ETV Bharat / state

ଜଗା ପ୍ରେମରେ ମୁସଲମାନ ମହିଳା: କାଳିଆ ଆରାଧନାରେ କଟେ ସକାଳ ସଞ୍ଜ, ହାତର ତୁଳୀ କୁହେ ମହାପ୍ରଭୁଙ୍କ କାହାଣୀ

ରାତି ପାହିଲେ ମୁସଲମାନଙ୍କ ଘରୁ ଶୁଭୁଛି ଜଗା ଗୀତ । ସକାଳ ଧୂପରୁ ସଞ୍ଜ ଆଳତି, ଶୁଭୁଛି ଜଗା ନାମ । ପ୍ରତିଦିନ ହିନ୍ଦୁ ରୀତିନୀତି ଅନୁଯାୟୀ ତୁଳସୀ ଚଉରା ମୂଳରେ ମା' ବୃନ୍ଦାବତୀଙ୍କୁ ପୂଜା କରିବା ସହ କାଳିଆ ଠାକୁରକୁ ଆରାଧନା କରନ୍ତି । ଜାତି, ଧର୍ମ, ବର୍ଣ୍ଣଠୁ ଊର୍ଦ୍ଧ୍ବରେ ରହି ଜଣେ ଖାଣ୍ଟି ଓଡ଼ିଆଣୀର ପରିଚୟ ଦେଇଛନ୍ତି ଖୋର୍ଦ୍ଧା କଡ଼ବ ଗ୍ରାମର ଅମୀର ଖାନଙ୍କ ପତ୍ନୀ ଜରିନା ବିବି । ଦେଖନ୍ତୁ ସ୍ପେଶାଲ ରିପୋର୍ଟ

author img

By

Published : Nov 5, 2022, 7:26 PM IST

ଜଗା ପ୍ରେମରେ ମୁସଲମାନ ମହିଳା: କାଳିଆକୁ କରନ୍ତି ଆରାଧନା, ହାତର ତୁଳୀ କହେ ମହାପ୍ରଭୁଙ୍କ କାହାଣୀ

ଖୋର୍ଦ୍ଧା : ଜାତିରେ ଜବନ କିନ୍ତୁ ଜଗନ୍ନାଥଙ୍କ ପାଦପଦ୍ମରେ ଢାଳୁଛନ୍ତି ମନ ଆଉ ପ୍ରାଣ । ସକାଳ ଧୂପରୁ ସଞ୍ଜ ଆଳତି ଯାଏଁ ଆହ୍ଲା ଓ ଆକବର ସ୍ଥାନରେ ଶୁଭୁଛି ଜୟ ଜଗନ୍ନାଥ ସ୍ୱାମୀ (Muslim woman worships lord Jagannath ) । ତୁଣ୍ଡରେ ଜଗନ୍ନାଥଙ୍କ ନାମ ଓ ହାତର ତୁଳୀ ବି କହୁଛି ବିଶ୍ୱ ନିଅନ୍ତାଙ୍କ କଥା । ଜଗନ୍ନାଥଙ୍କ ପରମ ଭକ୍ତ ଭାବରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି ଖୋର୍ଦ୍ଧା କଡ଼ବ ଗ୍ରାମର ଅମୀର ଖାନଙ୍କ ପତ୍ନୀ ଜରିନା ବିବି ।

