ETV Bharat / state

ଖୋର୍ଦ୍ଧା ଜିଲ୍ଲା ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ: ବିଭୂତି ବଳବନ୍ତରାୟ - ପ୍ରାର୍ଥୀଙ୍କୁ ନେଇ ବିଭୂତି ବଳବନ୍ତରାୟଙ୍କ ପ୍ରତିକ୍ରିୟା

ବିରୋଧୀ ଶିବିର ଛାଡି ବିଜେଡିରୁ ପ୍ରାର୍ଥୀ ହେବାକୁ ନେତାଙ୍କ ଆଗ୍ରହ ବଢୁଛି । ଏଣୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ କରିବାରେ ବିଳମ୍ବ ହେଉଛି । ଆଜି ଏହା କହିଛନ୍ତି ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଲବନ୍ତରାୟ । ଅଧିକ ପଢନ୍ତୁ

bjd president bibhuti balabantray reaction on panchayat election candidate
ଖୋର୍ଦ୍ଧା ଜିଲ୍ଲା ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ: ବିଭୂତି ବଳବନ୍ତରାୟ
author img

By

Published : Jan 18, 2022, 10:14 PM IST

ଭୁବନେଶ୍ବର: ବିରୋଧୀ ଶିବିର ଛାଡି ବିଜେଡିରୁ ପ୍ରାର୍ଥୀ ହେବାକୁ ନେତାଙ୍କ ଆଗ୍ରହ ବଢୁଛି । ଏଣୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ କରିବାରେ ବିଳମ୍ବ ହେଉଛି । ଆଜି ଏହା କହିଛନ୍ତି ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଲୋକଙ୍କ ନେତା । ନବୀନଙ୍କ ଲୋକପ୍ରିୟତା ସାରା ଦେଶରେ ସବୁ ସ୍ତରକୁ ଟପି ସାରିଲାଣି । ବିଜେଡିରୁ ପ୍ରାର୍ଥୀ ହେବାକୁ ଶହ ଶହ ସଂଖ୍ୟାରେ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ବିଭୂତି କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବିଜେଡିରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ: ବିଭୂତି ବଳବନ୍ତରାୟ

ଏଥିଲାଗି ବିଜେଡିକୁ ଖୋର୍ଦ୍ଧା ଜିଲ୍ଲାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବାରେ ବିଳମ୍ବ ହେଉଛି । ଅନ୍ୟପଟେ ଅନ୍ୟ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛନ୍ତି । ବିଜେଡିରେ ନୀତି ନିୟମ ଏବଂ ଶୃଙ୍ଖଳା ରହିଛି । ଏପଟେ ବିଜେଡିରେ ଯୋଗ ଦେବାକୁ ବହୁତ ଲୋକେ ଆଗ୍ରହୀ ଥିବାବେଳେ ପ୍ରାର୍ଥୀ ନ ହେଲେ ବି ଏମାନଙ୍କର କିଛି ଅସୁବିଧା ନାହିଁ ବୋଲି ବିଭୂତି କହିଛନ୍ତି ।

ସେହିଭଳି ବିଭିନ୍ନ ଜାତୀୟ ଦଳର ପ୍ରାର୍ଥୀ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଅନିଛା ପ୍ରକାଶ କରୁଛନ୍ତି । ସେହିପରି ଆଜି ଚିଲିକା ବ୍ଲକର ବହୁ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ବିଜେଡିରେ ମିଶିଛନ୍ତି । ଏମାନେ ଖାଲି ସଂଗଠନରେ ରହି ଦଳ ପାଇଁ କାମ କରିବେ ବୋଲି ବିଭୂତି ବଳବନ୍ତରାୟ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.