ETV Bharat / state

ତାଡି ନେବାକୁ ବସିଥିଲେ ATM, ପ୍ଲାନ ଭଣ୍ଡୁର କଲା ପୋଲିସ

author img

By

Published : Jun 22, 2022, 10:20 AM IST

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ମୁକ୍ତାପୁର ଗ୍ରାମ ନିକଟରେ ଥିବା ଏସବିଆଇ ଏଟିଏମ ନିକଟରେ ପାଞ୍ଚ ଲୁଟେରା ବାଇକ ଓ ଅଟୋରେ ଆସି ଶାବଳ ସାହାଯ୍ୟରେ ଏଟିଏମକୁ ତାଡି ନେବାକୁ ଲାଗିଥିବା ବେଳେ ପୋଲିସ ହାବୁଡ଼ରେ ପଡି ବନ୍ଧା ହୋଇଛନ୍ତି । ଅଧିକ ପଢନ୍ତୁ

khurda police arrested 5 ATM lutera
ପାଞ୍ଚ ଏଟିଏମ ଲୁଟେରାଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ସଜବାଜ ସହ ଏଟିଏମ ଲୁଟିବା ପାଇଁ ପୁରା ପ୍ଳାନିଂରେ ଆସିଥିଲେ ଲୁଟେରା । କିନ୍ତୁ ପୋଲିସ ସବୁ ପ୍ଳାନିଂକୁ ଫିକା କରିଦେଲା । ଆଉ ଶେଷରେ ଏଟିଏମ ଲୁଟି ରାତାରାତି ବଡ଼ଲୋକ ହେବାର ସ୍ୱପ୍ନ ଜେଲର ଚାରିକାନ୍ଥ ଭିତରେ ଦେଖୁଛନ୍ତି ପାଞ୍ଚ ଲୁଟେରା । ଘଟଣା ଘଟିଛି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ମୁକ୍ତାପୁର ଗ୍ରାମ ନିକଟରେ ଥିବା ଏସବିଆଇ ଏଟିଏମ ନିକଟରେ ।

ପାଞ୍ଚ ଲୁଟେରା ବାଇକ ଓ ଅଟୋରେ ଆସି ଶାବଳ ସାହାଯ୍ୟରେ ଏଟିଏମକୁ ତାଡି ନେବାକୁ ଲାଗିଥିବା ବେଳେ ପୋଲିସ ହାବୁଡ଼ରେ ପଡି ବନ୍ଧା ହୋଇଛନ୍ତି । ସେମାନଙ୍କ ଠାରୁ ପୋଲିସ ଦୁଇଟି ବାଇକ,ଗୋଟିଏ ଅଟୋ ଓ ଲୁଟରେ ବ୍ୟବହାର ହୋଇଥିବା ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ସୁଶାନ୍ତ ସାମନ୍ତରାୟ ଏବଂ ବାଙ୍କୀ ଥାନା ଅଞ୍ଚଳର ଶତ୍ରୁଜିତ ବେହେରା,ଦିଲୀପ କୁମାର ସାହୁ,ଅଭିମନ୍ୟୁ ବେହେରା ଓ ଦୁଷ୍ମନ୍ତ ସାହୁ ବୋଲି ଜଣାପଡିିିିଛି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.