ETV Bharat / state

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବନ୍ୟାସ୍ଥିତି ସମୀକ୍ଷା, ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବନ୍ୟା ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ଥିବା ଲୋକଙ୍କୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ବୈଠକରେ ବନ୍ୟାଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି(Khordha collector reviewed flood situation ) । ଅଧିକ ପଢନ୍ତୁ

district collector flood situation review in khurdha
ଜିଲ୍ଲାପାଳଙ୍କ ବନ୍ୟାସ୍ଥିତି ସମୀକ୍ଷା : କ୍ଷୟକ୍ଷତି ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ
author img

By

Published : Aug 22, 2022, 10:10 PM IST

ଖୋର୍ଦ୍ଧା : ଜିଲ୍ଲାରେ ବନ୍ୟା ସ୍ଥିତି(flood in Khordha)ର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ(Khordha collector reviewed flood situation ) କେ. ସୁଦର୍ଶନ ଚକ୍ରବର୍ତ୍ତୀ । ବଢି ପାଣି କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଣି ଘେରରେ ଥିବା ଲୋକ ମାନଙ୍କୁ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ ଜାରି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ । ଏନେଇ ଓସୱାନ ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସନ୍ତା ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କ୍ଷୟକ୍ଷତି ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି । ଅଯୋଗ୍ୟ ବ୍ୟକ୍ତି କ୍ଷତିପୂରଣ ପାଇବା ତାଲିକାଭୁକ୍ତ ନହେବାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଖୋର୍ଦ୍ଧାରେ ଦାଉ ସାଧୁଛି ବନ୍ୟା, ପାଣି ଘେରରେ ୨୨ ପଞ୍ଚାୟତ ୭୩ ଗାଁ

ତେବେ ବନ୍ୟାଜଳ ଛାଡିବା ପରେ ପାନୀୟ ଜଳ, ସ୍ବାସ୍ଥ୍ୟ, ସଡ଼କ ପଥ, ବିଦ୍ୟୁତ ସଂଯୋଗ ପୁନଃ କାର୍ଯ୍ୟକ୍ଷମ କରିବା ସହ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାସହ ଜଳଉତ୍ସ ଏବଂ ନଳକୂପ ବିଶୋଧନ, ଜନସ୍ବାସ୍ଥ୍ୟ, ପଶୁସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି । ଏଥିସହ କୃଷି, ଉଦ୍ୟାନ କୃଷି, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ବାସଗୃହ, ପ୍ରାଣୀଧନ, ମତ୍ସ୍ୟ, ସଡ଼କ ସମେତ ବିଭିନ୍ନ ବିଭାଗୀୟ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । କ୍ଷୟକ୍ଷତି ଆକଳନ ପାଇଁ ପ୍ରତି ବ୍ଲକ ସ୍ତରରେ ଟିମ୍‌ ଗଠନ କରାଯିବା ସହ ଉକ୍ତ ଟିମରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସଂପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ରହିବେ ।

ଏହି ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଆକଳନ ବେଳେ ସଂପୃକ୍ତ ହିତାଧିକାରୀଙ୍କ କ୍ଷୟକ୍ଷତି ସ୍ଥାନର ଫଟୋ ଜିଓଟ୍ୟାଗିଂ କରିବା ନେଇ ନିର୍ଦ୍ଦେଶ । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଜରୁରୀକାଳିନ ଅଧିକାରୀ ଉର୍ମିପ୍ରଭା ମିଶ୍ର, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବ୍ଲକ୍‌ର ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଈଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.