ETV Bharat / state

ସୀମା ସିଲ କଲା ବୋଲଗଡ଼ ପୋଲିସ, ସୁରକ୍ଷା କଡାକଡି

ମହାମାରୀ କୋରୋନା ଠାରୁ ଦୂରେଇ ରହିବା ପାଇଁ ବୋଲଗଡ ପୋଲିସ ପକ୍ଷରୁ କଟକଣାକୁ ଅଧିକ କଡାକଡି କରାଯାଇଛି । ୫୭ ନଂ ଜାତୀୟ ରାଜପଥକୁ ବୋଲଗଡ଼ ପୋଲିସ ସୀମାନ୍ତ ଦିଘିରୀ ଠାରେ ସୀମାକୁ ସମ୍ଫୂର୍ଣ୍ଣ ସିଲ କରିଛି । ଅଧିକ ପଢନ୍ତୁ...

khordha-border-seal-by-bolagada-police-over-panademic-coronavirus
ସୀମା ସିଲ କଲା ବୋଲଗଡ଼ ପୋଲିସ, ସୁରକ୍ଷା କଡାକଡି
author img

By

Published : Mar 31, 2020, 10:00 PM IST

Updated : Mar 31, 2020, 11:59 PM IST

ଖୋର୍ଦ୍ଧା: ସୀମା ସିଲ କଲା ବୋଲଗଡ଼ ପୋଲିସ । ସୁରକ୍ଷା କଡାକଡି । ମହାମାରୀ କୋରୋନା ଠାରୁ ଦୂରେଇ ରହିବା ପାଇଁ ବୋଲଗଡ ପୋଲିସ ପକ୍ଷରୁ କଟକଣାକୁ ଅଧିକ କଡାକଡି କରାଯାଇଛି ।

ସୀମା ସିଲ କଲା ବୋଲଗଡ଼ ପୋଲିସ, ସୁରକ୍ଷା କଡାକଡି

ମହାମାରୀ କୋରୋନାକୁ ନେଇ ଚାରିଆଡେ ଆତଙ୍କର ମାହୋଲ । ଦିନକୁ ଦିନ ଏହାର କାୟା ବିସ୍ତାର କରିବାରେ ଲାଗିଛି । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାର ୫୭ ନଂ ଜାତୀୟ ରାଜପଥକୁ ବୋଲଗଡ଼ ଥାନା ସୀମାନ୍ତ ଦିଘିରୀ ଠାରେ ଜିଲ୍ଲା ସୀମାକୁ ସମ୍ଫୂର୍ଣ୍ଣ ସିଲ କରାଯାଇଛି I ରାଜପଥରେ ପୋଲିସ ଗାଡିମଟର ଯାଞ୍ଚ କରିବା ସହ ଦୁଇ ଜଣ ପୋଲିସ ଅଫିସର ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସକୁ ୨୪ ଘଣ୍ଟିଆ ଡ୍ୟୁଟି ପାଇଁ ମୁତୟନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

କୋରୋନାର ମୁକାବିଲାକୁ ନେଇ ସରକାର ଗତ 24 ତାରଖରେ 21 ଦିନ ପର୍ଯ୍ୟନ୍ତ ଦେଶକୁ ଲକଡାଉନ କରିଛି । ସାରା ଦେଶରେ ବର୍ତ୍ତମାନ କୋରୋନାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅଧିକ କଡାକଡି କରିଛନ୍ତି । କୋରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସମାଜିକ ଦୂରତାକୁ ପାଳନ କରିବା ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

Last Updated : Mar 31, 2020, 11:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.