁକାବିଲା ପାଇଁ ପୁରା ଦେଶକୁ ଜାରି ରହିଛି ଲକଡାଉନ। ଏହାର ପ୍ରଭାବ ସିଧାସଳଖ ଗରିବ ଓ ଖଟିଖିଆଙ୍କ ଉପରେ ପଡିଛି । ଏପରିସ୍ଥିତିରେ କୌଣସି କାମଧନ୍ଦା ମିଳୁନଥିବାରୁ ବହୁ ସମସ୍ୟାରେ ରହିଛନ୍ତି ଏମାନେ । ତେବେ ଗରିବ ଦିନମଜୁରିଆଙ୍କୁ ମହାମାରୀ ସମ୍ପର୍କରେ ସଚେତନତା କରିବା ସହ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସକର୍ମୀ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଏସପି ମଧ୍ୟ ସାମିଲ ହୋଇଥିଲେ ।

ଅସହାୟଙ୍କୁ ମାସ୍କ ସହ ଖାଦ୍ୟ ବାଣ୍ଟୁଛି ଖୋର୍ଦ୍ଧା ପୋଲିସ

କରୋନା ଯୁଦ୍ଧରେ ପ୍ରକୃତ ଯୋଦ୍ଧା ସାଜିଥିବା ପୋଲିସ ବାହିନୀ ବେଗୁନିଆ ଥାନା ଅନ୍ତର୍ଗତ ଭୂଇଁପୁର, ଚଟୁଆ ଓ ବଙ୍କୋଇ ଗ୍ରାମରେ ଲୋକଙ୍କୁ ସଚେତନ କରାଇବା ସହ ଶୁଖିଲା ଖାଦ୍ୟ ବଣ୍ଟିଛନ୍ତି । ସେହିପରି ଗ୍ରାମବାସୀମାନେ ପୋଲିସକୁ ଗ୍ରାମରେ ଫୁଲ, ଚନ୍ଦନ ହୁଳହୁଳି ପକାଇ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.