ETV Bharat / state

ମରଣଯନ୍ତା ଟିକାତାଳ-କୋଦବେରଣୀ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକେ

author img

By

Published : Jun 23, 2022, 11:04 AM IST

ମରଣ ଯନ୍ତା ପାଲଟିଛି ବୋଲଗଡ଼ ବ୍ଲକ ଟିକାତାଳ-କୋଦବେରଣୀ ରାସ୍ତା । ରାସ୍ତା ନିର୍ମାଣ ବେଳେ ଦୁର୍ନୀତି ଯୋଗୁଁ ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି । ଅଧିକ ପଢ଼ନ୍ତୁ

Khordha peple facing problem due to worse condition of road
ମରଣ ଯନ୍ତା ଟିକାତାଳ-କୋଦବେରଣୀ ରାସ୍ତା, ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ଥାନୀୟ ଲୋକେ

ଖୋର୍ଦ୍ଧା: ମରଣ ଯନ୍ତା ପାଲଟିଛି ବୋଲଗଡ଼ ବ୍ଲକ ଟିକାତାଳ-କୋଦବେରଣୀ ରାସ୍ତା । ରାସ୍ତା ନିର୍ମାଣ ବେଳେ ଦୁର୍ନୀତି ଯୋଗୁଁ ଏହି ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀ ହେଉଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା । ହେଲେ ଠିକାଦାରଙ୍କ ଦୁର୍ନୀିତି ଯୋଗୁଁ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଛି ।

ଏହି ରାସ୍ତା ଦେଇ ଭାରି ଯାନ ଯିବା ଅସମ୍ଭବ ହୋଇ ପଡ଼ିଛି । ଖାଲି ସେତିକି ନୁହେଁ ଏହି ରାସ୍ତା ଦେଇ ବାଇକ ଖଣ୍ଡେ ଯିବା ଅସମ୍ଭବ ହୋଇ ପଡ଼ୁଛି । ରାସ୍ତା ନିର୍ମାଣ ପରେ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ଠିକାଦାର ନେଇଛନ୍ତି । ହେଲେ ଏହି କାର୍ଯ୍ୟକୁ ଠିକାଦାର ଠିକ୍‌ ଭାବରେ ନିର୍ବାହ କରୁନଥିବା ଅଭିଯୋଗ ହୋଇଛି । ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରିଛି । ତେବେ ରାସ୍ତାର ରକ୍ଷଣାବେକ୍ଷଣା ଅବଧି ଶେଷ ପୂର୍ବରୁ ଏହାକୁ ଚଞ୍ଚକତା କରି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ।

ସେପଟେ ରାସ୍ତାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ଚୁପ ରହୁଥିବା ବେଳେ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ସେହିପରି ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.