ETV Bharat / state

ପାଞ୍ଚକୋଟି ଋଣ ନେଇ ସୁଝୁଲେନି, ସିଲ୍ ହେଲା ବିଜେପି ନେତାଙ୍କ ହୋଟେଲ ଓ ବାର

author img

By

Published : Apr 5, 2023, 9:35 PM IST

ସିଲ୍ ହେଲା ବିଜେପି ନେତାଙ୍କ ହୋଟେଲ ଏବଂ ବାର । ପାଞ୍ଚକୋଟି ଋଣ ନେଇ ସୁଝୁବାରେ ଖିଲାପ କଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର । ହୋଟେଲ ଏବଂ ବାର ସିଲ୍ କଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଅଧିକ ପଢ଼ନ୍ତୁ

ପଞ୍ଚକୋଟି ଋଣ ଖିଲାପ କଲେ ଜିଲା ବିଜେପି ସଭାପତି

ପାଞ୍ଚକୋଟି ଋଣ ଖିଲାପ କଲେ ଜିଲା ବିଜେପି ସଭାପତି: ହୋଟେଲ ସିଲ କଲା ବ୍ୟାଙ୍କ

ଖୋର୍ଦ୍ଧା : ପାଞ୍ଚକୋଟି ଋଣ ଖିଲାପ କଲେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର । ହୋଟେଲ ସିଲ୍‌ କଲା ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ଆଣି ସୂର୍ଯ୍ୟମୁଖି ନାମରେ ଏକ ହୋଟେଲ ଓ ବାର ଚଳାଇଥିଲେ । ଋଣ ନ ସୁଝିବାରୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆଜି ହୋଟେଲ ଏବଂ ବାରକୁ ସିଲ୍ କରି ଦେଇଛନ୍ତି । ୧୬ନ ଜାତୀୟ ରାଜପଥର ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ପ୍ଲଟରେ ଅବସ୍ଥିତ ଏହି ହୋଟେଲ ସୂର୍ଯ୍ୟମୁଖୀ । ହୋଟେଲ ମାଲିକ ରଶ୍ମି ରଞ୍ଜନ ମହାପାତ୍ର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପାଞ୍ଚ କୋଟି ଋଣ ଆଣି ହୋଟେଲ ସ୍ଥାପନ କରିଥିଲେ ।

ଅଧିକ ପଢ଼ନ୍ତୁ: ବିରୋଧୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ସିବିଆଇ ଓ ଇଡି ବିରୋଧରେ ଦାଖଲ ହୋଇଥିବା ଆବେଦନ ଖାରଜ

ନିଜ ପଦ ଓ ଲିଙ୍କକୁୁ ଢାଲ କରି ବ୍ୟାଙ୍କ୍ ଋଣ ସୁଝିବା ପରିବର୍ତ୍ତେ କ୍ରମାଗତ ଭାବେ ଖିଲାପ କରିଥିଲେ । ବ୍ୟାଙ୍କରୁ ବାରମ୍ବାର ନୋଟିସ ଆସୁଥିଲେ ମଧ୍ୟ ତାହାକୁ କର୍ଣ୍ଣପାତ କରିନଥିଲେ ରଶ୍ମି ରଞ୍ଜନ । ଦଳୀୟ ବ୍ୟାନର, ଦଳୀୟ ନେତାଙ୍କ ଫଟୋ ହୋଟେଲରେ ରଖି ପରୋକ୍ଷରେ ବ୍ୟାଙ୍କ ଲୋନ୍‌ ସୁଝିବାରେ ଢିଲା କରି ଆସୁଥିଲେ । ହୋଟେଲକୁ ବ୍ୟାଙ୍କ ତରଫରୁ ରିକଭରି ଅଧିକାରୀଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ ହୋଟେଲର ସମସ୍ତ କୋଠରୀ, ରେଷ୍ଟୁରାଣ୍ଟ, ରୋଷେଇ ଘର, ବାର ସବୁକୁ ଖାନ ତଳାସ କରି ସମସ୍ତଙ୍କୁ ବାହାର କରିଦେଇଥିଲେ ।

ଅଧିକ ପଢ଼ନ୍ତୁ: Amazon Book Depository: ଏପ୍ରିଲ 26ରେ ଅନଲାଇନ୍ ବୁକ୍ ଷ୍ଟୋର ବୁକ୍ ଡିପୋଜିଟରୀ ବନ୍ଦ କରିବ ଆମାଜନ

ଏହାପରେ ସୂର୍ଯ୍ୟମୁଖି ହୋଟଲକୁ ସିଲ କରିହେଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ସିଲ୍‌ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଶରତ ଦେହୁରୀ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ । ଖୋର୍ଦ୍ଧା ଆଦର୍ଶ ଥାନାର ଦୁଇଜଣ ଇନ୍ସପେକ୍ଟର, ସବ୍ ଇନସପେକ୍ଟରଙ୍କ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ବ୍ୟାଙ୍କ୍ ତରଫରୁ ସୁଧମୂଳ ମିଶାଇ ପ୍ରାୟ ୫କୋଟି ରୁ ଊର୍ଦ୍ଧ୍ୱ ଟଙ୍କା ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ତେବେ ରଶ୍ମି ରଞ୍ଜନଙ୍କୁ ବାରବାର ନୋଟିସ ପରେ ମଧ୍ୟ ପଇସା ପୈଠ କରୁନଥିବା ବେଳେ ବ୍ୟାଙ୍କ କୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କ୍ ଏହି ହୋଟେଲକୁ ସିଲ୍ କରି ନିଜ ଅଧୀନକୁ ନେଇଛି । ବିଜେପି ଜିଲ୍ଲା ସଭାପତିଙ୍କ ହୋଟେଲ ସିଜ୍‌କୁ ନେଇ ଖୋର୍ଦ୍ଧା ସହରରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.