ଥକା ମନ ଚାଲ ଯିବା ଚକା ନୟନ ଦେଖିବା । ରାତି ପାହିଲେ ମୁସଲମାନଙ୍କ ଘରୁ ଶୁଭିଥାଏ ଏମିତି ସଙ୍ଗୀତ । ଖାଲି ସଙ୍ଗୀତ ନୁଁହ ବରଂ ହିନ୍ଦୁ ରୀତିନୀତି ଆନୁଯାୟୀ ନିଜ ଘରେ କେବଳ ଠାକୁରଙ୍କ ପୂଜା କି ଭକ୍ତି ନୁହେଁ ହାତର ତୁଳୀ ମଧ୍ୟ କୁହେ ଜଗନ୍ନାଥ ମହାପ୍ରଭୁଙ୍କ କାହାଣୀ । ରଙ୍ଗୀନ କାଗଜ ସାହାଯ୍ୟରେ ମହାପ୍ରଭୁଙ୍କୁ କରୁଛନ୍ତି ଜୀବନ୍ତ । ତାଙ୍କ ଚିତ୍ର ଦେଖିଲେ ମନ ଭିତରେ ସୃଷ୍ଟି ହେଉଛି ଭକ୍ତିର ଜୁଆର । ମାତ୍ର ବିଡମ୍ବନା ଗରିବ ପରିବାର ଜରିନାଙ୍କ ପାଇଁ ନାହିଁ ସୁଯୋଗ ଓ ସମ୍ଭାବନା । ତାଙ୍କ ହାତର ନିଖୁଣ କାରୁକାର୍ଯ୍ୟକୁ ଯଦି ପ୍ରୋତ୍ସାହନ ଓ ସହଯୋଗ ମିଳନ୍ତା ତେବେ ମୁସଲମାନ ହୋଇ ମଧ୍ୟ ଆମ ଜାତି ଧର୍ମ ଓ ବର୍ଣ୍ଣର ନିଦର୍ଶନ ଦେଇପାରନ୍ତେ ଜରିନା ।

ଏ ନେଇ ଜରିନା କହିଛନ୍ତି, "ପିଲାଟି ଦିନରୁ ମୋର ଭଗବାନ ଜଗନ୍ନାଥଙ୍କ ପ୍ରତି ଭକ୍ତିଭାବ ଥିଲା । ଏହାରି ମଧ୍ୟରେ ମୁଁ ଥରେ ଭଗବାନଙ୍କ ଚିତ୍ର ଆଙ୍କିବାକୁ ଭାବିଥିଲି ଏବଂ ଭଗବାନଙ୍କୁ ସ୍ମରଣ କରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲି । ଚିତ୍ର ଠିକଠାକ ଆଙ୍କିବା ପରେ ଗୋଟିଏ ପରେ ଗୋଟିଏ ଚିତ୍ର ଆଙ୍କିବା ଆରମ୍ଭ କଲି । କିଛି ଲୋକ ମୋତେ ଏହି କଳାକୃତି କିଣି ନେଇ ତାଙ୍କ ମନ ଖୁସିରେ କିଛି ଅର୍ଥ ମଧ୍ୟ ଦିଅନ୍ତି । ତେବେ ସରକାର ଯଦି ମୋତେ ସହାୟତା କରନ୍ତି ତେବେ ମୁଁ ଆଗକୁ ମୋର କଳାର ବିକାଶ କରିପାରିବା ସହ ରୋଜଗାରକ୍ଷମ ମଧ୍ୟ ହୋଇପାରିବି ।"

ଏହା ବି ପଢନ୍ତୁ- Ground Report: ଜିଲ୍ଲା ଗଠନକୁ 30ବର୍ଷ ପରେ ବି ରାୟଗଡାର ଦୁର୍ଗମ ଅଞ୍ଚଳରେ ବାଟବଣା ବିକାଶ, ଖଟିଆରେ ନଦୀ ପାର୍ ହେଉଛନ୍ତି ରୋଗୀ

ଯିଏ ଜଗନ୍ନାଥ ସିଏ ଆହ୍ଲା ସିଏ ଯୀଶୁ , ଜାତି ଧର୍ମ ନିର୍ବିଶେଷରେ ଆମେ ସଭିଏଁ ଏକ । ଭାରତୀୟ ସଂସ୍କୃତିର ଏହି ମହାମନ୍ତ୍ରର ଜ୍ୱଳନ୍ତ ନିଦର୍ଶନ ହେଉଛନ୍ତି ଜରିନା । ସରକାର ବାହାଦୂରଙ୍କ ଜରିନାଙ୍କ ଉପରେ ଦୃଷ୍ଟି ପଡୁ । ତାଙ୍କ ଚିତ୍ର ପାଇଁ ସମ୍ଭାବନା ଓ ସୁଯୋଗ ସେତୁଟିଏ ତିଆରି କରନ୍ତୁ ରାଜ୍ୟ ସରକାର, ଏହା ହିଁ କାମନା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.