ETV Bharat / state

ଦୂର ହେବ ଖୋର୍ଦ୍ଧାବାସୀଙ୍କ ସମସ୍ୟା, 157 କୋଟି ବ୍ୟୟରେ ନିର୍ମାଣ ହେବ ବାଇପାସ - ଖୁବଶୀଘ୍ର ନିର୍ମାଣ ହେବ ଖୋର୍ଦ୍ଧା ବାଇପାସ

ଦୂର ହେବାକୁ ଯାଉଛି ଖୋର୍ଦ୍ଧାବାସୀଙ୍କ ଦୀର୍ଘ ଦିନର ସମସ୍ୟା । କାରଣ ଖୁବଶୀଘ୍ର ନିର୍ମାଣ ହେବ ଖୋର୍ଦ୍ଧା ବାଇପାସ । ଅଧିକ ପଢନ୍ତୁ

ଦୂର ହେବ ଖୋର୍ଦ୍ଧାବାସୀଙ୍କ ସମସ୍ୟା, 157କୋଟି ବ୍ୟୟରେ ନିର୍ମାଣ ହେବ ବାଇପାସ

author img

By

Published : Apr 11, 2022, 3:48 PM IST

ଖୋର୍ଦ୍ଧା: ଜନସଂଖ୍ୟା ବୃଦ୍ଧି ସହ ତାଳ ଦେଇ ବଢୁଛି ଯାନବାହନ ସଂଖ୍ୟା । କିନ୍ତୁ ସ୍ଥାନ ଅଭାବରୁ ପ୍ରଶସ୍ତ ହୋଇପାରୁନି ରାସ୍ତା । ଏହାରି ଭିତରେ ଦୀର୍ଘଦିନ ଧରି ଦହଗଞ୍ଜ ହେଉଥିବା ଖୋର୍ଦ୍ଧା ସହରବାସୀଙ୍କୁ ମିଳିଛି ଆଶ୍ବସ୍ତି । ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିତାପଲି ଛକ ଠାରୁ 157 କୋଟି ଟଙ୍କା ବ୍ୟୟ ଅଟକଳରେ ବାଇପାସ ନିର୍ମାଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ।

ଦୂର ହେବ ଖୋର୍ଦ୍ଧାବାସୀଙ୍କ ସମସ୍ୟା, 157କୋଟି ବ୍ୟୟରେ ନିର୍ମାଣ ହେବ ବାଇପାସ

ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଦେଇ ଯାଇଥିବା ବେଳେ ସହରର ସଂକୀର୍ଣ୍ଣ ରାସ୍ତା ପାଇଁ ପ୍ରତିଦିନ ଟ୍ରାଫିକ ସମସ୍ୟା ଭୋଗୁଥିଲେ ଜନସାଧାରଣ । ଏହି ସମସ୍ୟାର ସମାଧାନ ପାଇଁ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିତାପଲି ଛକ ଠାରୁ ଶରଧାପୁର ପର୍ଯ୍ୟନ୍ତ ପ୍ରାୟ ସାଢ଼େ 6 କିଲୋମିଟର ରାସ୍ତାକୁ 157 କୋଟି ଟଙ୍କା ବ୍ୟୟ ଅଟକଳରେ ବାଇପାସ ନିର୍ମାଣ କରାଯିବ ବୋଲି କହିଛନ୍ତି ଅପରାଜିତା । ଆଜି ପ୍ରସ୍ତାବିତ ରାସ୍ତାକୁ ବିଭିନ୍ନ ସ୍ଥାନରେ ସମୀକ୍ଷା କରାଯିବ ।

ଏହା ପରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତୁରନ୍ତ କରାଯିବା ସହ ଆସନ୍ତା ଅକ୍ଟୋବର ମାସରୁ ଏହି ବାଇପାସ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି । ସେହିପରି ଏହି ବାଇପାସ ରାସ୍ତା ହେଲେ ଜମି ହରାଇବାକୁ ଥିବା ଲୋକଙ୍କୁ 54 କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ । ଏହି ରାସ୍ତା ହେଲେ ଲୋକଙ୍କ ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.