ETV Bharat / state

ଖୋର୍ଦ୍ଧା ପୌରାଞ୍ଚଳର 20 ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ - କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ବୁଧବାର ଖୋର୍ଦ୍ଧା ପୌରାଞ୍ଚଳର ୱାର୍ଡ ନମ୍ବର 20ରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

ଖୋର୍ଦ୍ଧା ପୌରାଞ୍ଚଳର 20 ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Jul 22, 2020, 9:53 PM IST

ଖୋର୍ଦ୍ଧା: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଲାଗିପାରୁନି ରୋକ । ଜିଲ୍ଲାରେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ବୃଦ୍ଧି ପ୍ରଶାସନ ପାଇଁ ମୁଣ୍ଡବିନ୍ଧା ପାଲଟିଛି ।

ଖୋର୍ଦ୍ଧା ପୌରାଞ୍ଚଳର 20 ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ

ବୁଧବାର ଖୋର୍ଦ୍ଧା ପୌରାଞ୍ଚଳର ୱାର୍ଡ ନମ୍ବର 20ରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ବୁଧବାର ସନ୍ଧ୍ୟା 7ଟାରୁ ଆସନ୍ତା 25 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହେବା ନେଇ ଘୋଷଣା କରିଛନ୍ତି ।

ସେହିପରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳକୁ ଯେଭଳି କୌଣସି ବ୍ୟକ୍ତି ପ୍ରବେଶ ଓ ପ୍ରସ୍ଥାନ କରିନପାରିବେ ସେଥିପାଇଁ ବ୍ୟାରିକେଡ କରାଯାଇ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.