ETV Bharat / state

ମାଆ ଓ ୩ ବର୍ଷ ପୁଅର ହତ୍ୟାକାଣ୍ଡ ଘଟଣା, ସ୍ବାମୀ ସହ ଶାଶୁକୁ ଆଜୀବନ ଜେଲ୍‌

author img

By ETV Bharat Odisha Team

Published : Nov 18, 2023, 7:11 PM IST

Updated : Nov 18, 2023, 7:31 PM IST

ଖୋର୍ଦ୍ଧା ଜଟଣୀ ଥାନା ଅଞ୍ଚଳରେ ମହିଳା ଓ ୩ ବର୍ଷ ପୁଅ ହତ୍ୟା ଘଟଣା । ସ୍ବାମୀ ସହ ଶାଶୁକୁ ଆଜୀବନ ଦଣ୍ଡାଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

Khordha civil and criminal Court
Khordha civil and criminal Court

ମାଆ ଓ ୩ ବର୍ଷ ପୁଅର ହତ୍ୟାକାଣ୍ଡ ଘଟଣା

ଖୋର୍ଦ୍ଧା: ୨୦୧୫ ମସିହା ଜୁଲାଇ ୨୫ ତାରିଖ । ଖୋର୍ଦ୍ଧା ଜିଲ୍ଲା ବଡତୋଟା ପଞ୍ଚାୟତ ବେଲପଡା ଗ୍ରାମର ଜଣେ ମାଆ ଓ ୩ ବର୍ଷର କୁନିପୁଅ ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ଅଜୟ କୁମାର ପ୍ରଧାନ । ଏହି ଘଟଣାରେ ୩ ଜଣ ଅଭିଯୁକ୍ତ ଥିବା ବେଳେ କୋର୍ଟ ମୃତ ମାମି ପ୍ରଧାନଙ୍କ ସ୍ବାମୀ ତପନ ପ୍ରଧାନ ଓ ଶାଶୁ ପ୍ରମିଳା ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ସଂସାର ଉଜାଡିଦେଲା ସନ୍ଦେହ, କଲ୍‌ର ଉତ୍ତର ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ପଞ୍ଚାୟତ ବେଲପଡା ଗ୍ରାମର ନରେନ୍ଦ୍ର ଜେନାଙ୍କ ଝିଅ ମାମି ପ୍ରଧାନ ନିରାକାରପୁର ଥାନା ଅନ୍ତର୍ଗତ ମୋରାମୋରି ଗ୍ରାମର ଦିବାକର ପ୍ରଧାନଙ୍କ ପୁଅ ତପନ ପ୍ରଧାନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାଘର ପକ୍ଷରୁ ୪୦ ହଜାର ଟଙ୍କା ସୁନା ଏବଂ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା । ପ୍ରାୟ ୩ ବର୍ଷ ଧରି ମାମିର ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିଥିବା ବେଳେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା ।

ଏହା ବି ପଢନ୍ତୁ- ଭାତୃହନ୍ତାକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଦୌରାଜଜ

ମାତ୍ର ୨୦୧୫ ମସିହା ଜୁଲାଇ ମାସ ୨୫ ତାରିଖରେ ମୋରାମୋରି ଗ୍ରାମର ଆମ୍ବ ତୋଟାରେ ମାମି ଏବଂ ତାର ୩ ବର୍ଷର ପୁଅର ଝୁଲନ୍ତା ମୃତଦେହ ନିରାକାରପୁର ପୋଲିସ ଜବତ କରିଥିଲା । ଘଟଣା ପରେ ମୃତ ମାମିର ବାପା ନରେନ୍ଦ୍ର ନିରାକାରପୁର ଥାନାରେ ଝିଅ ଏବଂ ନାତୀଙ୍କୁ ଜ୍ବାଇଁ ତପନ, ଦିଅର ତରୁଣ ଏବଂ ଶାଶୁ ପ୍ରମିଳା ପ୍ରଧାନ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ 87/2015ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଶାଶୁ ଏବଂ ସ୍ବାମୀ ଗିରଫ ହୋଇଥିବା ବେଳେ ଦିଅର ତରୁଣକୁ ପୋଲିସ ଏପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି । ଆଜି ଏହି ଘଟଣାରେ ରାୟ ପ୍ରକାଶ ପାଇଛି । ସ୍ବାମୀ ଓ ଶାଶୁକୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ରଜନୀକାନ୍ତ ପଟନାୟକ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Nov 18, 2023, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.